ETV Bharat / state

ରାଇରଙ୍ଗପୁରରେ ତ୍ରିମୂଖି ଲଢେଇ, କାହା ଦଖଲକୁ ଯିବ ଆସନ ? - BJD

ଚଳିତ ନିର୍ବାଚନରେ ବର୍ତ୍ତମାନର ବିଧାୟକ ସୁଶିଲ ହାଁସଦାଙ୍କ ପରିବର୍ତ୍ତେ ବିଜେଡି ବାସନ୍ତୀ ମାରାଣ୍ଡିଙ୍କୁ ଟିକେଟ ଦେଇଛି । ସେହିପରି ବିଜେପି ପକ୍ଷରୁ ମଇଦାନକୁ ଓହ୍ଲାଇଛି ନବଚରଣ ମାଝି । ଜେଏମଏମ ଓ କଂଗ୍ରେସର ମିଳିତ ମେଣ୍ଟ ରାମଚନ୍ଦ୍ର ମୁର୍ମୁଙ୍କୁ କରିଛନ୍ତି ନିଜ ପ୍ରାର୍ଥୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Apr 27, 2019, 11:28 PM IST

ରାଇରଙ୍ଗପୁର: ରାଇରଙ୍ଗପୁର ଆଦିବାସୀ ସଂରକ୍ଷିତ ଆସନ ପାଇଁ ବିଜେଡି, ବିଜେପି ଓ ଜେଏମଏମ ମଧ୍ୟରେ ହେବ ଜୋରଦାର ଲଢେଇ । ଚତୁର୍ଥ ପର୍ଯ୍ୟାୟରେ ଏହି ଆସନ ପାଇଁ ହେବ ମତଦାନ । ଏହାପୂର୍ବରୁ ଏହି ଆସନ ନିଜ ଦଖଲକୁ ନେବା ପାଇଁ ଜୋରଦାର ପ୍ରଚାରରେ ଲାଗିଛନ୍ତି ୩ଟି ଦଳ । ଚଳିତ ନିର୍ବାଚନରେ ବର୍ତ୍ତମାନର ବିଧାୟକ ସୁଶିଲ ହାଁସଦାଙ୍କ ପରିବର୍ତ୍ତେ ବିଜେଡି ବାସନ୍ତୀ ମାରାଣ୍ଡିଙ୍କୁ ଦେଇଛି ଟିକେଟ । ସେହିପରି ବିଜେପି ପକ୍ଷରୁ ମଇଦାନକୁ ଓହ୍ଲାଇଛି ନବ ଚରଣ ମାଝି । ଜେଏମଏମ ଓ କଂଗ୍ରେସର ମିଳିତ ମେଣ୍ଟ ରାମଚନ୍ଦ୍ର ମୁର୍ମୁଙ୍କୁ କରିଛନ୍ତି ନିଜ ପ୍ରାର୍ଥୀ । ତେଣୁ ଏହି ଆସନରେ ଦେଖା ଦେଇଛି ତ୍ରିମୂଖୀ ଲଢେଇ । ଏହାଛଡା ୬ ସ୍ବାଧୀନ ପ୍ରାର୍ଥୀ ଏହି ଆସନରୁ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଆସନ୍ତୁ ନଜର ପକାଇବା ନିର୍ବାଚନ ପୂର୍ବରୁ କ’ଣ ରହିଥିଲା ଏହି ଆସନର ହାଲଚାଲ । ଜିଲ୍ଲାର ଚାରୋଟି ବ୍ଲକ ଯଥା ରାଇରଙ୍ଗପୁର, ବହଳଦା, ଜାମଦା, ତିରିଂ ଓ ରାଇରଙ୍ଗପୁର ପୌରପରିଷଦକୁ ନେଇ ଗଠିତ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ । ଗତ ନିର୍ବାଚନରେ ଏହି ଆସନ ବିଜେଡି ଦଖଲକୁ ଯାଇଥିଲା । ବିଜେଡି ପ୍ରାର୍ଥୀ ସାଇବା ସୁଶିଲ ହାଁସଦା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଦ୍ରୌପଦୀ ମୁର୍ମୁଙ୍କୁ ୧୫୫୫୬ ଭୋଟରେ କରିଥିଲେ ପରାସ୍ତ ।

ଚଳିତ ନିର୍ବାଚନରେ ରାଇରଙ୍ଗପୁର ଆସନରେ ପୁରୁଷ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ରହିଛି ଅଧିକ । ତେଣୁ ଏହି ଆସନ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ମହିଳା ଭୋଟର । ବିଜେପି ପ୍ରାର୍ଥୀ ନିଜ ସାଙ୍ଗଠନ ଶକ୍ତି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଆଧାର କରି ଲଢୁଛନ୍ତି ନିର୍ବାଚନ । ନବୀନ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ ସାମ୍ନାରେ ରଖି ବିଜେଡି ପ୍ରାର୍ଥୀ ମାଗୁଛନ୍ତି ଭୋଟ । ଅନ୍ୟପକ୍ଷେ ଜେଏମଏମ ମଧ୍ୟ କଂଗ୍ରେସର ସମର୍ଥନରେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଲକ୍ଷ୍ୟ ରଖିଛି । ଜେଏମ୍ଏମ୍ ପ୍ରାର୍ଥୀ ପାଇଁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଓ ଜେଏମ୍ଏମ୍ ସୁପ୍ରିମୋ ଶିବୁ ସୋରେନ୍ କରୁଛନ୍ତି ପ୍ରଚାର ।

ଏପରି ସ୍ଥଳେ ନିର୍ବାଚନ ବେଶ୍ ସରଗରମ ହେବ ଓ ତା ସହିତ ତ୍ରିମୂଖି ହେବ ଲଢେଇ ଏଥିରେ ସନ୍ଦେହ ନାହିଁ । ଅନ୍ୟପକ୍ଷେ ଏହି ଆସନ କାହା ଦାଖଲକୁ ଯିବ ତାହା ଜନତା ଜନାର୍ଦ୍ଦନଙ୍କ ମତ ଉପରେ କରୁଛି ନିର୍ଭର ।

ରାଇରଙ୍ଗପୁରରୁ ସଂଜୟ କୁମାର ପରିଡ଼ା, ଇଟିଭି ଭାରତ

Intro:ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ - କାହା ମୁଣ୍ଡରେ ସୁନା କଳସ - ସ୍କ୍ରିପ୍ଟ ମେଲ୍ ରେ ଯାଇଛି , ଭିଜୁଆଲ ଏଫଟିପି ରେ ଯାଇଛି।

Body:x

Conclusion:x

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.