ETV Bharat / state

ଦୁଇ ନର ହତ୍ୟାକାରୀଙ୍କୁ ଆଜୀବନ ଜେଲ୍

6 ବର୍ଷ ପରେ ଏକ ନରହତ୍ୟା ମାମଲାରେ 2 ଅଭିଯୁକ୍ତକୁ ମିଳିଛି ଆଜୀବନ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଛନ୍ତି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଅନୁପ ରଞ୍ଜନ ପଟ୍ଟନାୟକ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Dec 21, 2019, 10:11 PM IST

2 years later, 2 male killers got punished
6 ବର୍ଷ ପରେ 2 ନର ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ରାଇରଙ୍ଗପୁର: 6 ବର୍ଷ ପରେ ଏକ ନରହତ୍ୟା ମାମଲାରେ 2 ଅଭିଯୁକ୍ତକୁ ମିଳିଛି ଆଜୀବନ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଛନ୍ତି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଅନୁପ ରଞ୍ଜନ ପଟ୍ଟନାୟକ । ମୁଖ୍ୟ ଅଭିଯୁକ୍ତ ମିଥିଲେଶ କୁମାର ଓ ତାଙ୍କ ସହଯୋଗୀ ପରମଜିତ ପ୍ରସାଦକୁ ଆଜୀବନ କାରାଦଣ୍ଡ ସହ ୨୦,୦୦୦ ଟଙ୍କା ଜୋରିମାନା ଶୁଣାଇଛନ୍ତି । ଏଥିସହ ଅନାଦେୟ 6 ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ସୂଚନାନୁଯାୟୀ, 30 ଜୁଲାଇ 2014 ମସିହାରେ ଝାଡ଼ଖଣ୍ଡ ରାଜ୍ୟର ଜାମସେଦପୁର ଅଞ୍ଚଳର କୋମଲ ମିଶ୍ର ନାମକ ଯୁବତୀଙ୍କୁ ମିଥିଲେଶ କୁମାର ଓ ତାଙ୍କ ସହଯୋଗୀ ପରମଜିତ ପ୍ରସାଦ ଯୋଜନାବଦ୍ଧ ଭାବେ ଜାମଶେଦପୁର ଅଞ୍ଚଳରୁ ଆଣି ରାସ୍ତାରେ ତଣ୍ଟି ଚିପି ହତ୍ୟା କରିଥିଲେ । ଏଥିସହ ଯୁବତୀଙ୍କ ମୃତଦେହକୁ ଏକ ଅଖାରେ ଭର୍ତ୍ତି କରି ଓଡ଼ିଶାର ତିରିଂ ଅଞ୍ଚଳରେ ଫୋଫାଡି ଦେଇଥିଲେ । କୋମଲଙ୍କ ବାପା ମା' ଝିଅର କୌଣସି ପତ୍ତା ନପାଇବାରୁ ଜାମସେଦପୁର ଅଞ୍ଚଳରେ ଥିବା ବିର୍ସାନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ସେ ସମୟରେ ଓଡିଶାର ତିରିଂ ପୋଲିସ ଘଟଣାର ଛାନଭିନ କରି ଅଭିଯୁକ୍ତ 2 ଜଣକୁ ଗିରଫ କରି ରାଇରଙ୍ଗପୁର କୋର୍ଟ ଚାଲାଣ କରିଥିଲେ ।

ଶନିବାର ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଅନୁପ ରଞ୍ଜନ ପଟ୍ଟନାୟକ 21 ଜଣ ସାକ୍ଷୀମାନଙ୍କ ବୟାନକୁ ଭିତ୍ତି କରି 2ଜଣଙ୍କୁ ଆଜୀବନ କାରାଦଣ୍ଡ ସହିତ ୨୦,୦୦୦ ଟଙ୍କା ଜୋରିମାନା ଶୁଣାଇଛନ୍ତି । ଏହା ସହ ଅନାଦେୟ 6 ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଉଭୟ ଆସାମୀକୁ ରାଇରଙ୍ଗପୁର ଉପକାରାଗାର ପଠାଇ ଦିଆଯାଇଛି । ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ହୋଇଥିବା ବେଳେ ଉଭୟ ଆସାମୀ ଜାମସେଦପୁର ଟେଲକୋ ଥାନା ଅଞ୍ଚଳର ବୋଲି ଜଣାପଡିଛି । ସରକାରଙ୍କ ପକ୍ଷରୁ ଏହି ମକଦ୍ଦମାକୁ ଅତିରିକ୍ତ ପିପି (ସରକାରୀ ଓକିଲ) ପଙ୍କଜ ଦାସ ପରିଚାଳନା କରୁଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଏକ ନରହତ୍ୟା ମାମଲାରେ ରେ ଦୁଇ ଆସାମୀ ଙ୍କୁ ଆଜୀବନ କାରାଦଣ୍ଡ। ସୂଚନା ଅନୁଯାୟୀ ୩୦ ଜୁଲାଇ ୨୦୧୪ ମସିହାରେ ଝାଡ଼ଖଣ୍ଡ ରାଜ୍ୟର ଜାମଶେଦପୁର ଅଞ୍ଚଳର କୋମଲ ମିଶ୍ର ନାମକ ଯୁବତୀଙ୍କୁ ମିଥିଲେଶ କୁମାର ଓ ତାଙ୍କ ସହଯୋଗୀ ପରମଜିତ ପ୍ରସାଦ ଯୋଜନାବଦ୍ଧ ଭାବେ ଜାମଶେଦପୁର ଅଞ୍ଚଳରୁ ଆଣି ରାସ୍ତାରେ ତଣ୍ଟି ଚିପି ହତ୍ୟା କରି ଯୁବତୀଙ୍କ ଶବ କୁ ଏକ ଅଖା ରେ ଭର୍ତ୍ତି କରି ଓଡ଼ିଶାର ତିରିଂ ଅଞ୍ଚଳରେ ଫୋଫାଡି ଦେଇଥିଲେ। ଯୁବତୀଙ୍କ ବାପା ମାଆ ଝିଅର କୌଣସି ପତ୍ତା ନ ପାଇବାରୁ ଜାମଶେଦପୁର ଅଞ୍ଚଳରେ ଥିବା ବିର୍ସାନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ସେ ସମୟରେ ଓଡିଶାର ତିରିଂ ପୋଲିସ ଘଟଣାର ଛାନଭିନ କରି ଅଭିଯୁକ୍ତ ଦ୍ବୟ ଙ୍କୁ ଗିରଫ କରିବାରେ ସଫଳ ହୋଇ ରାଇରଙ୍ଗପୁର କୋର୍ଟ ଚାଲାଣ କରିଥିଲେ। ତେବେ ଆଜି ମାନ୍ୟବର ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ଅନୁପ ରଞ୍ଜନ ପଟ୍ଟନାୟକ ୨୧ ଜଣ ସାକ୍ଷୀ ମାନଙ୍କ ବୟାନ କୁ ଭିତ୍ତି କରି ମୁଖ୍ୟ ଆସାମୀ ମିଥିଲେଶ କୁମାର ଓ ତାଙ୍କ ସହଯୋଗୀ ପରମଜିତ ପ୍ରସାଦ ଙ୍କୁ ଆଜୀବନ କାରାଦଣ୍ଡ ସହିତ ୨୦୦୦୦ ଟଙ୍କା ଜରିମାନା ଅନାଦେୟ ୬ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି। ରାୟ ପ୍ରକାଶ ପାଇବା ପରେ ଉଭୟ ଆସାମୀ ଙ୍କୁ ରାଇରଙ୍ଗପୁର ଉପ କାରାଗାର ପଠେଇ ଦିଆଯାଇଛି। ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ହୋଇଥିବା ବେଳେ ଉଭୟ ଆସାମୀ ଜାମଶେଦପୁର ଟେଲକୋ ଥାନା ଅଞ୍ଚଳର ବୋଲି ଜଣାପଡିଛି। ସରକାରଙ୍କ ପକ୍ଷରୁ ଏହି ମକଦ୍ଦମା ଟିକୁ ଅତିରିକ୍ତ ପିପି (ସରକାରୀ ଓକିଲ) ପଙ୍କଜ ଦାସ ପରିଚାଳନା କରୁଥିଲେ।
ବାଇଟ- ପଙ୍କଜ ଦାସ, ଅତିରିକ୍ତ ପିପି, ରାଇରଙ୍ଗପୁର।

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.