ETV Bharat / state

ITI ଛାତ୍ରଙ୍କୁ ମାଡ଼ ଘଟଣା, ପ୍ରତିବାଦରେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ - 12 hours mayurbhanj bandh

ମୟୂରଭଞ୍ଜର ଏକ ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଙ୍କୁ ନିର୍ଯାତନା ଘଟଣା । ଛାତ୍ର ମାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ମୟୂରଭଞ୍ଜରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଅଧିକ ପଢନ୍ତୁ

ITI ଛାତ୍ରଙ୍କୁ ମାଡ଼ ଘଟଣା,ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

author img

By

Published : Aug 17, 2022, 11:22 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ବାଇଗଣ ବାଡିଆ ରିତୟିନୀ ବୈଷୟିକ ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଙ୍କୁ ନିର୍ଯାତନା ଘଟଣା । ଛାତ୍ର ମାନଙ୍କୁ ନ୍ୟାୟ ପ୍ରଦାନ ଓ ମାଡ ମାରିଥିବା କଲେଜ କର୍ତ୍ତୃପକ୍ଷଙ୍କୁ ଗିରଫ ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ମୟୂରଭଞ୍ଜରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।

ITI ଛାତ୍ରଙ୍କୁ ମାଡ଼ ଘଟଣା,ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ଏଥିରେ ମାସା ଆର୍ମି ଓଡ଼ିଶା, ଭଞ୍ଜସେନା, ପେସା ଗ୍ରାମସଭା,ଜେଏମଏମ,ବାସା, ମାଝୀପାରଗାନା ସେମଲେଦ,ଦଳିତ ଆଦିବାସୀ ସଂଘ, ଆମ ଆଦମି ପାର୍ଟି ଓ ଓଡିଶା ଆଦିବାସୀ ଅଧିକାର ମଞ୍ଚ ସମେତ ଏକାଧିକ ସଂଗଠନ ସାମିଲ ହୋଇଛନ୍ତି । ସେପଟେ,ବନ୍ଦ ପାଳନ ସମୟରେ ମୁରଗାବାଡି ଓ ପାଲବଣୀ ଅଞ୍ଚଳରୁ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ପୋଲିସ । ଫଳରେ ଜାତୀୟ ରାଜପଥ ସମେତ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଗାଡି ଗୁଡିକ ଚଳାଚଳ ସ୍ବାଭାବିକ ହୋଇଛି ।

ସୂଚନା ଅନୁସାରେ, ଗତ କିଛି ଦିନ ପୂର୍ବରୁ ବାଇଗଣବାଡିଆ ରିତୟନୀ ବୈଷୟିକ ଶିଳ୍ପ ତାଲିମ କେନ୍ଦ୍ରରେ ଆଦିବାସୀ ଛାତ୍ରଙ୍କୁ କୌଣସି ଏକ ଘଟଣାକୁ ନେଇ କଲେଜ କର୍ତ୍ତୃପକ୍ଷ ମାଡି ମାରିଥିବା ଅଭିଯୋଗ ହୋଇଥିଲା । ପରେ ଛାତ୍ରମାନେ ନ୍ୟାୟ ପାଇବା ପାଇଁ ଥାନାର ଦ୍ବାରସ୍ତ ହୋଇଥିଲେ । ଏପରିକି ଜିଲ୍ଲାପାଳଙ୍କ ପାଖକୁ ଯାଇଥିଲେ ମଧ୍ୟ ସେମାନଙ୍କୁ ନ୍ୟାୟ ମିଳି ନ ଥିଲା । ପରେ ନିର୍ଯାତନାର ଶିକାର ହୋଇଥିବା ଛାତ୍ରଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆଗେଇ ଆସିଥିଲେ ବିଭିନ୍ନ ସଂଗଠନ । ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଶିକ୍ଷାନୁଷ୍ଠାନକୁ ସିଲ କରିବା ଦାବିରେ ଆଜି ମୟୂରଭଞ୍ଜ ୧୨ ଘଣ୍ଟିଆ ଆନ୍ଦୋଳନ ଚାଲିଛି ।

ଇଟିଭି ଭାରତ,ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.