ETV Bharat / state

50 ହଜାର ମୂଲ୍ୟର ସାଇଜ ଶାଳ କାଠ ଜବତ, 2 ଗିରଫ - willow wood seized in Mayurbhanj

ରାଜ୍ୟରେ ମୂଲ୍ୟବାନ କାଠଗୁଡିକର ଚୋରା କାରବାର ବଢି ଚାଲୁଛି । ଜଙ୍ଗଲ କ୍ଷୟ କରି କାଠ ଚୋରିରେ ମାତିଛନ୍ତି ଚୋରା କାଠ ବ୍ୟବସାୟୀ । ବନବିଭାଗ ଗୁରୁବାର ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅନ୍ଧାରୀକମଳ ଗାଁରୁ ବିପୁଳ ପରିମାଣର ସାଇଜ ଶାଳ କାଠକୁ ଜବତ କରିଛି । ଅଧିକ ପଢନ୍ତୁ...

50 ହଜାର ମୂଲ୍ୟର ଶାଳ ସାଇଜ କାଠ ଜବତ, 2 ଗିରଫ
50 ହଜାର ମୂଲ୍ୟର ଶାଳ ସାଇଜ କାଠ ଜବତ, 2 ଗିରଫ
author img

By

Published : Oct 22, 2020, 5:24 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅନ୍ଧାରୀକମଳ ଗାଁରୁ ବିପୁଳ ପରିମାଣର ସାଇଜ ଶାଳ କାଠକୁ ଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗ ଗୁରୁବାର ଚଢାଉ କରିଥିଲା । ଉକ୍ତ ଗ୍ରାମରୁ ମୂଲ୍ୟବାନ କାଠଗୁଡିକୁ ଜବତ କରିବା ସହ 2ଜଣ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରିଥିବା ଜଣାପଡିଛି ।

50 ହଜାର ମୂଲ୍ୟର ଶାଳ ସାଇଜ କାଠ ଜବତ, 2 ଗିରଫ

ରାଜ୍ୟରେ ମୂଲ୍ୟବାନ କାଠଗୁଡିକର ଚୋରା କାରବାର ବଢି ଚାଲୁଛି । ଜଙ୍ଗଲ କ୍ଷୟ କରି କାଠ ଚୋରିରେ ମାତିଛନ୍ତି ଚୋରା କାଠ ବ୍ୟବସାୟୀ । ତେବେ ଏହି ମୂଲ୍ୟବାନ କାଠ ଚୋରା ଘଟଣା ଗୁରୁବାର ମୟୂରଭଞ୍ଜ ଜିଲ୍ଲାରୁ ସାମନାକୁ ଆସିଛି । ମିଳିଥିବା ସୂଚନା ମୁତାବକ, ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଅନ୍ଧାରୀକମଳ ଗାଁରେ ସାଇଜ ଶାଳକାଠ ଚୋରି ହେଉଥିବା ସଂପର୍କରେ ବନବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା । ତେବେ ଉକ୍ତ ଗ୍ରାମରେ ଚଢାଉ କରିବା ପରେ ବିପୁଳ ପରିମାଣର ଏହି ମୂଲ୍ୟବନ କାଠକୁ ଠାକୁରମୁଣ୍ଡା ବନବିଭାଗ ଜବତ କରିଛି ।

ଜବତ ହୋଇଥିବା ସାଇଜ ଶାଳ କାଠର ଆନୁମାନିକ ମୂଲ୍ୟ ୫୦୦୦୦ ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି କାରବାରରେ ବନବିଭାଗ 2ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଦୁଇଜଣ ଅଭିଯୁକ୍ତ ମିଶ୍ର ନାଏକ ଓ ସରୋଜ ନାଏକଙ୍କୁ ଗିରଫ କରିଛି ବନବିଭାଗ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.