ETV Bharat / state

ଭିଜିଲାନ୍ସ ଜାଲରେ ପୂର୍ବତନ ASI, ପୂର୍ବରୁ ଗଞ୍ଜେଇ ଚୋରା ଚାଲାଣରେ ହୋଇଥିଲେ ଗିରଫ

author img

By

Published : Apr 28, 2022, 10:35 AM IST

Updated : Apr 28, 2022, 11:13 AM IST

ଭିଜିଲାନ୍ସ ଜାଲରେ ମାଲକାନଗିରି ମାଥିଲି ଥାନାର ପୂର୍ବତନ ଏଏସଆଇ ଜୟଦାଶ ଖରା । ଏକକାଳୀନ ଭାବେ ୫ଟି ସ୍ଥାନରେ ଜୟପୁର ଭିଜିଲାନ୍ସ ଚଢାଉ କରିଛି । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ପୂର୍ବତନ ASI, ପୂର୍ବରୁ ଗଞ୍ଜେଇ ଚୋରା ଚାଲାଣରେ ହୋଇଥିଲେ ଗିରଫ
ଭିଜିଲାନ୍ସ ଜାଲରେ ପୂର୍ବତନ ASI, ପୂର୍ବରୁ ଗଞ୍ଜେଇ ଚୋରା ଚାଲାଣରେ ହୋଇଥିଲେ ଗିରଫ

ମାଲକାନଗିରି: ଭିଜିଲାନ୍ସ ଜାଲରେ ASI । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ମାଥିଲି ଥାନା ପୂର୍ବତନ ଏଏସଆଇ ଜୟଦାଶ ଖରାଙ୍କ ଘରେ ଭିଜିଲାନ୍ସ ରେଡ଼ କରିଛି । ଆଜି ଏକକାଳୀନ ଭାବେ ୫ଟି ସ୍ଥାନରେ ଜୟପୁର ଭିଜିଲାନ୍ସ ଚଢାଉ କରିଛି । କୋରାପୁଟର LIC କଲୋନିର ୨ଟି ସ୍ଥାନ, କୋରାପୁଟ ମେଘରାଜ କଲୋନି, ସୁନାବେଡାରେ AEF କଲୋନି ଓ ମାଲକାନଗିରିରେ ଚଢାଉ ଜାରିରହିଛି ।

DSP ସୁଶାନ୍ତ କୁମାର ବିଶ୍ବାଳ,ଇନ୍ସପେକ୍ଟର କଳାବତୀ ବାଗ, ଇନ୍ସପେକ୍ଟର ସଞ୍ଜୟ ପ୍ରଧାନ,ଇନ୍ସପେକ୍ଟର ବଙ୍କିମ ବବାଲିଙ୍କ ନେତୃତ୍ବରେ କୋରାପୁଟର ୩ଟି ସ୍ଥାନରେ ଚଢାଉ ଜାରି ରହିଛି । ସୁନାବେଡା ଏଇଏଫ କଲୋନିରେ ଡିଏସପି ଅନନ୍ତ ମଲିକଙ୍କ ନେତୃତ୍ବରେ ଚଢାଉ ଜାରି ରହିଛି । ସେହିପରି କୋରାପୁଟରେ ନିଜର ୨ଟି ଘର ଓ ଶ୍ବଶୁର ଅବସରପ୍ରାପ୍ତ ଆରଆଇ ବିଜୟ କୁମାର ସୁନାଙ୍କ ଘରେ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ । କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଚାକିରି କରି ବହୁ ବେନାମୀ କାମରେ ଲିପ୍ତ ରହି ବେଆଇନ ଭାବେ ଆୟ କରିଥିବା ସମ୍ପତ୍ତିକୁ ଭିଜିଲାନ୍ସ ଠାବ କରିଥବା ଜଣାପଡିଛି।

ମାଲକାନଗିରି ମାଥିଲି ଥାନା ଅନ୍ତର୍ଗତ କର୍ତନପଲି ଫାଣ୍ଡିରେ କାମ କରୁଥୁବା ବେଳେ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତି ଅଭିଯୋଗରେ ଗତ ମାର୍ଚ୍ଚ ମାସରେ ଗିରଫ ହୋଇ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ

ମାଲକାନଗିରିରୁ ପଞ୍ଜାନନ ଦାସ, ଇଟିଭି ଭାରତ

Last Updated : Apr 28, 2022, 11:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.