ETV Bharat / state

ନୂଆସାହିରେ ବେଆଇନ ମଦ କାରବାର, 4 ଅଟକ - ବାରିପଦରେ ବେଆଇନ ମଦ କାରବାର

ବେଆଇନ ମଦ କାରବାର ଅଭିଯୋଗରେ ବାରିପଦାରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ବହୁ ଦିନ ଧରି ବିଜୟରାମଚନ୍ଦ୍ରପୁର ଅଞ୍ଚଳର ନୂଆସାହି ଭିତରେ ବେଆଇନ ମଦ ବ୍ୟବସାୟକୁ ନେଇ ଗଣ୍ଡଗୋଳ ହେଉଥିଲା। ଅଧିକ ପଢ଼ନ୍ତୁ...

4 person taken into baripada police custody in allegation of involvement in illegal liquor business
ନୂଆସାହିରେ ବେଆଇନ ମଦ କାରବାର, 4 ଅଟକ
author img

By

Published : Jan 21, 2021, 9:13 PM IST

ବାରିପଦା: ବେଆଇନ ମଦ କାରବାର ଅଭିଯୋଗରେ ବାରିପଦାରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ। ବହୁ ଦିନ ଧରି ବିଜୟରାମଚନ୍ଦ୍ରପୁର ଅଞ୍ଚଳର ନୂଆସାହି ଭିତରେ ବେଆଇନ ମଦ ବ୍ୟବସାୟକୁ ନେଇ ଗଣ୍ଡଗୋଳ ହେଉଥିଲା। ଏଥିରେ ଅତିଷ୍ଠ ହୋଇ ସ୍ଥାନୀୟ ଲୋକେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବାରିପଦା ଟାଉନ ଥାନା ପୋଲିସ ଓ ଅବକାରୀ ବିଭାଗ ଏହି ଅଞ୍ଚଳରେ ଅତର୍କିତ ଚଢ଼ାଉ କରିଥିଲା।

ନୂଆସାହିରେ ବେଆଇନ ମଦ କାରବାର, 4 ଅଟକ

ବିଜୟରାମଚନ୍ଦ୍ରପୁର ନୁଆସାହି ଅଞ୍ଚଳରେ ଦୀର୍ଘଦିନ ଧରି ଚାଲିଥିଲା ବେଆଇନ ମଦ ବ୍ୟବସାୟ। ଆଜି(ଗୁରୁବାର) ଚଢ଼ାଉ ବେଳେ ବ୍ୟାପକ ପରିମାଣର ଦେଶି ଏବଂ ବିଦେଶୀ ମଦ ଜବତ ହୋଇଛି। ମଦ ବ୍ୟବସାୟ ଯୋଗୁଁ ସାହି ଭିତରେ ବିଭିନ୍ନ ସମୟରେ ଅଶାନ୍ତି ଦେଖା ଯାଉଥିଲା। ଯାହାକୁ ନେଇ ସାହିର କିଛି ମହିଳାଙ୍କ ସମେତ ସ୍ଥାନୀୟ ବାସିନ୍ଦାମାନେ ବାରିପଦା ଅବକାରୀ ବିଭାଗ ସମେତ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ମଦ କାରବାରରେ ଲିପ୍ତ ଥିବା ରାଧି ଦାସ, ସିଦ୍ଧ ମୁର୍ମୁ, ରତନୀ ସିଂ, ବାଙ୍କା ସିଂଙ୍କୁ ଅଟକ ରଖି ପଚାରଉଚାର କରାଯାଉଥିବା ସୂଚନା ମିଳିଛି।

ମଦ ଜବତ ପରେ ଅଭିଯୋଗକାରୀ ମହିଳାଙ୍କୁ ଦୁର୍ବ୍ୟବହାର କରିଛନ୍ତି ରଞ୍ଜିତ ମୁଖି ନାମକ ଯୁବକ ସହ କିଛି ମଦ ବ୍ୟବସାୟୀ। ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏହାକୁ ନେଇ ନୂଆସାହିରେ ଉତ୍ତେଜନା ଦେଖିବାକୁ ଦେଖିବାକୁ ମିଳିଛି। ସେପଟେ ବେଆଇନ ମଦ ବେପାରକୁ ନେଇ ସାହି ଭିତରେ ଦେଖାଦେଇଥିବା ଗଣ୍ଡଗୋଳ ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.