ETV Bharat / state

ଶିମିଳିପାଳରୁ ସ୍ବେଚ୍ଛାକୃତ ଭାବେ ସ୍ଥାନାନ୍ତର ହେଲେ ୧୧୦ ପରିବାର - ଶିମିଳିପାଳ ଜାତୀୟ ଉଦ୍ୟାନ

ଶିମିଳିପାଳ ଜାତୀୟ ଉଦ୍ୟାନରୁ ସ୍ବେଚ୍ଛାକୃତ ଭାବେ ସ୍ଥାନାନ୍ତର ହେଲେ ୧୧୦ ପରିବାର । ମୟୂରଭଞ୍ଜ ଜିଲ୍ଲା ଜଶିପୁର ବ୍ଲକ ଗୁରୁଗୁଡ଼ିଆ ଗ୍ରାମ ପଞ୍ଚାୟତ ଖେଜୁରୀ ଗ୍ରାମରୁ ଆଜି(ଶୁକ୍ରବାର) ୧୧୦ ପରିବାରଙ୍କୁ ଥଇଥାନ କରିଛି ବନବିଭାଗ । ଅଧିକ ପଢନ୍ତୁ...

families  shifted from similipal
ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Jan 24, 2020, 9:42 PM IST

ରାଇରଙ୍ଗପୁର: ଶିମିଳିପାଳ ଜାତୀୟ ଉଦ୍ୟାନରୁ ସ୍ବେଚ୍ଛାକୃତ ଭାବେ ସ୍ଥାନାନ୍ତର ହେଲେ ୧୧୦ ପରିବାର । ମୟୂରଭଞ୍ଜ ଜିଲ୍ଲା ଜଶିପୁର ବ୍ଲକ ଗୁରୁଗୁଡ଼ିଆ ଗ୍ରାମ ପଞ୍ଚାୟତ ଖେଜୁରୀ ଗ୍ରାମରୁ ଆଜି(ଶୁକ୍ରବାର) ୧୧୦ ପରିବାରଙ୍କୁ ଥଇଥାନ କରିଛି ବନବିଭାଗ । ସେମାନଙ୍କୁ ଠାକୁରମୁଣ୍ଡା ବ୍ଳକ ସାଲେଇବେଡା ଗ୍ରାମ ପୁନଃବସତି କଲୋନୀରେ ଥଇଥାନ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଶିମିଳିପାଳକୁ ଜାତୀୟ ଉଦ୍ୟାନ ଘୋଷଣା କରାଯିବା ପରେ ଶିମିଳିପାଳ ଭିତରେ ଥିବା ଗ୍ରାମ ଓ ସାହି ଗୁଡ଼ିକୁ ପୁନଃବସତି ଆଇନରେ ସାମିଲ କରିଛନ୍ତି। ପୁନଃବସତି ଆଇନ ଅନୁଯାୟୀ ସେମାନଙ୍କୁ ସମସ୍ତ ସରକାରୀ ସାହାଯ୍ୟ ଯୋଗାଇବା ସହିତ ପରିବାର ପିଛା ୧୦ଲକ୍ଷ ଟଙ୍କା, ବିଜୁ ପକ୍କାଘର, ପୈତୃକ ସମ୍ପତି ଥିଲେ ଏକର ପିଛା ଏକ ଲକ୍ଷ ଟଙ୍କାର ସହାୟତା ରାଶି ବନ ବିଭାଗ ପକ୍ଷରୁ ଯୋଗାଯାଉଛି । ଏହା ସହିତ ତିନି ମାସ ପର୍ଯ୍ୟନ୍ତ ପୁନଃବସତି ଅସ୍ଥାୟୀ ବସ୍ତି ବାସିନ୍ଦାଙ୍କୁ ମାଗଣାରେ ଖାଇବା ପିଇବା ବ୍ୟବସ୍ଥା କରାଯାଇଛି ।

ତେବେ ପୁନଃ ବସତି ଆଇନରେ ସାମିଲ ହୋଇ ଅନେକ ପରିବାର ବେଶ ଖୁସିରେ ନିଜ ଭିଟାମାଟି ଛାଡ଼ୁଛନ୍ତି । ଆଉ କେତେକ ପରିବାର ନିଜ ପୈତୃକ ଭିଟାମାଟି ଛାଡି ଏଇ ଆଇନରେ ସାମିଲ ହେବୁ ନାହିଁ କହୁଛନ୍ତି । ତେବେ ବନ ବିଭାଗ ସେମାନଙ୍କୁ ପୁନଃ ବସତି ଆଇନରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରଖିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର: ଶିମିଳିପାଳ ଜାତୀୟ ଉଦ୍ୟାନରୁ ସ୍ବେଚ୍ଛାକୃତ ଭାବେ ସ୍ଥାନାନ୍ତରଣ ହେଲେ ୧୧୦ ପରିବାର । ମୟୁରଭଞ୍ଜ ଜିଲ୍ଲା ଜଶିପୁର ବ୍ଲକ ଗୁରୁଗୁଡ଼ିଆ ଗ୍ରାମ ପଞ୍ଚାୟତ ଖେଜୁରୀ ଗ୍ରାମରୁ ଆଜି ୧୧୦ ପରିବାରଙ୍କୁ ଠାକୁରମୁଣ୍ଡା ବ୍ଳକ ସାଲେଇବେଡା ଗ୍ରାମ ପୁନଃ ବସତି କଲୋନିରେ ଥଇଥାନ କରିଛି ବନ ବିଭାଗ । ଶିମିଳିପାଳ କୁ ଜାତୀୟ ଉଦ୍ୟାନ ଘୋଷଣା ପରେ ଶିମିଳିପାଳ ଭିତରେ ଥିବା ଗ୍ରାମ ଓ ସାହି ଗୁଡ଼ିକୁ ବିଭିନ୍ନ ସମୟରେ ବନ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ସ୍ବେଚ୍ଛାକୃତ ଭାବେ ପୁନଃ ବସତି ଆଇନରେ ସାମିଲ କରିଛନ୍ତି। ତା ସହିତ ସେମାନଙ୍କୁ ପୁନଃବସତି ଆଇନ ଅନୁଯାୟୀ ସମସ୍ତ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇବା ସହିତ ପରିବାର ପିଛା ୧୦ଲକ୍ଷ ଟଙ୍କା,ବିଜୁ ପୋକ୍କାଘର,ପୈତୃକ ସମ୍ପତି ଥିଲେ ଏକର ପିଛା ଏକ ଲକ୍ଷ ଟଙ୍କାର ସହାୟତା ରାଶି ବନ ବିଭାଗ ପକ୍ଷରୁ ଯୋଗାଇବା ସହିତ ତିନି ମାସ ପର୍ଯ୍ୟନ୍ତ ପୁନଃ ବସତି ଅସ୍ଥାୟୀ ବସ୍ତି ବାସିନ୍ଦାଙ୍କୁ ମାଗଣାରେ ଖାଇବା ପିଇବା ବ୍ୟବସ୍ଥା କରାଯାଇଛି ବନ ବିଭାଗ ପକ୍ଷରୁ । ତେବେ ଏଇ ପୁନଃ ବସତି ଆଇନରେ ସାମିଲ ହୋଇ ବେଶ ଖୁସିରେ ନିଜ ଭିଟାମାଟି ଛାଡ଼ୁଥିବା ବେଳେ ଯେଉଁ ମାନେ ଗ୍ରାମ ଛାଡୁ ନାହାଁନ୍ତି ସେମାନେ ମଧ୍ୟ ନିଜ ନିଜର ପୈତୃକ ଭିଟାମାଟି ଛାଡି ଜୀବନ ଥିବା ପର୍ଯ୍ୟନ୍ତ ଏଇ ପୁନଃ ବସତି ଆଇନରେ ସାମିଲ ହେବୁ ନାହିଁ କହୁଥିବା ବେଳେ ବନ ବିଭାଗ ପକ୍ଷରୁ ପୁନଃ ବସତି ଆଇନରେ ସାମିଲ ହେବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି ।ତେବେ ଏହାକୁ କିଛି ସ୍ଥାନୀୟ ବାସିନ୍ଦା ସମତେ ରାଜନେତା ମାନେ ବିରୋଧ କରିଥିଲେ ବି ଶାନ୍ତି ଶୃଙ୍ଖଳା ସହିତ ଆଜି ୧୧୦ ପରିବାର ଙ୍କୁ ବନ ବିଭାଗ ପକ୍ଷରୁ ପୁନଃ ଥଇଥାନ ବସ୍ତିକୁ ଆଣିବା ପାଇଁ ସକ୍ଷମ ହୋଇଛି ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.