ETV Bharat / state

ବେଆଇନ ଲୁହାପଥର ବୋଝେଇ ଡମ୍ଫର ଜବତ, 5 ଗିରଫ - bahalada police arrested 5 person

ବେଆଇନ ଭାବରେ ଚାଲାଣ କରୁଥିବା ଦୁଇଟି ଲୁହାପଥର ବୋଝେଇ ଡମ୍ଫରକୁ ଜବତ କରିଛି ବହଳଦା ପୁଲିସ। ଏହା ସହ 5 ଜଣ ପଥର ମାଫିଆଙ୍କୁ ମଧ୍ୟ ଗିରଫ କରିଛି । ଅଧିକ ପଢନ୍ତ.....

ବେଆଇନ ଲୁହାପଥର ବୋଝେଇ ଡମ୍ଫର ସହ 5 ଗିରଫ
ବେଆଇନ ଲୁହାପଥର ବୋଝେଇ ଡମ୍ଫର ସହ 5 ଗିରଫ
author img

By

Published : Oct 21, 2020, 4:02 PM IST

ରାଇରଙ୍ଗପୁର: ବେଆଇନ ଭାବରେ ଚାଲାଣ କରୁଥିବା ଦୁଇଟି ଲୁହାପଥର ବୋଝେଇ ଡମ୍ଫରକୁ ଜବତ କରିଛି ବହଳଦା ପୁଲିସ। ଏହା ସହ 5 ଜଣ ପଥର ମାଫିଆଙ୍କୁ ମଧ୍ୟ ଗିରଫ କରିଛି ।

ବେଆଇନ ଲୁହାପଥର ବୋଝେଇ ଡମ୍ଫର ସହ 5 ଗିରଫ

ଦୀର୍ଘଦିନ ଧରି ଗୋରୁମହିଷାଣି ଲୌହଖଣି ଆଖପାଖ ଅଞ୍ଚଳରୁ ବେଆଇନ ଭାବରେ ଲୌହ ପଥର ଖନନ କରି ମାଫିଆ ଗୋଷ୍ଠୀ ଝାଡଖଣ୍ଡକୁ ଚାଲାଣ କରୁଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ମାଫିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ ଉଠି ଆସୁଥିଲା। ତେବେ ମଙ୍ଗଳବାର ବେଆଇନ ଭାବେ ଲୁହାପଥର ଚାଲାଣ ହେଉଥିବା ଖବର ପାଇ ପୁର୍ବ ପ୍ରସ୍ତୁତ ଥିବା ପୋଲିସ ଟିମ ଚଢ଼ାଉ କରିଥିଲେ । ଦୁଇଟି ଲୁହାପଥର ବୋଝେଇ ଡ଼ମ୍ଫର ଜବତ କରିବା ସହିତ ମୋଟ ପାଞ୍ଚ ଜଣଙ୍କୁ ଗିରଫ କରିଛି ପୋଲିସ ।

କିନ୍ତୁ ମୁଖ୍ୟ ଚାଲାଣକାରୀ ଦୁଇରୁ ତିନି ଜଣ ଅନ୍ଧାରର ସୁଯୋଗ ନେଇ ଖସି ଯିବାରେ ସଫଳ ହୋଇଛନ୍ତି। ବହଳଦା ପୋଲିସ ଏ ନେଇ ଏକ ମାମଲା ରୁଜ୍ଜୁ କରିବା ସହିତ କାରବାରରେ ଜଡିତ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ କରିଛି ।

ରାଇରଙ୍ଗପୁରରୁ ସଂଜୟ କୁମାର ପରିଡା , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.