ETV Bharat / state

ମୟୂରଭଞ୍ଜ: ସଧବା ପାଉଛି ବିଧବା ଭତ୍ତା, ଭେଣ୍ଡିଆ ନେଉଛି ବାର୍ଦ୍ଧକ୍ୟ ଭତ୍ତା

author img

By

Published : Sep 19, 2019, 10:09 AM IST

Updated : Sep 19, 2019, 10:45 AM IST

ହାତରେ ଶଙ୍ଖା, ମଥାରେ ସିନ୍ଦୁର ପିନ୍ଧି ବିଧବା ଭତ୍ତା ନେଉଛନ୍ତି ସଧବା ନାରୀ । ଏଭଳି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ସାରୁମୂଳା ଗ୍ରାମପଞ୍ଚାୟତରେ । ପଞ୍ଚାୟତର 12 ଜଣ ସଧବା, ବିଧବା ଭତ୍ତା ପାଉଥିବା ଜଣାପଡିବା ପରେ ଜିଲ୍ଲାପାଳ, ବ୍ଲକ ମଙ୍ଗଳ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ।

ଡିଜାଇନ ଫଟୋ

ବାରିପଦା: ସଧବା ପାଉଛି ବିଧବା ଭତ୍ତା । ଭେଣ୍ଡିଆ ନେଉଛି ବାର୍ଦ୍ଧକ୍ୟ ଭତ୍ତା । ହାତରେ ଶଙ୍ଖା, ମଥାରେ ସିନ୍ଦୁର ପିନ୍ଧି ବିଧବା ଭତ୍ତା ନେଉଛି ସଧବା ନାରୀ । ଏଭଳି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ସାରୁମୂଳା ଗ୍ରାମପଞ୍ଚାୟତରେ । ପଞ୍ଚାୟତର 12 ଜଣ ସଧବା, ବିଧବା ଭତ୍ତା ପାଉଥିବା ଜଣାପଡିବା ପରେ ଜିଲ୍ଲାପାଳ, ବ୍ଲକ ମଙ୍ଗଳ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ସଧବା ନାରୀ, ବିଧବା ଭତ୍ତା ଓ ବୟସ ନ ହୋଇ ମଧ୍ୟ ଲୋକେ ବାର୍ଦ୍ଧକ୍ୟ ଭତ୍ତା ପାଉଥିବାବେଳେ ଅସଲ ହିତାଧିକାରୀ କିନ୍ତୁ ଏଥିରୁ ବଞ୍ଚିତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

କେବଳ ସାରୁମୂଳା ପଞ୍ଚାୟତ ନୁହେଁ ବ୍ଲକର 16 ପଞ୍ଚାୟତରେ ଏପରି ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଯାହାର ଉପଯୁକ୍ତ ତଦନ୍ତ ପାଇଁ ବ୍ଲକ ସାମ୍ନାରେ ଧାରଣାରେ ବସିଛନ୍ତି ବ୍ଲକର ଅନେକ ସରପଞ୍ଚ ଓ ସମିତିସଭ୍ୟ । ସେପଟେ ରାସଗୋବିନ୍ଦପୁର ବିଡିଓ ଏପରି ଭୁଲକୁ ସ୍ବୀକାର କରିଥିବାବେଳେ ଆଗକୁ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ଭତ୍ତା ଦିଆଯିବ ବୋଲି ବୋଲି କହିଛନ୍ତି ।

ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଏପରି ଅନିୟମିତତା ସ୍ଥାନୀୟ ପ୍ରଶାସନର ପାରିବାପଣିଆକୁ ପଦାରେ ପକାଉଛି । ତେବେ ଯାହାହେଉ ତଦନ୍ତ ହୋଇ ଉପଯୁକ୍ତ ହିତାଧିକାରୀ ଭତ୍ତା ପାଇବେ ବୋଲି ଆଶା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:opening PTC
ସରକାରୀ ଯୋଜନା ବାଟବଣା। ସରକାର ଯେତେ ପ୍ରକାର ଯୋଜନା କରି ଗରିବ ଶ୍ରେଣୀର ଲୋକଙ୍କୁ ସହାୟତା ଯୋଗାଇଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। Body:ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବାର୍ଦ୍ଧକ୍ୟ ଭତ୍ତା, ବିଧବା, ବିକଳାଙ୍ଗ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ,ହରିଶ୍ଚନ୍ଦ୍ର ସହାୟତା ଯୋଜନା ଏପରିକି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ତାର ଲାଭ ଗରିବ ଲୋକ ପାଖରେ ପହଞ୍ଚୁ ନାହିଁ । ଟଙ୍କା ଦେଲେ ଏଠି ସଧବା ବି ପାଉଛି ବିଧବା ଭତ୍ତା, ଭେଣ୍ଡିଆ ପାଉଛି ବାର୍ଦ୍ଧକ୍ୟ ଭତ୍ତା। ଜୀବିତ ସ୍ୱାମୀ କୁ ମୃତ ଘୋଷଣା କରି ସ୍ତ୍ରୀ ନେଉଅଛି ବିଧବା ଭତ୍ତା। ଏ ଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ସାରୁମୂଳା ଗ୍ରାମପଂଚାୟତ ରେ - ସାରୁମୂଳା ପଂଚାୟତ ର ୧୨ ଜଣ ସଧବାକୁ ବିଧବା ଦର୍ଶାଇ ଭତ୍ତା କରାଇଥିବା ରାସଗୋବିନ୍ଦପୁର ବ୍ଲକ ର ମଙ୍ଗଳ ଅଧିକାରୀ ରଜନୀଗନ୍ଧା ସିଂକୁ ଜିଲ୍ଲାପାଳ ନିଲମ୍ବିତ ମଧ୍ୟ କରିଛନ୍ତି। ଏହି ପଂଚାୟତ ରେ କିନ୍ତୁ ଭତ୍ତା ପାଇବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିନି ଭତ୍ତା , ଅନେକ ବିଧବା, ବୁଢା ବୁଢ଼ୀ ପାଇନାହାନ୍ତି ଭତ୍ତା ଆସନ୍ତୁ ଶୁଣିବା କଣ କହୁଛନ୍ତି ସେମାନେ
ବାଇଟ-୧- କରି ବିନ୍ଧାଣି- ( ତଳେ ବସି ବାଇଟ ଦେଇଅଥିବା ବୁଢ଼ୀ)
ବାଇଟ-୨- ରାମଚନ୍ଦ୍ର ହାଁସଦା - ( ବ୍ଲୁ ସାର୍ଟ ପିନ୍ଧିଥିବା ବୁଢା)
ବାଇଟ- ୩- ପାନମଣି ବିନ୍ଧାଣି - ( ନାଲି ଶାଢ଼ୀ ପିନ୍ଧିଥିବା ବିଧବା ମହିଳା)
ବାଇଟ-୪- ଗୁରୁବାରୀ ହାଁସଦା- ( ବିଧବା - ଧଳା ଶାଢ଼ୀ ପିନ୍ଧିଥିବା ବୁଢ଼ୀ )
ତେବେ ରାସଗୋବିନ୍ଦପୁର ବ୍ଲକରେ କେବଳ ସାରୁମୂଳା ଗ୍ରାମପଂଚାୟତ ନୁହେଁ ବ୍ଲକର ୧୬ ପଂଚାୟତରେ ଯୋଗ୍ୟ ହିତାଧିକାରୀ ଭତ୍ତା ଯୋଜନାରୁ ବଂଚିତ ଥିବାବେଳେ ଅନେକ ବିଧବା ଓ ବୟସ ହୋଇ ନଥିବା ଲୋକେ ଭତ୍ତା ପାଉନାହାନ୍ତି ଏକଥା ଆମେ କହୁନୁ ଖୋଦ ରାସଗୋବିନ୍ଦପୁର ବ୍ଲକ ର ଜନପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି - ଖାଲି ସାରୁମୂଳା ଗ୍ରାମପଂଚାୟତ ନୁହେଁ ବ୍ଲକର ଅନ୍ୟ ୧୬ ଟି ପଂଚାୟତରେ ତଦନ୍ତ ପାଇଁ ଦାବି କରି ବ୍ଲକ ସମ୍ମୁଖରେ ଧାରଣା ରେ ବସିଛନ୍ତି ବ୍ଲକର ନକେ ସରପଂଚ ଓ ସମିତି ସଭ୍ୟ - ତେବେ ରାସଗୋବିନ୍ଦପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏ ପରି ଭୁଲ କୁ ସ୍ବୀକାର କରିଥିବା ବେଳେ ଆଗକୁ ପ୍ରକୃତ ହିତାଧିକାରୀ ଙ୍କୁ ଚିହ୍ନଟ କରି ଭତ୍ତା ଯୋଜନାରେ ସାମିଲ କରାଯିବ ବୋଲି କହିଛନ୍ତି
ବାଇଟ-୫- ଗୌରୀ ଶଙ୍କର ନାୟକ- ସରପଞ୍ଚ - ମାଣିଦା ଗ୍ରାମପଂଚାୟତ - ( ପାଉଁଶିଆ ଟି ସାର୍ଟ ପିନ୍ଧିଥିବା ଟୋକା)
ବାଇଟ- ୬- ହେମନ୍ତ ରାଉଳ - ସମିତି ସଭ୍ୟ- ( ଦେବଶୋଳ ଗ୍ରାମ ପଞ୍ଚଯାତ )- ବ୍ଲୁ ଟି ସାର୍ଟ
ବାଇଟ- ୭- ଲଳିତ ସରେଙ୍ଗ- ବ୍ଲକ ଉନ୍ନୟନ ଅଧିକାରୀ - ରାସଗୋବିନ୍ଦପୁର ବ୍ଲକ -( ଅଫିସ ଭିତରେ ନିଆଯାଇଥିବା ବାଇଟ)

Conclusion:ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାରେ ଭତ୍ତା ଯୋଜନା ରେ ସାଧବ କୁ ବିଧବା ଭତ୍ତା ଦେଇଥିବା ଜଣେ ଅଧିକାରୀ ନିଲମ୍ବିତ ହେବା ପରେ ଘଟଣା ପୁରା ତଦନ୍ତ କରି ଏଥିରେ ସମ୍ପୃକ୍ତ ଅନ୍ୟ ସରକାରୀ ବାବୁ ମାନଙ୍କୁ ଦଣ୍ଡ କେବେ ତାକୁ ହିଁ ଅପେକ୍ଷା

ମୟୁରଭଞ୍ଜ ରୁ ମୃତ୍ୟୁଞ୍ଜୟ ସେନାପତି ଇ ଟି ଭି ଭାରତ
Last Updated : Sep 19, 2019, 10:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.