ETV Bharat / state

ପଶ୍ଚିମବଙ୍ଗ ଯାଉଥିବାବେଳେ ବିଶୋଇ ବ୍ଲକ୍ ନିକଟରୁ ଉଦ୍ଧାର ହେଲେ ୨୦ ଶ୍ରମିକ - ଲକ୍ ଡାଉନ୍

ଲକଡାଉନ୍ ଯୋଗୁଁ ଖାଇବାକୁ ନ ପାଇ ଶ୍ରମିକ ମାନେ ମୟୂରଭଞ୍ଜରୁ ପଶ୍ଚିମବଙ୍ଗ ରାଜ୍ୟକୁ ଯାଉଥିବା ବେଳେ ବିଶୋଇ ବ୍ଲକ୍ ନିକଟରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ଏହି ୨୦ ଶ୍ରମିକ କରଞ୍ଜିଆ ଅଞ୍ଚଳର ବାଲାଜୀ କୋଲ୍ଡ ଷ୍ଟୋରରେ କାମ କରୁଥିବା ଜଣା ପଡିଛି । ଅଧିକ ପଢନ୍ତୁ...

20 workers were rescued from the Bishoi block
ପଶ୍ଚିମବଙ୍ଗ ଯାଉଥିବାବେଳେ ବିଶୋଇ ବ୍ଲକ୍ ନିକଟରୁ ଉଦ୍ଧାର ହେଲେ ୨୦ ଶ୍ରମିକ
author img

By

Published : Apr 29, 2020, 11:08 PM IST

ରାଇରଙ୍ଗପୁର: ସାରା ଦେଶରେ କୋରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଏକମାତ୍ର ମାର୍ଗ ଲକଡାଉନ ଓ ସାମାଜିକ ଦୂରତା ଯୋଗୁଁ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତା ସହିତ ଲକଡାଉନରେ ଫସି ରହିଥିବା ଅନ୍ୟ ରାଜ୍ୟର ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାର ରହିବା ଖାଇବା ବ୍ୟବସ୍ଥା କରିଥିବା ବେଳେ ପ୍ରକୃତରେ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ । ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ ।

ପଶ୍ଚିମବଙ୍ଗ ଯାଉଥିବାବେଳେ ବିଶୋଇ ବ୍ଲକ୍ ନିକଟରୁ ଉଦ୍ଧାର ହେଲେ ୨୦ ଶ୍ରମିକ

ଲକଡାଉନ୍ ଯୋଗୁଁ ଖାଇବାକୁ ନ ପାଇ ଶ୍ରମିକ ମାନେ ଚାଲିଚାଲି ପଶ୍ଚିମବଙ୍ଗ ରାଜ୍ୟକୁ ଯାଉଥିବା ବେଳେ ବିଶୋଇ ବ୍ଲକ୍ ନିକଟରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗରୁ ଆସି କରଞ୍ଜିଆ ଅଞ୍ଚଳର ବାଲାଜୀ କୋଲ୍ଡ ଷ୍ଟୋରରେ କାମ କରୁଥିବା ୨୦ ଜଣ ଶ୍ରମିକ ଲକଡାଉନ ଯୋଗୁଁ ଘରକୁ ଫେରି ପାରି ନଥିଲେ । ତେବେ ସେମାନଙ୍କୁ ନା କୋଲ୍ଡ ଷ୍ଟୋରର ମାଲିକ ସହଯୋଗର ହାତ ବଢ଼ାଇ ଥିଲେ ନା ସ୍ଥାନୀୟ ପ୍ରଶାସନ । ସରକାରଙ୍କ ଘୋଷଣାକୁ ଆଶା କରି ପଡି ରହିଥିଲେ ମାତ୍ର ସରକାରଙ୍କ ପକ୍ଷରୁ କିଛି ସହାୟତା ମିଳି ନଥିଲା ।

ଫଳରେ ଭୋକ ଉପାସରେ ମରିବା ଅପେକ୍ଷା ଘରକୁ କୌଣସି ଉପାୟରେ ଫେରିଯିବା ପାଇଁ କରଞ୍ଜିଆରୁ ଚାଲି ଚାଲି ପଶ୍ଚିମବଙ୍ଗ ଯାଉଥିବା ବେଳେ ବିଶୋଇ ଠାରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା । ଏ ନେଇ ସ୍ଥାନୀୟ ତହସିଲଦାର ଓ ବିଡ଼ିଓଙ୍କୁ ଖବର ଦେବାରୁ ଖଡମ୍ବେଡା ନିକଟରେ ଥିବା ଏକ ବିଦ୍ୟାଳୟରେ ଶ୍ରମିକଙ୍କ ପାଇଁ ରହିବା ଓ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.