ETV Bharat / state

ମୟୂରଭଞ୍ଜରେ ୩ କୋରୋନା ଯୋଦ୍ଧା ସଂକ୍ରମିତ; ସଂଖ୍ୟା ୬୯୧କୁ ବୃଦ୍ଧି

ମୟୂରଭଞ୍ଜ ଜିଲ୍ଲାରେ ଶନିବାର ପୁଣି ସର୍ବାଧିକ ୩୯ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏବେ ସୁଦ୍ଧା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯୧ରେ ପହଞ୍ଚିଛି । ସେଥିମଧ୍ୟରୁ ୪୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯେତେବେଳେ କି ୨୨୫ଟି ଆକ୍ଟିଭ ମାମଲା ରହିଛି । ଅଧିକ ପଢନ୍ତୁ...

author img

By

Published : Aug 1, 2020, 6:46 PM IST

Updated : Aug 1, 2020, 7:21 PM IST

ମୟୁରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯୧କୁ ବୃଦ୍ଧି, ପୁଣି ୩ ଜଣ କରୋନା ଯୋଦ୍ଧା ସଂକ୍ରମିତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପୁଣି ୩୯ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଏ ପର୍ଯ୍ୟନ୍ତ ମୋଟ ପଜିଟିଭ ସଂଖ୍ୟା ୬୯୧ ରେ ପହଞ୍ଚିଛି । ସେଥିମଧ୍ୟରୁ ୪୬୬ ଜଣ ସୁସ୍ଥ ହୋଇଥିବା ବେଳେ ୨୨୫ ଆକ୍ଟିଭ ମାମଲା ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

ତେବେ ନୂଆ ଭାବେ ଚିହ୍ନଟ ୩୯ ଜଣ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଜଣ କ୍ବାରେନଣ୍ଟାଇନ ସେଣ୍ଟର, ୧୪ ଜଣ ସ୍ଥାନୀୟ ଅଞ୍ଚଳ ଏବଂ ୩ ଜଣ କୋଭିଡ ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଶନିବାର ଚିହ୍ନଟ ୩୯ ଜଣଙ୍କ ମଧ୍ୟରୁ କୁସୁମୀ, କପ୍ତିପଦା, ବାଙ୍ଗିରିପୋଷି, କରଞ୍ଜିଆ ,ବାରିପଦା ସହର ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ମୟୂରଭଞ୍ଜରେ ୩ କୋରୋନା ଯୋଦ୍ଧା ସଂକ୍ରମିତ; ସଂଖ୍ୟା ୬୯୧କୁ ବୃଦ୍ଧି

ସେହିପରି ଜଶିପୁର, ରାସଗୋବିନ୍ଦପୁର, ବେତନଟୀ ବ୍ଲକରୁ ଦୁଇ ଜଣ ଲେଖାଏଁ, ବିଜାତଳା, ବଡ଼ସାହିରୁ ତିନି ଜଣ ଲେଖାଏଁ , ଶ୍ୟାମଖୁଣ୍ଟାରୁ ଚାରି ଜଣ ବାରିପଦା ବ୍ଲକ ରୁ ସାତ ଜଣ, ଶୁକୃଳିରୁ ୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରେନଣ୍ଟାଇନ ସେଣ୍ଟରରୁ ଚିହ୍ନଟ ୨୨ ଜଣକ ମଧ୍ୟରୁ ଆନ୍ଧ୍ରପ୍ରଦେଶରୁ ୬ ଜଣ, ତାମିଲନାଡୁରୁ ୧୨ ଜଣ, ତେଲେଙ୍ଗାନାରୁ ଜଣେ, ଗୁଜୁରାଟରୁ ଜଣେ, କର୍ଣ୍ଣାଟକରୁ ଦୁଇ ଜଣ ଫେରିଥିବା ଜଣାପଡିଛି । ତେବେ ଚିକିତ୍ସା ନିମନ୍ତେ ସମସ୍ତ 39 ଜଣଙ୍କୁ ବାଙ୍କୀସୋଲ ସ୍ଥିତ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି ଜିଲ୍ଲା ପ୍ରଶାସନ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Aug 1, 2020, 7:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.