ETV Bharat / state

ମାଲକାନଗିରିରେ ବିଜେଡି ନେତାଙ୍କୁ ଯୁବଗୋଷ୍ଠୀଙ୍କ କଳାପତାକା ପ୍ରଦର୍ଶନ - କଳାପତାକା ପ୍ରଦର୍ଶନ

ମାଲକାନଗିରି ବିଜେଡି କାର୍ଯ୍ୟକାରୀ ସଭାପତିଙ୍କୁ କଳାପତାକା ପ୍ରଦର୍ଶନ । ଜିଲ୍ଲାରେ ଥିବା ଷ୍ଟାଡିୟମ ଜମି ବିକ୍ରି ପ୍ରସଙ୍ଗ ନେଇ ସଭାପତିଙ୍କୁ ବିରୋଧ କରିଛନ୍ତି ସ୍ଥାନୀୟ ଯୁବଗୋଷ୍ଠୀ । ଅଧିକ ପଢ଼ନ୍ତୁ

black flag to bjd leader
ବିଜେଡି ନେତାଙ୍କୁ କଳାପତାକା ପ୍ରଦର୍ଶନ
author img

By

Published : Dec 30, 2022, 3:33 PM IST

ବିଜେଡି ନେତାଙ୍କୁ ଯୁବଗୋଷ୍ଠୀଙ୍କ କଳାପତାକା ପ୍ରଦର୍ଶନ

ମାଲକାନଗିରି: ବିଜେଡି ନେତା ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କୁ ଯୁବଗୋଷ୍ଠୀଙ୍କ କଳାପତାକା ପ୍ରଦର୍ଶନ । ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ କୌଣସି କାମରେ କାଲିମେଳା ଆସିଥିବ ବେଳେ ଏଭଳି ହଟ୍ଟହଟ୍ଟା ହେବାକୁ ପଡ଼ିଛି । ଯୁବଗୋଷ୍ଠୀଙ୍କ ବିରୋଧ ପରେ ସେ ମାଲକାନଗିରି ଫେରିଯିବାକୁ ବାଧ୍ୟ ହୋଇଛନ୍ତି ।

ଦୁର୍ଗା ପ୍ରସାଦ ତ୍ରିପାଠୀ କାଲିମେଳାରେ ପହଞ୍ଚିବ ପରେ ସ୍ଥାନୀୟ ଯୁବଗୋଷ୍ଠୀ ତାଙ୍କୁ ବିରୋଧ କରି କଳାପତାକା ଦେଖାଇଥିଲେ ଏବଂ 'ଗୋ ବ୍ୟାକ' ନାରା ଦେଇଥିଲେ । ଏଥିସହିତ ମିନିଷ୍ଟାଡିୟମ ଜମି ବିକ୍ରି ଘଟଣାରେ ନେତାଙ୍କ ସଂପୃକ୍ତି ରହିଥିବା ଅଭିଯୋଗ କରି ତାଙ୍କଠାରୁ ଜବାବ ମାଗିଥିଲେ। କିନ୍ତୁ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ । ଫଳରେ ସେ କାଲିମେଳାରୁ ଫେରିଯିବାକୁ ବାଧ୍ୟ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଚଳିତ ବର୍ଷ ଓଡିଶା ହାଇକୋର୍ଟର ବଢିଛି କେସ କ୍ଲିୟରାନ୍ସ ହାର, ୧,୩୬୫୯୯ଟି ମାମଲା ସାମାଧାନ

ସୂଚନା ଅନୁଯାୟୀ, କାଲିମେଳାର ମିନିଷ୍ଟାଡିୟମ ଜମିକୁ କିଛି ଲୋକ ନିଜ ନାମରେ ପଟ୍ଟା କରିଦେବା ପଛରେ ବିଜେଡି ନେତାଙ୍କ ହାତ ରହିଛି ବୋଲି ଯୁବକମାନେ ଅଭିଯୋଗ କରି ଏପରି କଳାପତାକା ପ୍ରଦର୍ଶନ କରିଥିଲେ । ପୂର୍ବରୁ ଷ୍ଟାଡିୟମ ଜମିକୁ କେତେକ ଲୋକ ନିଜ ନାମରେ ପଟ୍ଟା କରିଦେବା ଜଣାପଡ଼ିବା ପରେ କାଲିମେଳାରେ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା । ଏହାକୁ ବିରୋଧ କରି କାଲିମେଳା ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା । ଏହାପରେ ସ୍ଥାନୀୟ ଯୁବଗୋଷ୍ଠୀ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଏହାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ହେଲେ ବର୍ତ୍ତମାନ ସୁଧା କିଛି ସମାଧାନ ହୋଇପାରିନଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: କ୍ରୀଡ଼ାର ନୂଆ ଇତିହାସ ରଚିବ ସୁନ୍ଦରଗଡ, ୫ରେ ଲୋକାର୍ପଣ ହେବ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ

ଏହି ମିନିଷ୍ଟାଡିୟମରେ ପ୍ରଶାସନ ପକ୍ଷରୁ ପୂର୍ବରୁ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଉନ୍ନତିକରଣ କରାଯିବା ସହିତ ଦର୍ଶକ ଗ୍ୟାଲେରି ନିମାର୍ଣ କରାଯାଇଥିଲା । ହେଲେ କେତେକ ଲୋକ କିଛି ମାସ ତଳେ ଷ୍ଟାଡିୟମ ଜମିକୁ ନିଜ ନାମରେ ପଟ୍ଟା କରିଦେବା ସହିତ ଉକ୍ତ ଜମିରେ ଟ୍ରାକ୍ଟର ସାହାଯ୍ୟରେ ଚାଷ କରିବା ପରେ ବିକ୍ରି କରିଦେଇଥିବା କୁହାଯାଉଛି । ଜମି ବିକ୍ରି ପଛରେ ବିଜେଡି ନେତାଙ୍କ ହାତ ରହିଥିବାର ସେତେବେଳେ ଚର୍ଚ୍ଚା ଧରିଥିଲା । କାଲିମେଳାରେ ଏକମାତ୍ର ଖେଳପଡ଼ିଆ ହେଉଛି ଏହି ମିନି ଷ୍ଟାଡିୟମ । ବିଭିନ୍ନ ସରକାରୀ, ବେସରକାରୀ ତଥା ରାଜନୈତିକ ସଭାସମିତି ଏଠାରେ ଆୟୋଜନ ହୁଏ । ବର୍ତ୍ତମାନ ଜମି ବିକ୍ରି ହୋଇଯାଇଥିବାରୁ ଏଠାରେ ଆଉ କୌଣସି ସଭା ସମିତି କରାଯାଉନାହିଁ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଯଦି କୌଣସି ବ୍ୟକ୍ତିଗତ ଲୋକଙ୍କ ନାମରେ ଜମି ଥିଲା ତେବେ ସେଠାରେ ପ୍ରଶାସନ ଏହାର ଉନ୍ନତି ପାଇଁ କିପରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.