ETV Bharat / state

କଲରାପତରିଆ ବାଘ ଚମଡା ଜବତ, 3 ଗିରଫ - tiger

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅନ୍ତର୍ଗତ କଙ୍କଡା ଗ୍ରାମର ବାସୁଳି ମନ୍ଦିର ନିକଟରୁ କଲରାପତରିଆ ବାଘ ଚମଡା ଜବତ କରିଛି ବନବିଭାଗ । ଏହି ଘଟଣାରେ ବନବିଭାଗ ରବିବାର ଦୁଇଜଣଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Mar 25, 2019, 7:06 PM IST

ମୟୂରଭଞ୍ଜ: ଦିନକୁ ଦିନ ଅସୁରକ୍ଷିତ ହେଲେଣି ବନ୍ୟଜନ୍ତୁ । କେତେବେଳେ ମଣିଷଙ୍କ ଶିକାର ହେଉଛନ୍ତି ତ କେତେବେଳେ ବିଦ୍ୟୁତ ଆଘାତରେପ୍ରାଣ ହରାଉଛନ୍ତି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅନ୍ତର୍ଗତ କଙ୍କଡା ଗ୍ରାମର ବାସୁଳି ମନ୍ଦିର ନିକଟରୁ କଲରାପତରିଆବାଘ ଚମଡା ଜବତ କରିଛି ବନବିଭାଗ । ଏହି ଘଟଣାରେ ବନବିଭାଗ ରବିବାର ଦୁଇଜଣଙ୍କୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଗିରଫ ହୋଇଥିବା ଦୁଇ ଜଣଙ୍କ ବୟାନକୁ ଭିତ୍ତି କରି ଆଉ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ସେହି କରଞ୍ଜିଆ ଅଞ୍ଚଳର ଶେଖ ରହିମ, ଶେଖ ଆଶାମ ଓ ଶିରୀଷ ଚନ୍ଦ୍ର ମହାନ୍ତ । ସୂଚନା ଅନୁଯାୟୀ ଶେଖ ରହିମ, ଶେଖ ଆଶାମ ଏକ ମଟର ସାଇକେଲରେ ବାଘ ଚମଡାକୁ ବିକ୍ରି କରିବା ପାଇଁ ଯାଉଥିବାବେଳେ ବନବିଭାଗ କୌଣସି ସୂତ୍ରରୁ ଖବର ପାଇଁ ଚଢାଉ କରିଥିଲା ।

ଦୁଧିଆଣି ରେଞ୍ଜ ଅନ୍ତର୍ଗତ କଙ୍କଡା ଗ୍ରାମର ବାସୁଳି ମନ୍ଦିର ନିକଟରୁ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା ବନବିଭାଗ । ପରେ ସେମାନଙ୍କଠାରୁ ଚମଡା ଓ ବାଇକକୁ ଜବତ କରାଯାଇଥିଲା । ତେବେ ଘଟଣାରେ ଅନ୍ୟ ବ୍ୟକ୍ତିମାନେ ମଧ୍ୟ ସମ୍ପୃକ୍ତି ଥାଇପାରନ୍ତି ବୋଲି ବନବିଭାଗ ଅନୁମାନ କରୁଥିବାବେଳେ ତଦନ୍ତ ଜାରି ରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.