ETV Bharat / state

ମୟୂରଭଞ୍ଜରୁ ସର୍ବାଧିକ ୬୩୫ କୋରୋନା ପଜିଟିଭ ଚିହ୍ନଟ

ମୟୂରଭଞ୍ଜ ଜିଲ୍ଲାରେ ପୁଣି ୬୩୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୪୧୦ରେ ପହଞ୍ଚିଛି। ଅଧିକ ପଢନ୍ତୁ....

author img

By

Published : May 22, 2021, 1:58 PM IST

ମୟୂରଭଞ୍ଜରୁ ସର୍ବାଧିକ ୬୩୫ କୋରୋନା ପଜିଟିଭ ଚିହ୍ନଟ
ମୟୂରଭଞ୍ଜରୁ ସର୍ବାଧିକ ୬୩୫ କୋରୋନା ପଜିଟିଭ ଚିହ୍ନଟ

ବାରିପଦା: ଜିଲ୍ଲାରେ ଘାତକ ସାଜିଛି କୋରୋନାର ଦ୍ଵିତୀୟ ଲହର । ଜିଲ୍ଲାରୁ ଶୁକ୍ରବାର ସର୍ବାଧିକ ୬୩୫ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୪୧୦ ରେ ପହଞ୍ଚିଛି । ସେହିପରି ଜିଲ୍ଲାରୁ ମୋଟ ୧୯,୮୩୭ ଜଣ ସୁସ୍ଥ ହୋଇଥିବା ବେଳେ ୪,୪୭୭ ଜଣ କୋରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି ।

ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ମୟୂରଭଞ୍ଜ ଜିଲ୍ଲା ନବମ ସ୍ଥାନରେ ରହିଥିବା ବେଳେ ସରକାରୀ ରିପୋର୍ଟ ଅନୁଯାୟୀ କରୋନାରେ ଜିଲ୍ଲାରୁ ମୋଟ ମୃତ୍ୟୁ ସଂଖ୍ୟା ୯୩ରେ ସ୍ଥିର ରହିଛି । ତେବେ ସଂକ୍ରମିତଙ୍କ ସଂଖ୍ୟାରେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସହରରେ ସର୍ବାଧିକ ରହିଛି । ଅନ୍ୟପକ୍ଷରେ ସହରରୁ ଏବେ ଗାଁ ମୁହାଁ ହୋଇଛି କୋରୋନା । ମୟୂରଭଞ୍ଜରୁ ଚିହ୍ନଟ ୬୩୫ ଜଣ କୋରୋନା ଆକ୍ରାନ୍ତ ହୋମ ଆଇସୋଲେସନ, ବାରିପଦା ବାଙ୍କୀଷୋଳ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.