ବରିପଦା : କୋଟାରୁ ମୟୂରଭଞ୍ଜକୁ ଫେରିଲେ ୨୨ ଜଣ ଛାତ୍ରଛାତ୍ରୀ । ଲକଡାଉନ ପାଇଁ ସେମାନେ ସେଠାରେ ଅଟକି ରହିଥିଲେ । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଏକ ସ୍ବତନ୍ତ୍ର ବସ ଯୋଗେ ସେଠାରୁ ଆଣିଛନ୍ତି । ସେମାନେ ମଙ୍ଗଳବାର ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ବାରିପଦା ସ୍ଥିତ ପ୍ରୟାସ ହଲ ଠାରେ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି ।
ଏଥି ସହିତ ବସରେ ଥିବା ଚାଳକ ଓ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ମନ୍ତ୍ରୀ ସୁଦାମ ମାରାଣ୍ଡି ବାରିପଦାରେ ଥିବା ଏହି କ୍ବାରେଣ୍ଟାଇନ ସେଣ୍ଟରକୁ ପରିଦର୍ଶନ କରିଥିବା ସହ ରାଜସ୍ଥାନରୁ ଫେରିଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ମନ୍ତ୍ରୀ ବାରିପଦାର ଅନ୍ୟ ଦୁଇଟି କ୍ବାରେଣ୍ଟାଇନ ସେଣ୍ଟରକୁ ମଧ୍ୟ ପରିଦର୍ଶନ କରିଥିଲେ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ