ETV Bharat / state

Hunter Arrest: ପୋଲିସ ଓ ବନ କର୍ମଚାରୀଙ୍କ କମ୍ବିଂ ଅପରେସନ, ୨ ଶିକାରୀ ଗିରଫ - ଦ୍ବିତୀୟ ଜୈବମଣ୍ଡଳ ଶିମିଳିପାଳ ଅଭୟାରଣ୍ୟ

ଶିମିଳିପାଳକୁ ଶିକାରୀ ମୁକ୍ତ କରିବାକୁ ମୟୂରଭଞ୍ଜ ପୋଲିସର ଚାଲିଛି କମ୍ବିଂ ଅପରେସନ । ପୁଣି ୨ଟି ଦେଶୀ ବନ୍ଧୁକ ସହ ୨ ଶିକାରୀ ଗିରଫ । ଅଧିକ ପଢନ୍ତୁ

combing operation
combing operation
author img

By

Published : Jul 20, 2023, 2:18 PM IST

combing operation

ରାଇରଙ୍ଗପୁର: ଏସିଆ ମହାଦେଶର ଦ୍ବିତୀୟ ଜୈବମଣ୍ଡଳ ଶିମିଳିପାଳ ଅଭୟାରଣ୍ୟରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି । ନିୟମିତ ଭାବରେ ପୋଲିସ ଓ ବନବିଭାଗ ଶିମିଳିପାଳ ଅଭୟାରଣ୍ୟ ଓ ପାଦଦେଶ ଗୁଡିକରେ ସର୍ଚ୍ଚ ଅପରେସନ ଚଲେଇଛନ୍ତି । ସେଥିରେ ପୋଲିସକୁ ବହୁଳ ମାତ୍ରାରେ ସଫଳତା ମିଳିଛି । ପୁଣି ଥରେ ଶିମିଳିପାଳ ପାଦଦେଶରୁ ୨ଟି ଦେଶୀ ବନ୍ଧୁକ ଓ ନଗଦ ୨ଲକ୍ଷ ୯୫ ହଜାର ଟଙ୍କା ପୋଲିସ ଜବତ କରିବା ସହିତ ୨ ଜଣ ଶିକାରୀଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ, ବନ୍ୟଜନ୍ତୁ ଶିକାର କରିବା ପାଇଁ ଦେଶୀ ବନ୍ଧୁକ ରଖିଥିବାର ପୋଲିସ କୌଣସି ସୂତ୍ରରୁ ଖବର ପାଇ ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ପୋଲିସ ସାଇଁକୂଳା, ହାଟ ନୂଆଗାଁ ଓ କୁଆମରା ଗ୍ରାମରେ ଅତର୍କିତ ଭାବେ ଚଢାଉ କରିଥିଲା । ଚଢ଼ାଉ କରି ସାଇଁକୂଳା ଗ୍ରାମରୁ ଦୁଇଟି ଦେଶୀ ବନ୍ଧୁକ ଓ ତିନୋଟି ଏୟାର ଗନ୍ ଜବତ କରିଥିଲା । ଏଥିସହ ବନ୍ଧୁକ ରଖିଥିବା ଅଭିଯୋଗରେ ସେହି ଗ୍ରାମରୁ ସନ୍ତୋଷ ସାହୁ ଓ ଅଶ୍ଵିନୀ କୁମାର ଦେ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ସେହିପରି ସେମାନଙ୍କ ନିକଟରୁ ନଗଦ ୨ ଲକ୍ଷ ୯୫ ହଜାର ଟଙ୍କା ଜବତ କରାଯାଇଛି ।

ତେବେ ଗିରଫ ଅଭିଯୁକ୍ତ ପୂର୍ବରୁ କୁଲଡ଼ିହା ଅଭୟାରଣ୍ୟରେ ହାତୀ ଦାନ୍ତ କାରବାରରେ ଜଡ଼ିତ ଥିବା ନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ବାରିପଦା ଭଞ୍ଜପୁର ଥାନାରେ ମଧ୍ୟ ଏକ ଅପରାଧିକ ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ମୟୂରଭଞ୍ଜ ଏସପି ବି.ଗଙ୍ଗାଧର ସୂଚନା ପ୍ରଦାନ କରିଛନ୍ତି ।

ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଗୁଳିରେ ଦୁଇ ଜଣ ବନ କର୍ମଚାରୀଙ୍କ ମୃତ୍ୟୁ ଘଟଣା ପରେ ମୟୂରଭଞ୍ଜ ପୋଲିସ ଆକ୍ସନ ମୋଡ଼କୁ ଆସିଥିଲା । ବାରହା କାମୁଡା ରେଞ୍ଜର ଭାରପ୍ରାପ୍ତ ରେଞ୍ଜରଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗରେ ଜୁନ ମାସ ୨୪ ତାରିଖ ଦିନ ୨ଟି ଦେଶୀ ବନ୍ଧୁକ, ଧନୁ ତୀର ଓ ଅନ୍ୟାନ୍ୟ ମାରଣାସ୍ତ୍ର ସହ ୧୦ ଜଣ ଶିକାରୀକୁ ଗିରଫ କରାଯାଇଥିଲା । ପରେ ଜୁଲାଇ ମାସ ୩ ତାରିଖରେ ପୋଲିସର ସର୍ଚ୍ଚ ଅପରେସନ ବେଳେ ଦେଶୀ ବନ୍ଧୁକ କାରଖାନା ଠାବ କରାଯିବା ସହ ଗୋଟିଏ ଦେଶୀ ବନ୍ଧୁକ ଜବତ ଓ ଜଣକୁ ଗିରଫ କରିଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ- ପୋଲିସ ଓ ବନ କର୍ମଚାରୀଙ୍କ କମ୍ବିଂ ଅପରେସନ: ୩ ଶିକାରୀ ଗିରଫ, ୮ ବନ୍ଧୁକ ଜବତ

ସେହିପରି ଗତ ଶୁକ୍ରବାର ଦିନ ଶିମିଳିପାଳ ପାଦଦେଶରୁ ୩ ଜଣ ଶିକାରୀଙ୍କୁ ଗିରଫ କରିବା ସହିତ ୩ଟି ଦେଶୀ ବନ୍ଧୁକ ଜବତ କରିଥିଲା ପୋଲିସ । ପୁଣି ଶନିବାର ଦିନ ପୋଲିସ ଶିମିଳିପାଳ ଅଭୟାରଣ୍ୟ ଓ ପାଦଦେଶରେ କୁମ୍ବିଂ ଅପରେସନ କରି ୩ ଜଣ ଶିକାରୀଙ୍କୁ ଗିରଫ କରିବା ସହ ୮ଟି ଦେଶୀ ବନ୍ଧୁକ ଜବତ କରିଥିଲା । ତେବେ ଶିମିଳିପାଳ ଅଭୟାରଣ୍ୟକୁ ଶିକାରୀ ମୁକ୍ତ କରିବାକୁ ମୟୂରଭଞ୍ଜ ପୋଲିସ ପକ୍ଷରୁ ଶିମିଳିପାଳ ପାଦଦେଶ ଗୁଡ଼ିକରେ ଘନଘନ ଚଢ଼ାଉ ସହିତ ଶିମିଳିପାଳ ଅଭୟାରଣ୍ୟରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବାର ସୂଚନା ମିଳିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.