ETV Bharat / state

ଉଦଳା ଉପ କାରାଗାରରେ ୨୧ କଏଦୀ କୋରୋନା ପଜିଟିଭ ଚିହ୍ନଟ

ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡରେ ଥିବା ଉଦଳା ଉପକାରାଗାରରେ ୨୧ ଜଣ କଏଦୀ କରୋନା ଚିହ୍ନଟ ହୋଇ ଜେଲ ପରିସରରେ ଚିକିତ୍ସିତ ହେଉଛନ୍ତି । ଅଧିକ ପଢନ୍ତୁ...

author img

By

Published : May 10, 2021, 4:35 PM IST

ଉଦଳା ଉପ କାରାଗାରରେ ୨୧ କଏଦୀ କୋରୋନା ପଜିଟିଭ ଚିହ୍ନଟ
ଉଦଳା ଉପ କାରାଗାରରେ ୨୧ କଏଦୀ କୋରୋନା ପଜିଟିଭ ଚିହ୍ନଟ

ମୟୂରଭଞ୍ଜ: ଜିଲ୍ଲାର ଉଦଳା ଉପଖଣ୍ଡରେ ଥିବା ଉଦଳା ଉପ କାରାଗାରରେ ଜେଲ କର୍ତ୍ତୃପକ୍ଷ ପକ୍ଷରୁ କୋରୋନା ପରୀକ୍ଷା କରାଯାଇଛି । ତେବେ ଉପକାରାଗାରରେ ଥିବା ୨୧ ଜଣ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଜେଲ କର୍ତ୍ତୃପକ୍ଷ ଉଦଳା ଉପ କାରାଗାରରେ ଥିବା ମୋଟ ୧୧୨ ଜଣ କଏଦୀଙ୍କ ମଧ୍ୟରୁ ୭୬ ଜଣ କଏଦୀଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ୭୬ ଜଣ କଏଦୀଙ୍କ ମଧ୍ୟରୁ ୨୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଅନ୍ୟ 3 ଜଣ କଏଦୀଙ୍କ ଆରଟିପିସିଆର ଟେଷ୍ଟ ପାଇଁ ଯାଇଥିବା ବେଳେ ସେମାନଙ୍କ ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଆସି ନଥିବା ଜଣାପଡ଼ିଛି ।

ତେବେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ୨୧ ଜଣ କଏଦୀଙ୍କୁ ଜେଲ ଭିତରେ ହୋମ ଆଇସୋଲେସନରେ ରଖାଯାଇ ସ୍ୱତନ୍ତ୍ର ଡାକ୍ତରୀ ଟିମ ଦ୍ୱାରା ଚିକିତ୍ସା କରାଯାଉଥିବା ଜଣାପଡ଼ିଛି । ଯଦି କଏଦୀଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡି ଯାଏ ତାହେଲେ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯିବ ବୋଲି ଉଦଳା ଉପ କାରାଗାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସମ୍ପୂର୍ଣ୍ଣ ଉପକାରାଗାରକୁ କର୍ତ୍ତୃପକ୍ଷ ସାନିଟାଇଜ କରିଥିବା ଜଣାପଡିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.