ବାରିପଦା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ରୋଗୀ ଆଣିବାକୁ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଶରତ ଘାଟିରେ ଓଲଟି ପଡିଛି । ଗାଡ଼ିରେ ଥିବା ଡ୍ରାଇଭର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବାର ଜଣାପଡିଛି । ଠାକୁରମୁଣ୍ଡା ଠାରୁ ୨୦ କି.ମି ଦୂର ଠାକୁରମୁଣ୍ଡା କପ୍ତିପଦା ରାସ୍ତାର ଶରତ ଘାଟିରେ ଆମ୍ବୁଲାନ୍ସ ଶରତ ଯାଉଥିଲା ।
ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଓଡି ୩୪ ଜେ ୮୫୫୬ ବିଶିଷ୍ଟ ନଳକୂପ ଖୋଳେଇ ଗାଡି ଆମ୍ବୁଲାନ୍ସ ଅତିକ୍ରମ କରିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ତେବେ ଆମ୍ବୁଲାନ୍ସଟିକୁ ସ୍ଥାନୀୟ ଲୋକେ ଦୁର୍ଘଟଣା ସ୍ଥଳରୁ ଉଠାଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭରର କୌଣସି କ୍ଷତି ହୋଇନଥିବାର ସୂଚନା ମିଳିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ