ବାରିପଦା: ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଅବକାରୀ ବିଭାଗ ପକ୍ଷରୁ ବେଆଇନ ଗଞ୍ଜେଇ କାରବାର ଉପରେ ଚଢାଉ । ଏହାସହ ଜଗତ ବଲ୍ଲଭ ବେହେରା ନାମକ ଜଣେ ଗଞ୍ଜେଇ ବେପାରୀକୁ ମଧ୍ୟ ଗିରଫ କରିଛି ଅବକାରୀ ବିଭାଗ ।
ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ଡୁକୁରା ଗ୍ରାମରେ ଚୋରା ଗଞ୍ଜେଇ ବେପାର ଚାଲିଥୁବା ନେଇ ଖୁଣ୍ଟା ଅବକାରୀ ବିଭାଗ ବିଶେଷ ସୂତୁରୂ ଖବର ପାଇଥିଲା | ଯାହାକୁ ନେଇ ଶୁକ୍ରବାର ଅବକାରୀ ବିଭାଗ ଡୁକୁରା ଅଞ୍ଚଳର ଜଗତ ବଲ୍ଲଭ ବେହେରାଙ୍କ ଘରେ ଚଢାଉ କରିଥଲା ।
ଏହି ଚଢାଉରେ ତାଙ୍କ ନିକଟରୁ ୩ କେଜି ୪୫୦ ଗ୍ରାମ ଗଞେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪0 ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଗିରଫ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି |
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ