ETV Bharat / state

ବନ୍ଧୁକ ମୁନରେ ୧.୭ ଲକ୍ଷ ଲୁଟ, ଲୁଟେରାଙ୍କ ଟେର ପାଉନି ପୋଲିସ - rairangpur kanki village loot news

ରାଇରଙ୍ଗପୁର ବହଳଦା ଥାନା କାଙ୍କି ଗ୍ରାମ ନିକଟରେ କିଛି ଲୁଟେରା ବନ୍ଧୁକ ଦେଖାଇ 1.7 ଲକ୍ଷ ଟଙ୍କା ଲୁଟ୍ କରିଥିବା ଜଣାପଡିଛି। ଅଧିକ ପଢନ୍ତୁ...

ରାଇରଙ୍ଗପୁର ଲୁଟ୍ ଘଟଣା
ରାଇରଙ୍ଗପୁର ଲୁଟ୍ ଘଟଣା
author img

By

Published : Jan 15, 2021, 5:22 PM IST

ରାଇରଙ୍ଗପୁର: ମକର ପର୍ବ ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚଳଚଞ୍ଚଳ ଥିବାବେଳେ ଲୁଟେରା ଗ୍ୟାଙ୍ଗ ମଧ୍ୟ ସକ୍ରିୟ ରହି ବାରମ୍ବାର ଲୁଟ କରୁଥିବା ଘଟଣା ସାମ୍ନାକୁ ଆସୁଛି। ରାଇରଙ୍ଗପୁର ବହଳଦା ଥାନା କାଙ୍କି ଗ୍ରାମ ନିକଟରେ କିଛି ଲୁଟେରା ବନ୍ଧୁକ ଦେଖାଇ 1.7 ଲକ୍ଷ ଟଙ୍କା ଲୁଟ୍ କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ବନ୍ଧନ ବ୍ୟାଙ୍କର ତିନି ଜଣ କର୍ମଚାରୀ ଋଣ ଟଙ୍କା ସଂଗ୍ରହ କରି ଫେରିବା ବାଟରେ ଦୁଇଟି ବାଇକରେ ଚାରିଜଣ ଲୁଟେରା କାଙ୍କି ଗ୍ରାମ ନିକଟ ନିଛାଟିଆ ସ୍ଥାନରେ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଅଟକାଇ ଥିଲେ। ଜୀବନରେ ମାରିଦୋବାର ଧମକ ଦେଇ ଜଣେ ବ୍ୟାଙ୍କ କର୍ମଚାରୀ ପାଖରୁ 1 ଲକ୍ଷ 70 ହଜାର ଟଙ୍କା ନେଇ ଯାଇଥିଲା ବେଳେ ୨୮ ହଜାର ଟଙ୍କା ନେଇ ପାରି ନ ଥିବା ଅଭିଯୋଗ ହୋଇଛି।

ବହଳଦା ଥାନା ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ବିଭିନ୍ନ ସ୍ଥାନରେ ଚେକିଂ ଆରମ୍ଭ କରିଛି। ତେବେ ବାରମ୍ବାର ବାଇକ ଲୁଟେରା ଗୋଟେ ପରେ ଗୋଟେ ଲୁଟ ଘଟଣା ଘଟାଇ ଚାଲିଥିବା ବେଳେ ପୋଲିସ ଲୁଟେରାଙ୍କ କୌଣସି ଟେର ପାଉ ନଥିବାକୁ ନେଇ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.