ମାଲକାନଗିରି: ମାନବିକତା ଦେଖାଇଲେ ଯୁବ ସଙ୍ଗଠନ । ମୃତଦେହ ଦାହ ପାଇଁ ଆସିଲେନି ନିଜ ଲୋକେ । ପଡି ରହିଥିବା ମୃତ ଶରୀରକୁ ଦାହ କଲେ ମାଲକାନଗିରି ଜିଲ୍ଲାର ଜୟ ମାଲକାନଗିରି ନାମକ ଜିଲ୍ଲାର ଯୁବ ସଙ୍ଗଠନର ସଦସ୍ୟ ।
ତେବେ 2ଦିନ ପୂର୍ବେ ମାଲକାନଗିରି ସହର ଉପକଣ୍ଠରେ ଥିବା ମଲିକେଶ୍ବର କଲୋନୀର ମୁକା ମାଡ଼କାମୀ ନାମକ ଜଣେ ବ୍ୟକ୍ତି କେନାଲରେ ପଡି ପ୍ରାଣ ହରାଇଥିଲେ । ପରେ ମୁକାଙ୍କ ସ୍ତ୍ରୀ ନିଜ ସମ୍ପର୍କୀୟଙ୍କୁ ଜଣାଇବା ପରେ ମଧ୍ୟ କେହି ଏହାକୁ ଦାହ ପାଇଁ ଆଗକୁ ଆସିନଥିଲେ । ଫଳରେ ଗୋଟିଏ ଦିନଧରି ମୃତଦେହ ମାଲକାନଗିରି ମେଡିକାଲରେ ପଡି ରହିଥିଲା ।
ଏନେଇ ଖବର ପାଇ ଜୟ ମାଲକାନଗିରି ଯୁବ ସଙ୍ଗଠନର ସଦସ୍ୟ ମୃତଦେହ ଦାହ କରିବା ପାଇଁ ଆଗକୁ ଆସିଥିଲେ । ଯୁବକଙ୍କ ପ୍ରଚେଷ୍ଟାରେ ମୃତ ଶରୀର ଦାହ ହୋଇ ପାରିଥିବାବେଳେ ଜୟ ମାଲକାନଗିରିର ସଦସ୍ୟଙ୍କ ଏହି ମହାନତାକୁ ଏବେ ଜିଲ୍ଲାବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ