ETV Bharat / state

ହୃଦୟ ବିଦାରକ ଦୃଶ୍ୟ: ରାସ୍ତାରେ ପଡିଥିବା ଖାଦ୍ୟ ଖାଇଲେ ବୃଦ୍ଧା - viral video of a hunger and poverty old women

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ, ଏନ୍ତୁଡ଼ିଶାଳରୁ ଜୁଇ ଯାଏଁ ଗରିବ ମଣିଷକୁ ଘଡ଼ିକି ଘଡ଼ି ଭୋକ ଲାଗେ । ଏପରିକି ବାଟରେ ପଡିଯାଇଥିବା ଖାଇବା ଖାଇ ପେଟ ଭର୍ତ୍ତି କରିବାକୁ ବି ବାଧ୍ୟକରେ । ମାଲକାନଗିରି ସଦର ମହକୁମାରେ ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ତଳେ ପଡିଥିବା ଖାଦ୍ୟକୁ ଗୋଟାଇ ଖାଇଲେ ବୃଦ୍ଧା
ତଳେ ପଡିଥିବା ଖାଦ୍ୟକୁ ଗୋଟାଇ ଖାଇଲେ ବୃଦ୍ଧା
author img

By

Published : Apr 15, 2021, 3:12 PM IST

ମାଲକାନଗିରି: ଭାଇରାଲ ଭୋକର ଇଏ ଭୟାନକ୍ କାହାଣୀ । ଭୋକ ଏଠି ବେଶ୍ ଜଣାଣୁଣା । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ, ଏନ୍ତୁଡ଼ିଶାଳରୁ ଜୁଇ ଯାଏଁ ଗରିବ ମଣିଷକୁ ଘଡ଼ିକି ଘଡ଼ି ଭୋକର ଜ୍ବାଳା ସହିବାକୁ ପଡେ । ବେଳେବେଳେ ଏଇ ପେଟର ଭୋକକୁ ଶାନ୍ତ କରିବାକୁ ଭୋକ ମଣିଷକୁ ଅବାଟରେ ନେଇଯାଏ ।

ତଳେ ପଡିଥିବା ଖାଦ୍ୟକୁ ଗୋଟାଇ ଖାଇଲେ ବୃଦ୍ଧା

ଏପରିକି ବାଟରେ ପଡିଯାଇଥିବା ଖାଇବା ଖାଇ ପେଟ ଭର୍ତ୍ତି କରିବାକୁ ବି ବାଧ୍ୟକରେ । ମାଲକାନଗିରି ସଦର ମହକୁମାରେ ଏମିତି ଏକ ବିଷର୍ଣ୍ଣ ତଥା ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ଜଣେ 70 ବର୍ଷୀୟା ବୃଦ୍ଧା ମହିଳା ଭୋକ ବିକଳରେ ଜଣେ ରାସ୍ତା ଉପରେ ବିଛାଡ଼ି ହୋଇ ପଡ଼ିଥିବା ତରକାରି ଗୋଟାଇ ଖାଇବା ଦେଖିବାକୁ ମିଳିଛି । ଏଇ ଭିଡିଓ ଏବେ ଭାଇରାଲ ହୋଇଛି ।

ରାସ୍ତା କଡ଼ରେ ଅଦୃଶ୍ୟ ଦାନବ ପରି ଅସ୍ତବ୍ୟସ୍ତ କରୁଥିଲା ଭୋକ । ଖାଇବା ବିହୁନେ ଚାଲିବା ପାଇଁ ବଳ ପାଉନାହିଁ, ଗଣି ହୋଇଯାଉଛି ଦେହର ପଞ୍ଜରା ହାଡ଼ । ବୃଦ୍ଧାଙ୍କୁ କେହି ଜଣେ ଟିଫିନରେ ପୁରୀ ତରକାରୀ ଦେଇଥିଲେ । ଆଉ ସେହି ଟିଫିନକୁ ଧରି ସେ ଧିରେ ଧିରେ ଚାଲୁଥିବା ବେଳେ ହଠାତ ରାସ୍ତା ଉପରେ ତାଙ୍କ ହାତରୁ ପଲିଥିନଟି ଖସି ପଡିଥିଲା । ତରକାରୀ ଜରିଟି ଖସିପଡିବା ଫଳରେ ସବୁ ତରକାରୀ ରାସ୍ତାରେ ବିଛେଇ ହୋଇଯାଇଥିଲା ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.