ETV Bharat / state

ମଦକୁ ମହିଳାଙ୍କ ବିରୋଧ, ଜିଲ୍ଲପାଳଙ୍କୁ ଦେଲେ ଦାବିପତ୍ର - ମଦ ଦୋକାନକୁ ମହିଳାଙ୍କ ବିରୋଧ

ମାଲକାନଗିରି ଜିଲ୍ଲା ଥାନା ଅନ୍ତର୍ଗତ ପଦ୍ମଗିରି ଠାରେ ବିଦେଶୀ ମଦ ବିକ୍ରି ଏବଂ ଦୋକାନ ନଖୋଲିବାକୁ ବିରୋଧ କରିଛନ୍ତି ଶତାଧିକ ମହିଳା । ଅଧିକ ପଢନ୍ତୁ

ମଦକୁ ମହିଳାଙ୍କ ବିରୋଧ, ଜିଲ୍ଲପାଳଙ୍କୁ ଦେଲେ ଦାବିପତ୍ର

author img

By

Published : Jun 22, 2022, 7:22 AM IST

ମାଲକାନଗିରି: ଜିଲ୍ଲା ଥାନା ଅନ୍ତର୍ଗତ ପଦ୍ମଗିରି ଠାରେ ବିଦେଶୀ ମଦ ବିକ୍ରି ଏବଂ ଦୋକାନ ନଖୋଲିବାକୁ ବିରୋଧ କରିଛନ୍ତି ଶତାଧିକ ମହିଳା । ଜିଲ୍ଲାପାଳଙ୍କୁ ଭେଟି ଦୋକାନ ନଖୋଲିବାକୁ ଦାବି କରିଛନ୍ତି । ପଦ୍ମଗିରି ଅଞ୍ଚଳରେ ବିଦେଶୀ ମଦ ଦୋକାନ ଖୋଲିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ପଦ୍ମଗିରି ସରପଞ୍ଚ ସୁନନ୍ଦ ମାଡକାମୀ, ନାଏବ ସରପଞ୍ଚ ରମିଲା ନାୟକ ସମେତ ଶତାଧିକ ସ୍ଥାନୀୟ ମହିଳା ମାଲକାନଗିରି ପହଞ୍ଚି ଜିଲ୍ଲାପାଳଙ୍କୁ ଭେଟିଥିଲେ ।

ମଦକୁ ମହିଳାଙ୍କ ବିରୋଧ, ଜିଲ୍ଲପାଳଙ୍କୁ ଦେଲେ ଦାବିପତ୍ର

ପଦ୍ମଗିରିରେ କିପରି ଲୋକେ ମଦ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି ବୋଲି ମହିଳାମାନେ ଯୁକ୍ତି ବାଢିଥିଲେ । ଅଞ୍ଚଳର ଲୋକ ମଦ ଦୋକାନ ଖୋଲିବା ନେଇ ରାଜି ଥିବା ନେଇ ପ୍ରଶାସନକୁ ଅବଗତ କରାଇଥିବା ବେଳେ ମହିଳାମାନେ ଏହାକୁ ତଦନ୍ତ କରାଯାଇ କେଉଁମାନେ ଏଭଳି କାମ କରିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଉ ବୋଲି ଦାବି କରିଥିଲେ । ଅଞ୍ଚଳରେ ମଦ ବିକ୍ରି ହେଲେ ବିଶେଷକରି ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେବା ସହ ପ୍ରତିଦିନ ଘରେ ଗଣ୍ଡଗୋଳ ଅଶାନ୍ତି ଦେଖାଦେବ । ପିଲାଛୁଆଙ୍କ ଭବିଷ୍ୟତ ନଷ୍ଟ ହେବାର ସମ୍ଭାବନା ରହିଥିବା ମହିଳାମାନେ କହିଥିଲେ । ତେଣୁ ଏହାକୁ ଗୁରୁତ୍ବର ସହ ନେଇ ଏ ଅଞ୍ଚଳରେ ମଦ ଦୋକାନ ନଖୋଲିବାକୁ ଦାବି କରାଯାଇଛି ।

ଯଦି ଜବରଦସ୍ତ ମଦ ଦୋକାନ ଖୋଲାଯାଏ ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ମହିଳାମାନେ ଚେତାବନୀ ଦେଇଥିଲେ । ଏନେଇ ମାଲକାନଗିରି ଅବକାରୀ ଅଧୀକ୍ଷକଙ୍କୁ ପଚାରି ବୁଝିବାରୁ ସେ କହିଛନ୍ତି ସେପରି କୌଣସି ଲୋକକୁ ମଦଭାଟି ଖୋଲିବାକୁ ଅନୁମତି ଦିଆଯାଇନାହିଁ । ଯେଉଁ ଅଞ୍ଚଳ ଲୋକମାନେ ଏହାକୁ ବିରୋଧ କରୁଛନ୍ତି ସେହି ଅଞ୍ଚଳରେ କେବେ ବି ମଦଭାଟି ଖୋଲାଯିବା ପାଇଁ ଅନୁମତି ଦିଆଯିବ ନାହିଁ କହିଛନ୍ତି ଅବକାରୀ ଅଧିକ୍ଷକ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.