ETV Bharat / state

ପୋଖରୀରେ ବୁଡି ବ୍ଲକ ଉପାଧ୍ୟକ୍ଷଙ୍କ ପୁଅର ମୃତ୍ୟୁ - ପୋଖରୀରେ ବୁଡି ନାବାଳକର ମୃତ୍ୟୁ

ମୟୂରଭଞ୍ଜ ଶୁକୃଳି ବ୍ଲକ ଉପାଧ୍ୟକ୍ଷଙ୍କ ନାବାଳକ ପୁଅର ପୋଖରୀରେ ବୁଡି ମୃତ୍ୟୁ । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା । ଅଧିକ ପଢନ୍ତୁ...

14 years boy drowning at pond in nabrangpur
ପୋଖରୀରେ ବୁଡି ବ୍ଲକ ଉପାଧ୍ୟକ୍ଷଙ୍କ ପୁଅର ମୃତ୍ୟୁ
author img

By

Published : Jul 7, 2021, 12:02 PM IST

ରାଇରଙ୍ଗପୁର: ପୋଖରୀରେ ବୁଡି ମୟୂରଭଞ୍ଜର ଶୁକୃଳି ବ୍ଲକ ଉପାଧ୍ୟକ୍ଷଙ୍କ ନାବାଳକ ପୁଅର ମୃତ୍ୟୁ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ପୋଖରୀରେ ବୁଡି ବ୍ଲକ ଉପାଧ୍ୟକ୍ଷଙ୍କ ପୁଅର ମୃତ୍ୟୁ

ସୂଚନା ଅନୁସାରେ, ମୟୂରଭଞ୍ଜର ରରୁଆଁ ଥାନା ଅନ୍ତର୍ଗତ ମହିଳାଶୁଲି ଗାଁରେ ଥିବା ଗୁଡି ପୋଖରୀକୁ କୌଣସି କାରଣ ବଶତଃ ବ୍ଲକ ଉପାଧ୍ୟକ୍ଷା ପଦ୍ମିନୀ ଗିରିଙ୍କ ପୁତ୍ର ପ୍ରିନ୍ସ ଯାଇଥିଲେ । ସେଠାରେ ଗାଧେଇବା ପାଇଁ ହେଉ କିମ୍ବା ଗୋଡ଼ ଖସିଯିବା କାରଣରୁ ସେ ପାଣିରେ ପଡିଯାଇଥିଲେ । ସେ ପହଁରା ଜାଣି ନଥିବାରୁ ପାଣିରେ ବୁଡି ଯାଇଥିଲେ । କିଛି ସମୟ ପରେ ଘଟଣା ବିଷୟରେ ଜାଣିବା ପରେ ଗାଁ ଲୋକେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ ।

ଖବର ପାଇ ସଙ୍ଗେ ସଙ୍ଗେ ଶୁକୃଳି ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ପୋଖରୀରୁ ନାବାଳକକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ରରୁଆଁ ଥାନା ପୋଲିସ ଘଟଣାରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.