ETV Bharat / state

ଅଧ୍ୟାପିକା ଆତ୍ମହତ୍ୟା ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଗିରଫ

ବହୁ ଚର୍ଚ୍ଚିତ ରାଇରଙ୍ଗପୁର ଗଣଦୁଷ୍କର୍ମ ପୀଡିତା ଅଧ୍ୟାପିକାଙ୍କ ଆତହତ୍ୟା ଘଟଣା । ଆଉ 2ଜଣକୁ ଗିରଫ କରିଛି ପୋଲିସ । ଏହା ପୂର୍ବରୁ 4ଜଣକୁ ଗିରଫ କରାଯାଇଥିବାବେଳେ କୋର୍ଟ ଚାଲାଣ କରିଛି ରାଇରଙ୍ଗପୁର ଟାଉନ ପୋଲିସ ।

author img

By

Published : Dec 13, 2019, 10:29 PM IST

2 arrested
ଅଧ୍ୟାପିକା ଆତ୍ମହତ୍ୟା ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର: ବହୁ ଚର୍ଚ୍ଚିତ ଅଧ୍ୟାପିକା ଆତ୍ମହତ୍ୟା ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଗିରଫ । ବର୍ତ୍ତମାନ 6 ଜଣକୁ ଗିରଫ କଲାଣି ପୋଲିସ । ଅଧ୍ୟାପିକାଙ୍କୁ ବାରମ୍ବାର ଫୋନ କରି ତାଙ୍କୁ ମାନସିକ ନିର୍ଯାତନା ଦେବା ସହ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଏହି ଦୁଇ ଜଣକୁ ଗିରଫ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନାର ନିକଟସ୍ଥ ଜଣେ ଅଧ୍ୟାପିକାଙ୍କୁ ଦୁଷ୍କର୍ମ ହୋଇଥିବାବେଳେ ପରେ ସେ ଆତ୍ମହତ୍ୟା କରିଥିଲେ ।

ଅଧ୍ୟାପିକା ଆତ୍ମହତ୍ୟା ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଗିରଫ

ଏହି ଘଟଣାରେ ତଦନ୍ତ କରୁଥିବା ମୟୂରଭଞ୍ଜ ଏସପି ଏକ ବିଶେଷ ସୂତ୍ରରୁ ଖବର ପାଇ ଯାଜପୁର ରୋଡ ଷ୍ଟେସନରେ ଚଢାଉ କରିଥିଲେ । ଏହି ସମୟରେ ଉମାଦେଇପୁରର ଭାଉଜ ମିନ୍ମୟୀ ସାହୁ ଓ ଘସିପୁରାର ଶୈଳବାଳା ସାହୁଙ୍କୁ ଗିରଫ କରାଯାଇଛି । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁଯାୟୀ, ରାଇରଙ୍ଗପୁର ଟାଉନ ଥାନାରେ ମାମଲା ରୁଜୁ ହେବା ପରେ ମୁଖ୍ୟ ଅଭିଯୁକ୍ତ ସୌମ୍ୟ ରଞ୍ଜନ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯିବା ପରେ ଅନ୍ୟ ଦୁଇ ଅଭିଯୁକ୍ତ ଦେବବ୍ରତ ମଣ୍ଡଳ ଓ ସୁଜିତ ମଣ୍ଡଳକୁ ମଧ୍ୟ ଗିରଫ କରି ରାଇରଙ୍ଗପୁର ପୋଲିସ କୋର୍ଟ ଚାଲାଣ କରିଥିଲେ।

ଗତ 8ତାରିଖରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଶିବ ନାରାୟଣପୁର ଗାଁର ରାଜେଶ କୁମାର ସାହୁଙ୍କୁ ଗିରଫ କରିଛି ରାଇରଙ୍ଗପୁର ଟାଉନ ପୋଲିସ । ତେବେ ରାଇରଙ୍ଗପୁରର ବହୁ ଚର୍ଚ୍ଚିତ ଅଧ୍ୟାପିକା ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ବହୁଚର୍ଚ୍ଚିତ ଅଧ୍ୟାପିକା ଆତ୍ମହତ୍ୟା ଘଟଣା, ଆଉ ଦୁଇ ଅଭିଯୁକ୍ତ ଗିରଫ। ଗିରଫ ସଂଖ୍ୟା ଛଅ କୁ ପହଞ୍ଚିଲା। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧିନ ରାଇରଙ୍ଗପୁର ମହାବିଦ୍ୟାଳୟ ର ଦୁଷ୍କର୍ମ ପୀଡିତା ଅଧ୍ୟାପିକା ଙ୍କ ଆତ୍ମହତ୍ୟା ଘଟଣାରେ ମୟୁରଭଞ୍ଜ ଏସପି ଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଦଳ ବିଶେଷ ସୂତ୍ରରୁ ଖବର ପାଇ ଯାଜପୁର ରୋଡ ଷ୍ଟେସନରେ ଚଢ଼ାଉ କରି ଆଉ ଦୁଇ ଜଣ ଅଭିଯୁକ୍ତ କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଉମାଦେଇପୁର ର ଭାଉଜ ମିନ୍ମୟୀ ସାହୁ ଓ ଘସିପୁରାର ତାଙ୍କ ଭଉଣୀ ଶୈଳବାଳା ସାହୁ। । ଅଧ୍ୟାପିକା ଙ୍କୁ ଫୋନ କରି ବାରମ୍ବାର ମାନସିକ ନିର୍ଯ୍ୟାତନା ଦେବା ସହିତ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଉଭୟଙ୍କୁ ଗିରଫ କରିଥିବା ଜଣାପଡିଛି। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ରାଇରଙ୍ଗପୁର ଟାଉନ ଥାନାରେ ମାମଲା ରୁଜୁ ହେବା ପରେ ମୁଖ୍ୟ ଅଭିଯୁକ୍ତ ସୌମ୍ୟ ରଞ୍ଜନ ସାହୁ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ପରେ ଅନ୍ୟ ଦୁଇ ଅଭିଯୁକ୍ତ ଦେବବ୍ରତ ମଣ୍ଡଳ ଓ ସୁଜିତ ମଣ୍ଡଳ କୁ ମଧ୍ୟ ଗିରଫ କରି ରାଇରଙ୍ଗପୁର ପୋଲିସ କୋର୍ଟ ଚାଲାଣ କରିଥିଲେ। ଗତ 8 ତାରିଖ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଶିବନାରାୟଣପୁର ଗ୍ରାମର ରାଜେଶ କୁମାର ସାହୁ ଙ୍କୁ ମଧ୍ୟ ଗିରଫ କରିଥିଲା ରାଇରଙ୍ଗପୁର ଟାଉନ ପୋଲିସ। ତେବେ ରାଇରଙ୍ଗପୁର ର ବହୁ ଚର୍ଚ୍ଚିତ ଅଧ୍ୟାପିକା ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଏହି ମାମଲାରେ ଛଅ ଜଣ ଅଭିଯୁକ୍ତକୁ ବାନ୍ଧିବାରେ ରାଇରଙ୍ଗପୁର ପୋଲିସ ସଫଳ ହୋଇ ପାରିଛି।

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.