ETV Bharat / state

ମୟୂରଭଞ୍ଜରେ ପୁଣି 6 କୋରୋନା ଆକ୍ରାନ୍ତ

ରାଜ୍ୟରେ ତ୍ରୀବ ଗତିରେ ବଢି ଚାଲିଛି ସଂକ୍ରମଣ ମାମଲା । ଅଧିକାଂଶ ମାମଲା ପ୍ରବାସୀ ଶ୍ରମିକଙ୍କ ଠାରେ ଚିହ୍ନଟ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jun 8, 2020, 2:08 PM IST

Updated : Jun 8, 2020, 3:33 PM IST

ମୟୂରଭଞ୍ଜରେ ପୁଣି 16 କୋରୋନା ଆକ୍ରାନ୍ତ
ମୟୂରଭଞ୍ଜରେ ପୁଣି 16 କୋରୋନା ଆକ୍ରାନ୍ତ

ବାରିପଦା: ରାଜ୍ୟରେ ଆଉ 138 କୋରୋନା ପଜିଟିଭ ଚିହ୍ନଟ । ଏଥିରୁ ପୁଣି 6 ଜଣ ମୟୂରଭଞ୍ଜ ଜିଲ୍ଲାର । ବର୍ତ୍ତମାନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 76ରେ ପହଞ୍ଚିଛି । ନୂତନ ଭାବେ ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ ବ୍ୟକ୍ତି ସରକାରୀ କ୍ବାରେଣ୍ଟାଇନରେ ରହୁଥିଲେ । ଚିକିତ୍ସା ପାଇଁ ସମସ୍ତଙ୍କୁ ବାଙ୍କୀଷୋଳ ସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ମୟୂରଭଞ୍ଜରେ ପୁଣି 6 କୋରୋନା ଆକ୍ରାନ୍ତ

ସୋମବାର ପୁଣି ଜିଲ୍ଲାରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪ ଜଣ ଶୁଳିଆପଦା, ୨ ଜଣ ବିଜାତଳା ବ୍ଲକର ବୋଲି ଜଣାପଡିଛି। ତେବେ ନୂଆ ଭାବେ ଚିହ୍ନଟ ହୋଇଥିବା ୬ ଜଣ କୋରୋନା ପଜିଟିଭ ସମସ୍ତେ ନିଜ ନିଜ ବ୍ଲକ ଅଞ୍ଚଳରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିବା ଜଣାପଡିଛି।

ଶୁଳିଆପଦା ବ୍ଲକର ୪ ଜଣ କୋରୋନା ପଜିଟିଭ ମଧ୍ୟରୁ ୨ ଜଣ ମହାରାଷ୍ଟ୍ର ଓ ଦୁଇ ଜଣ ଗୋଆ ଫେରନ୍ତା ବୋଲି ଜଣାପଡିଛି । ସେହିପରି ବିଜାତଳା ବ୍ଲକର ଦୁଇ ଜଣ କୋରୋନା ପଜିଟିଭ ଙ୍କ ମଧ୍ୟରୁ ଜଣେ ଗୁଜୁରାଟ ଓ ଅନ୍ୟଜଣେ ତାମିଲନାଡୁ ଫେରନ୍ତା ।

ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬ ଛୁଇଁ ଥିବା ବେଳେ ସେଥିମଧ୍ୟରୁ ୬୦ଟି ମାମଲା ସକ୍ରିୟ ରହିଛି । ୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Jun 8, 2020, 3:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.