ETV Bharat / state

ଅପହଞ୍ଚ ବିସୋଇଗୁଡା: ଯୋଜନ ଦୂରରେ ସରକାରୀ ଯୋଜନା, ସମସ୍ୟା ଘେରରେ ଗ୍ରାମବାସୀ - ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ

ମାଲକାନଗିରି ଜିଲ୍ଲା ଅଣ୍ଡ୍ରାହାଲ ପଞ୍ଚାୟତର ବିସୋଇଗୁଡା ଗ୍ରାମ । ସ୍ବାଧିନତାର ୭୫ ବର୍ଷ ପରେ ବାଟ ହୁଡ଼ିଛି ବିକାଶ । ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

neglected village bisoiguda
ଅବହେଳିତ ବିସୋଇଗୁଡା ଗ୍ରାମ
author img

By

Published : Dec 24, 2022, 4:10 PM IST

ଯୋଜନ ଦୂରରେ ସରକାରୀ ଯୋଜନା

ମାଲକାନଗିରି: ସ୍ବାଧିନତାର ୭୫ ବର୍ଷ ପରେ ବି ଲୋକେ ପାଇ ପାରୁନାହାନ୍ତି ମୌଳିକ ସୁବିଧା । ଜନ ହିତ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଆଜି ସରକାରୀ ଯୋଜନା ଅପହଞ୍ଚ ରହିଛି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ, ବଣ୍ଡାଘାଟି ଅଣ୍ଡ୍ରାହାଲ ପଞ୍ଚାୟତର ବିସୋଇଗୁଡା ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି ।

ବିସୋଇଗୁଡା ଗ୍ରାମରେ ୨୨ ଟି ପରିବାରରେ ପାଖାପାଖି ୧୦୦ ଜଣ ଲୋକ ବସବାସ କରନ୍ତି । ସ୍ବାଧିନତାର ୭୫ ବର୍ଷ ପରେ ବି ଏବେ ଯାଏଁ ପହଞ୍ଚି ପାରିନି ସରକାରୀ ଯୋଜନା । ଫଳରେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ । ରାସ୍ତା ଠାରୁ ଆରମ୍ଭ କରି ପାନୀୟ ଜଳ ପର୍ଯ୍ୟନ୍ତ ସବୁ ସମସ୍ୟା ସହ ଜୁଝି ହେଉଛନ୍ତି ଗ୍ରାମବାସୀ । ଗାଁକୁ ଭଲ ରାସ୍ତାଟି ନାହିଁ । ପାହାଡିଆ ରାସ୍ତା ଦେଇ ୧୦ରୁ ୧୨ କିଲୋମିଟର ଚାଲି ଚାଲି ଯାଇ ମୁଦୁଲିପଡା ପହଞ୍ଚିବା ପରେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ଯାଉଛନ୍ତି । ସେହିଭଳି ଘାଟିରାସ୍ତା ହୋଇଥିବାରୁ ଏହି ଗାଁକୁ ବୋରିଂ ଗାଡି ଆସିପାରୁନି । ତେଣୁ ନଳକୂପଟିଏ ମଧ୍ୟ ତିଆରି ହୋଇପାରୁନାହିଁ। ଗାଁ ନିକଟରେ ଥିବା ଏକ ଝରଣାରୁ ପାଇପ ଯୋଗେ ପାଣି ଆଣି ପିଉଛନ୍ତି। ବର୍ତ୍ତମାନ ଏହି ଗାଁକୁ ଝରଣା ପାଣି ପହଁଞ୍ଚୁଛି ସତ ।

କିନ୍ତୁ ଖରା ଦିନେ ଝରଣା ସୁଖିଗଲେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ପରିସ୍ଥିତି ଦେଖାଦେଥାଏ ଏବଂ ବର୍ଷା ଦିନ ହେଲେ ଗୋଳିଆ ମାଟି ପାଣି ପିଇବାକୁ ପଡିଥାଏ । ଫଳରେ ଡାଇରିଆ ଓ ହଇଜାର ସମୁଖୀନ ହେବାକୁ ପଡିଥାଏ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏତିକିରେ ସରେନି ଏମାନଙ୍କ ଦୁଃଖ । ଗ୍ରାମବାସୀ କହିଛନ୍ତି, "ବିସୋଇଗୁଡା ଓ ପାଖାପାଖି ଗାଁରେ ସ୍କୁଲ ନଥିବାରୁ ଛୋଟଛୋଟ ପିଲାମାନଙ୍କୁ ପାଠ ପଢାଇବା ପାଇଁ ନିକଟସ୍ଥ ସହରରେ ଘରଭଡ଼ା ନେଇ ରଖିବାକୁ ପଡୁଛି । କିନ୍ତୁ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏହା ବୋଝ ଉପରେ ଲଳିତା ବିଡ଼ା ସଦୃଶ ।"

ଅପହଞ୍ଚ ଅଞ୍ଚଳ ପାଇଁ ସରକାରଙ୍କ ମାଳ ମାଳ ଯୋଜନା । କିନ୍ତୁ ବଣ୍ଡାଘାଟିର ବିସୋଇଗୁଡା ଗ୍ରାମବାସୀଙ୍କ ଏହି ସବୁ ଯୋଜନା ସତେ ଜେମିତି ସାତ ସପନ । ଗ୍ରାମବାସୀମାନେ ବିଡିଓଙ୍କ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ସେମାନଙ୍କୁ ପ୍ରତିଶୃତି ହିଁ ମିଳିଛି । ହେଲେ ଗୋଟିଏ ବି ପ୍ରତିଶୃତି ପୂରଣ ହୋଇ ପାରିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ଜିଲ୍ଲା ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, "ଖଇରପୁଟୁ ବ୍ଲକ ବିଡିଓଙ୍କୁ ନିଦ୍ଦେର୍ଶ ଦିଆଯିବ । ଏହି ଗ୍ରାମର ସମସ୍ୟାର ସମାଧାନ କରାଯିବ ଏବଂ ଗ୍ରାମ୍ୟ ଜଳଯୋଗାଣ ବିଭାଗ ଅଧିକାରୀଙ୍କ ସହ ଆଲୋଚନାକରି ପିଇବା ପାଣି ସମସ୍ୟାର ସମାଧାନ କରାଯିବ ।"

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.