ETV Bharat / state

ଦିନେ ବନ୍ଧୁକରେ ହେଉଥିଲେ ସାମ୍ନାସାମ୍ନି, ଆଜି SPଙ୍କ ହାତରେ ବାନ୍ଧିଲେ ରାକ୍ଷୀ - ଏସପିଙ୍କୁ ରାକ୍ଷୀ ବାନ୍ଧିଲେ ମହିଳା ମାଓବାଦୀ

ମାଲକାନଗିରି ଏସପିଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମହିଳା ମାଓବାଦୀ । ଦିନେ ବନ୍ଧୁକରେ ହେଉଥିଲେ ସାମ୍ନାସାମ୍ନି, ଆଜି ବାନ୍ଧିଲେ ସୁରକ୍ଷା ଡୋରି । ଅଧିକ ପଢନ୍ତୁ

ଦିନେ ବନ୍ଧୁକରେ ହେଉଥିଲେ ସାମ୍ନାସାମ୍ନି, ଆଜି SPଙ୍କ ହାତରେଦିନେ ବନ୍ଧୁକରେ ହେଉଥିଲେ ସାମ୍ନାସାମ୍ନି, ଆଜି SPଙ୍କ ହାତରେ ବାନ୍ଧିଲେ ରାକ୍ଷୀ ବାନ୍ଧିଲେ ରାକ୍ଷୀ
ଦିନେ ବନ୍ଧୁକରେ ହେଉଥିଲେ ସାମ୍ନାସାମ୍ନି, ଆଜି SPଙ୍କ ହାତରେ ବାନ୍ଧିଲେ ରାକ୍ଷୀ
author img

By

Published : Aug 12, 2022, 8:17 AM IST

ମାଲକାନଗିରି: ସମୟ ବଦଳିବା ସହ ବଦଳିଛି ମାଓ ପ୍ରବଣ ମାଲକାଲଗିରି ଜିଲ୍ଲାର ଚିତ୍ର । ଦିନେ ପୋଲିସ ସହ ବନ୍ଧୁକ ଗୁଳିରେ ସାମ୍ନାସାମ୍ନି ହେଉଥିଲେ, ଆଜି କିନ୍ତୁ ପୋଲିସ ହାତରେ ବାନ୍ଧିଛନ୍ତି ସୁରକ୍ଷାର ଡୋରି । ଏସପି ନୀତିଶ ବାଧବାନିଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ପୂର୍ବରୁ ମାଓ ନେତ୍ରୀ ଥିବା ରାଧା ମାଡକାମୀ ଓ ନାଙ୍ଗି କାବାସୀ ।

ଦିନେ ବନ୍ଧୁକରେ ହେଉଥିଲେ ସାମ୍ନାସାମ୍ନି, ଆଜି SPଙ୍କ ହାତରେ ବାନ୍ଧିଲେ ରାକ୍ଷୀ

ଜିଲ୍ଲାର କାଲିମେଳା ଦଲମର ଆଗଧାଡିର ମାଓ ନେତ୍ରୀ ଥିଲେ ରାଧା ମାଡକାମୀ । ଦିନେ ହିଂସା ପଥରେ ଯାଇ ଲୋକଙ୍କୁ ହତ୍ୟା ଓ ଲୁଟପାଟ ଏବଂ ମାରଧର କରୁଥିଲେ । ସେହିପରି ପଡିଆ ଦଲମର ପାର୍ଟି ମେମ୍ବର ଭାବେ ଦୀର୍ଘଦିନ ଧରି କାମ କରିଥିଲେ ନାଙ୍ଗି କାବାସୀ । ସେ ମଧ୍ୟ ଲୋକଙ୍କ ମନରେ ଭୟ ଜାତ କରିବାରେ ସଫଳ ହୋଇଥିଲା । ଦୁହେଁ ମହିଳା ମାଓବାଦୀ ସଂଗଠନରେ ହେଉଥିବା ନାରୀ ନିର୍ଯାତନାକୁ ସହ୍ୟ କରିନପାରି ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ । ଆଉ ଏବେ ବେସ ଖୁସିଥିବା କହିଛନ୍ତି ।

ରାକ୍ଷୀ ପୂର୍ଣ୍ଣିମା ଅବସରରେର ଦୁହେଁ ଏସପି ନୀତିଶ ବାଧବାନିଙ୍କୁ ରାକ୍ଷୀ ବାନ୍ଧି ଏକତାର ଏବଂ ଭାଇଭଉଣୀର ସମ୍ପର୍କର ନିବିଡତାକୁ ଦର୍ଶାଇଛନ୍ତି । ଏସପି ମଧ୍ୟ ସମସ୍ତ ନକ୍ସଲମାନଙ୍କୁ ଘରକୁ ଫେରିଆସିବାକୁ ଅନୁରୋଧ କରିଥିଲେ । ସେମାନଙ୍କୁ ସରକାରଙ୍କର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବା ସହ ବଞ୍ଚିବାର ରାହା ଦେଖାଇଦିଆଯିବ ବୋଲି କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.