ETV Bharat / state

ଲଜ୍ୟା: 17 ମାସର ଶିଶୁକନ୍ୟାକୁ ଦୁଷ୍କର୍ମ, ସମ୍ପର୍କୀୟ ଦାଦା ଫେରାର - realative

ମୟୂରଭଞ୍ଜରେ ଜଣେ ୧୭ ମାସର ଶିଶୁକନ୍ୟା ସହ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ନେଇ ପରିବାର ଲୋକେ ଗତ ଶୁକ୍ରବାର ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jul 6, 2019, 9:34 PM IST

ମୟୂରଭଞ୍ଜ: ମୟୂରଭଞ୍ଜରେ ଲଜ୍ଜା । ସଂପର୍କରେ ଲାଗିଲା କଳଙ୍କ ଛିଟା । ସମ୍ପର୍କୀୟ ଦାଦା ଭିଆଇଛି ଜଘନ୍ୟ କାଣ୍ଡ । ଜଣେ ୧୭ ମାସର ଶିଶୁକନ୍ୟା ସହ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ନେଇ ପରିବାର ଲୋକେ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଭଳି ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ।

ସୂଚନା ଅନୁଯାୟୀ, ଗତ ଜୁଲାଇ ୪ ତାରିଖ ଦିନ ସଂପର୍କୀୟ କକା ଶିଶୁକନ୍ୟାକୁ ସାଙ୍ଗରେ ଧରି ନିଛାଟିଆ ସ୍ଥାନକୁ ନେଇଥିଲେ । ସେଠାରେ ଶିଶୁକନ୍ୟାକୁ ଗଛ ମୂଳରେ ଛାଡି ଦେଇ ସେ ଚାଲିଯାଇଥିଲେ । ପରେ ପରିବାର ଲୋକେ ଖୋଜିଖୋଜି କରିବା ପରେ ଶିଶୁ କନ୍ୟାକୁ ଗଛ ମୂଳରୁ ଉଦ୍ଧାର କରିଥିଲେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ

ଉଦ୍ଧାର ସମୟରେ ଶିଶୁ କନ୍ୟା ଜଣକ କାନ୍ଦୁଥିବାବେଳେ ତାର ମୁହଁରେ କ୍ଷତ ଚିହ୍ନ ଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ । ଯାହାକି ତାର ସଂପର୍କୀୟ କକା ତାକୁ ଦୁଷ୍କର୍ମ କରି ସେଠାରେ ଛାଡି ଚାଲିଯାଇଥିବା ପରିବାର ଲୋକେ ସନ୍ଦେହ କରିବା ସହିତ ସଂପର୍କୀୟ କକାଙ୍କୁ ଖୋଜାଖୋଜି କରିଥିଲେ ।

ଶେଷରେ ତାଙ୍କୁ ନ ପାଇ ଗତ ଶୁକ୍ରବାର ପରିବାର ଲୋକେ ଏନେଇ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେଣୁ ଏହି ଅଭିଯୋଗକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥିସହ ଶିଶୁକନ୍ୟାକୁ ବାରିପଦା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି ।

ଅନ୍ୟପଟେ ଘଟଣା ପରଠାରୁ ଅଭିଯୁକ୍ତ ଫେରାର ଥିବାବେଳେ ଡାକ୍ତରୀ ମାଇନା ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଉପଖଣ୍ଡ ପୋଲିସ୍‌ ଅଧିକାରୀ କହିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.