ETV Bharat / state

ମେଡିକାଲରେ ମିଳୁଛି ଫିମ୍ପିମରା ଔଷଧ, ମନ୍ତ୍ରୀ କହିଲେ ତଦନ୍ତ ହେବ - ମାଲାକାନଗିରି ମେଡିକାଲରେ ଅବ୍ୟବସ୍ଥା

ଫିମ୍ପି ମାରିଯାଇଥିବା ଔଷଧ ଖାଇ ଗୁରୁତର ହେଲେ ମହିଳା । ମାଲାକନଗିରି ନିକଟସ୍ଥ ଏମଭି-୭ ଗ୍ରାମରେ ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ...

ମେଡିକାଲରେ ମିଳୁଛି ଫିମ୍ପିମରା ଔଷଧ, ମନ୍ତ୍ରୀ କହିଲେ ତଦନ୍ତ ହେବ

author img

By

Published : Aug 19, 2021, 9:14 PM IST

ମାଲକାନଗିରି: ଫିମ୍ପି ମାରିଯାଇଥିବା ଔଷଧ ଖାଇ ଗୁରୁତର ହେଲେ ମହିଳା । ମାଲକାନଗିରି ନିକଟସ୍ଥ ଏମଭି-୭ ଗ୍ରାମରେ ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି । ଗ୍ରାମର ସୁଜିତ ମଣ୍ଡଳଙ୍କ ପତ୍ନୀ କାଲିଦାଶୀ ମଣ୍ଡଳଙ୍କୁ କାଶ ସହ ଛାତିରେ ଭୀଷଣ ଯନ୍ତ୍ରଣା ହେଉଥିଲା। ଏହାପରେ କାଲିଦାଶୀ ମଣ୍ଡଳଙ୍କ ଭଉଣୀ ମୀନାରାଣୀ ମଣ୍ଡଳ ତୁରନ୍ତ ଭଉଣୀକୁ ନେଇ ମେଡିକାଲ ଯାଇଥିଲେ । ମେଡିକାଲରେ ସେ ଡାକ୍ତର ବାସନ୍ତୀ ହାଂସଦାଙ୍କୁ ଦେଖା କରିଥିଲେ । ତେବେ ଡାକ୍ତର ବାସନ୍ତୀ ତାଙ୍କୁ ଡକ୍ସିଏଲଏକ୍ସ ନାମକ ଏକ ଔଷଧ ମେଡିସିନ ଖାଇବା ପାଇଁ କହିଥିଲେ । କାଲିଦାଶୀ ମଧ୍ୟ ମେଡିକାଲରୁ ଏହି ଔଷଧ ନେଇଥିଲେ । ତେବେ ସେହି ଔଷଧ ଖାଇବା ପରେ କାଲିଦାଶୀ ଭଲ ହେବା ପରିବର୍ତ୍ତେ ଅଧିକ ଗୁରୁତର ହୋଇଯାଇଥିଲେ ।

ମେଡିକାଲରେ ମିଳୁଛି ଫିମ୍ପିମରା ଔଷଧ, ମନ୍ତ୍ରୀ କହିଲେ ତଦନ୍ତ ହେବ

ଏହାକୁ ନେଇ ମୀନାରାଣୀ ଯାଞ୍ଚ କରିବାରୁ ପ୍ୟାକେଟରେ ଫିମ୍ପି ମାରି ଯାଇଥିବା ଔଷଧ ରହିଥିବା ଦେଖିବାକୁ ପାଇଥିଲେ । ଏହି ଔଷଧ ଖାଇବାଯୁକ୍ତ ନୁହେଁ । ସେ ଆଣିଥିବା ପ୍ରତ୍ୟେକ ପ୍ୟାକେଟ ଭିତରେ ଔଷଧ ଫିମ୍ପି ମାରିଯାଇଥିଲା । ତୁରନ୍ତ ସେହି ଔଷଧ ନେଇ ସେ ମେଡିକାଲ ଯାଇ ଏଡିଏମଓ ଶିବ ପ୍ରସାଦ ମହାରଣାଙ୍କୁ ଭେଟିଥିଲେ । ଏଡିଏମଓ ମଧ୍ୟ ଅନ୍ୟ ପ୍ୟାକେଟ ଖୋଲି ଦେଖିବା ବେଳେ ସବୁ ଔଷଧ ଫିମ୍ପି ମାରି ଯାଇଥିବା ଦେଖିବାକୁ ପାଇଥିଲେ ।

ଜିଲ୍ଲାର ହସ୍ପିଟାଲରେ ଯଦି ଏଭଳି ଅବ୍ୟବସ୍ଥା ରହିିବ ତେବେ ଲୋକେ କେଉଁଠିକୁ ଯିବେ ବୋଲି ପ୍ରଶ୍ନ କରିଛନ୍ତି । ଜିଲ୍ଲାସାରା ଲୋକେ ଏହି ଗୋଟିଏ ମାତ୍ର ହସ୍ପିଟାଲ ଉପରେ ଭରସା କରି ରୁହନ୍ତି । ଜିଲ୍ଲା ହସପିଟାଲରେ ନିମ୍ନମାର ଔଷଧ ମିଳିବା ପରେ ରୋଗୀ ଭୟଭୀତ ହୋଇପଡ଼ିଛନ୍ତି । ଅନ୍ୟ ଔଷଧଗୁଡ଼ିକ ମଧ୍ୟ ଯାଞ୍ଚ କରିବାକୁ ଦାବି କରାଯାଇଛି । ଜିଲ୍ଲାର ସ୍ବାସ୍ଥ୍ୟକେନ୍ଦ୍ରର ଏଭଳି ଅବସ୍ଥା ଯୋଗୁଁ ରୋଗୀସେବା ଠିକ ରୂପେ ହୋଇ ପାରୁନାହିଁ । ବାଧ୍ୟ ହୋଇ ଲୋକେ ଉତ୍ତମ ଚିକିତ୍ସା ପାଇବା ଆଶାରେ ବାହାର ରାଜ୍ୟକୁ ଯିବାକୁ ପସନ୍ଦ କରୁଛନ୍ତି ।

ଏହାର ଉଚିତ ତଦନ୍ତ କରାଯିବା ପାଇଁ ସାଧାରଣରେ ଦାବି ହୋଇଛି । ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏବିଷୟରେ ପଚାରିବାରୁ ଏଭଳି ଅଭିଯୋଗର ତଦନ୍ତ କରି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ନବକିଶୋର ଦାଶ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.