ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଅଭାବନୀୟ ଘଟଣା। କପ୍ତିପଦା ବ୍ଲକ ସୁଲଗଡିଆ ଗାଁରେ ସତ୍ୟନାରାୟଣ ପୂଜା ଭୋଗ ଖାଇ ଗୋଟିଏ ପରିବାରର 12ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନାଅନୁସାରେ, ଗୁରୁବାର କପ୍ତିପଦା ବ୍ଲକ ସୁଲଗଡିଆ ଗାଁର ବାବୁରାମ ସେଠୀଙ୍କ ପୁଅର ଜନ୍ମଦିନ ହୋଇଥିଲା । ଜନ୍ମଦିବସ ଉପଲକ୍ଷେ ଘରେ ସତ୍ୟନାରାୟଣ ପୂଜାର ଆୟୋଜନ ହୋଇଥିଲା । ପୂଜା ପରେ ଘର ଲୋକ ପ୍ରସ୍ତୁତ ଭୋଗ ଖାଇବା ସହ ପଡୋଶୀଙ୍କୁ ମଧ୍ୟ ଦେଇଥିଲେ ।
ହଠାତ୍ ଭୋଗ ଖାଇଥିବା 12ଜଣ ଝାଡା ବାନ୍ତି ହୋଇଥିଲା । ସେମାନଙ୍କୁ ପ୍ରଥମେ ଶାଳଚୁଆ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଉଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅସୁସ୍ଥ ସମସ୍ତ 12ଜଣଙ୍କ ମଧ୍ୟରୁ ୫ ଜଣ ସୁସ୍ଥ ହୋଇ ଥିବାବେଳେ ୭ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ