ETV Bharat / state

ମୟୂରଭଞ୍ଜ ଗୁଳିକାଣ୍ଡ ଘଟଣା: ୪ ଝାଡଖଣ୍ଡୀ ଅଭିଯୁକ୍ତଙ୍କ ସମେତ ୫ ଗିରଫ

ମୟୂରଭଞ୍ଜ ହାଟବାଦଡ଼ା ଗୁଳିକାଣ୍ଡ ଘଟଣାରେ ଆନ୍ତଃରାଜ୍ୟ ଲିଙ୍କ୍ । ୪ ଆନ୍ତଃରାଜ୍ୟ ଅଭିଯୁକ୍ତଙ୍କ ସମେତ ୫ ଗିରଫ । ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ଝାଡ଼ଖଣ୍ଡର ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

ମୟୂରଭଞ୍ଜ ଗୁଳିକାଣ୍ଡ ଘଟଣା: ୪ ଝାଡଖଣ୍ଡୀ ଅଭିଯୁକ୍ତଙ୍କ ସମେତ ୫ ଗିରଫ
ମୟୂରଭଞ୍ଜ ଗୁଳିକାଣ୍ଡ ଘଟଣା: ୪ ଝାଡଖଣ୍ଡୀ ଅଭିଯୁକ୍ତଙ୍କ ସମେତ ୫ ଗିରଫ
author img

By

Published : Jun 4, 2022, 4:51 PM IST

Updated : Jun 4, 2022, 7:08 PM IST

ବାରିପଦା: ମୟୂରଭଞ୍ଜ ପୋଲିସର ସଫଳତା । ହାଟବାଦଡ଼ା ଗୋରୁହାଟ ଗୁଳିକାଣ୍ଡ ଘଟଣାରେ ୪ ଆନ୍ତଃରାଜ୍ୟ ଅଭିଯୁକ୍ତଙ୍କ ସମେତ ୫ ଗିରଫ । ରାଇଫଲ ଓ ୨୦ ରାଉଣ୍ଡ୍ ଗୁଳି ଜବତ କରାଯାଇଥିବା ସୂଚନା ଦେଲେ ପୂର୍ବାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ୍ ।

ମୟୂରଭଞ୍ଜ ଗୁଳିକାଣ୍ଡ ଘଟଣା: ୪ ଝାଡଖଣ୍ଡୀ ଅଭିଯୁକ୍ତଙ୍କ ସମେତ ୫ ଗିରଫ

ଗତ ମାସ ୨୫ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡ଼ା ଗୋରୁ ହାଟଠାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୁଲିସକୁ ସଫଳତା ମିଳିଛି । ଏସପି ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗଠନ କରାଯାଇଥିବା ସ୍ଵତନ୍ତ୍ର ଟିମ ଦ୍ଵାରା ଏହି ଘଟଣାର ତଦନ୍ତ କରାଯାଇ ୪ ଆନ୍ତଃରାଜ୍ୟ ଅଭିଯୁକ୍ତଙ୍କ ସମେତ ୫ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ନୂଆ ଟ୍ରାକ୍ଟର ଓ ବାଇକ୍ ସହ ନଗଦ ୫୦ହଜାର ଟଙ୍କା ଜବତ କରାଯାଇଛି ।

ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୂର୍ବାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ଝାଡ଼ଖଣ୍ଡର ହୋଇଥିବା ବେଳେ ଜଣେ ମୟୂରଭଞ୍ଜ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ଏହି ଅଭିଯୁକ୍ତଙ୍କ ବିରୋଧରେ ଆଗରୁ ମଧ୍ୟ ବିଭିନ୍ନ ମାମଲା ରହିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ମୟୂରଭଞ୍ଜ

Last Updated : Jun 4, 2022, 7:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.