ETV Bharat / state

ଜନ୍ମାଷ୍ଟମୀରେ ଅଘଟଣ, ପୋଖରୀରେ ବୁଡି 4 ବର୍ଷର ଶିଶୁ ମୃତ

author img

By

Published : Aug 23, 2019, 6:36 PM IST

ମୟୂରଭଞ୍ଜ ଜିଲ୍ଲା ଜାମବଣୀ ଗାଁରେ ଥିବା ପୋଖରୀରେ ବୁଡି ଜଣେ 4 ବର୍ଷ ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ଲକ୍ସି ନିଜ ମା’ ସହ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଦେଖିବାକୁ ଆସିଥିଲା । କିନ୍ତୁ ଗାଁ ସତ୍‌ସଙ୍ଗ ଗୃହ ବାହାରେ ଥିବା ପୋଖରୀ ନିକଟକୁ ଭୁଲବଶତଃ ଯାଇ ସେଠାରେ ଶିଶୁଟି ବୁଡିଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଇରଙ୍ଗପୁର

ରାଇରଙ୍ଗପୁର: ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳନ ବେଳେ ଅଘଟଣ । ପୋଖରୀରେ ବୁଡି ଜଣେ 4 ବର୍ଷ ଶିଶୁର ମୃତ୍ୟୁ ହୋଇଛି । ଏଭଳି ହୃଦୟବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଧୀନରେ ଥିବା ଜାମବଣୀ ଗାଁରେ । ମୃତ ଶିଶୁ ସେହି ଗ୍ରାମର ଦୁର୍ଯ୍ୟୋଧନ ବେହେରା ଓ ପିଙ୍କି ବେହେରାଙ୍କ ଏକମାତ୍ର ପୁତ୍ର ଲକ୍ସି ବେହେରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଇରଙ୍ଗପୁର

ସୂଚନାନୁଯାୟୀ, ଜାମବଣୀ ଗ୍ରାମବାସୀ ଗାଁରେ ଥିବା ସତ୍‌ସଙ୍ଗ ଗୃହରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରୁଥିଲେ । ଲକ୍ସି ନିଜ ମା'ଙ୍କ ସହିତ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଏହି ଉତ୍ସବ ଦେଖିବାକୁ ଆସିଥିଲା । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ଲକ୍ସି ସତ୍‌ସଙ୍ଗ ଗୃହ ବାହାରେ ଖେଳୁଥିବାବେଳେ ଭୁଲବଶତଃ ନିକଟରେ ଥିବା ପୋଖରୀକୁ ଯାଇ ବୁଡିଯାଇଥିଲା ।

ସେପଟେ ଲକ୍ସିକୁ ନପାଇ ମା’ ପିଙ୍କି ଓ ଗ୍ରାମବାସୀମାନେ ତାକୁ ଖୋଜିଖୋଜି କରିଥିଲେ । ପୋଖରୀରେ ତାର ମୃତଦେହ ଭାସୁଥିବାର ଦେଖି ତୁରନ୍ତ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଲକ୍ସିକୁ ସେଠାରେ ମୃତ ଘୋଷଣା କରିଥିଲେ । ଆଜି ଭଳି ଏକ ପବିତ୍ର ଦିନରେ ଏଭଳି ଅଘଟଣକୁ ନେଇ ଜାମବଣୀ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସେପଟେ ବହଳଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ପବିତ୍ର ଜନ୍ମଷ୍ଟମୀ ଉତ୍ସବ ପାଳନ ବେଳେ ଅଘଟଣ। ପୋଖରୀରେ ବୁଡି ଜଣେ ଚାରିବର୍ଷ ନିଷ୍ପାପ ଶିଶୁର ମୃତ୍ୟୁ। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅଧିନରେ ଥିବା ଜାମବଣୀ ଗାଁ ରେ। ମୃତ ଶିଶୁ ଜଣକ ହେଲେ ସେହି ଗ୍ରାମର ଦୁର୍ଯ୍ୟୋଧନ ବେହେରା ଓ ପିଙ୍କି ବେହେରା ଙ୍କ ଏକମାତ୍ର ପୁତ୍ର ଲକ୍ସି ବେହେରା(୦୪)। ସୂଚନା ଅନୁଯାୟୀ ଜାମବଣୀ ଗ୍ରାମ ର ଲୋକେ ଗାଁ ରେ ଥିବା ସତସଂଗ ଗୃହରେ ଜନ୍ମଷ୍ଟମୀ ଉତ୍ସବ ପାଳନ କରୁଥଗଲେ। ବାପା ଦୁର୍ଯ୍ୟୋଧନ ବେହେରା ମାଙ୍ଗାଲୋରରେ ଚାକିରୀ କରୁଥିବା ବେଳେ ମାଆ ଙ୍କ ସହିତ ଲକ୍ସି ଯାଇଥିଲା ଶ୍ରୀକୃଷ୍ଣ ଙ୍କ ଜନ୍ମାଷ୍ଟମୀ ଉତ୍ସବ ଦେଖିବାକୁ। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। ଖେଳୁ ଖେଳୁ ଭୁଲ୍ ବଶତଃ ଉକ୍ତ ଗୃହ ପାଖରେ ଥିବା ପୋଖରୀ କୁ ଯାଇ ପୋଖରୀରେ ବୁଡି ଯାଇଥିଲା ଲକ୍ସି। ସେପଟେ ବିଳମ୍ବ ହେବାରୁ ଲକ୍ସି ର ମାଆ ଓ ଗାଁ ଲୋକେ ବହୁତ ଖୋଜାଖୋଜି କରିବାରୁ ପୋଖରୀରେ ଲକ୍ସି କୁ ଭାସୁଥିବା ଦେଖି ତୁରନ୍ତ ତାକୁ ଉଦ୍ଧାର କରି ରାଇରଙ୍ଗପୁର ଡ଼ାକ୍ତରଖାନା ଆଣିଥିଲେ। ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏ ନେଇ ଜାମବଣୀ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତେବେ ବହଳଦା ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.