ETV Bharat / state

ପୁଣି ମାଲକାନଗିରିରେ ଅଜଣା ରୋଗ ଆତଙ୍କ, ନେଲାଣି 6 ଶିଶୁଙ୍କ ଜୀବନ - ମାଲକାନଗିରିରେ 6ଶିଶୁ ମୃତ

ମାଲକାନଗିରି କାଲିମେଳା ବ୍ଳକରେ ଅଜଣା ରୋଗ ଆତଙ୍କ । ଗତ ୧୫ ଦିନ ମଧ୍ୟରେ ତାପନପାଲ୍ଲି ଗାଁର ୬ଜଣ ଶିଶୁ ପ୍ରାଣ ହରାଇଲେଣି।

ଫଟୋ ସୌଜନ୍ଯ: ସମ୍ବାଦଦାତା ମାଲକାନାଗିରି
author img

By

Published : Nov 10, 2019, 12:04 PM IST

Updated : Nov 10, 2019, 6:35 PM IST

ମାଲକାନଗିରି: କାଲିମେଳା ବ୍ଲକରେ ଅଜଣା ରୋଗ ଆତଙ୍କ । ଗତ ୧୫ ଦିନ ମଧ୍ୟରେ ବ୍ଲକର ତାପନପାଲ୍ଲି ଗାଁର ୬ଜଣ ଶିଶୁ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । 7 ଜଣ ଶିଶୁ ଗୁରୁତର ଭାବରେ କାଲିମେଳା ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି ।

ଏବେସୁଦ୍ଧା ଗାଁର ଅନେକ ଶିଶୁ ଏହି ଅଜଣା ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି । ଡାକ୍ତରୀ ଦଳ ଗାଁରେ ପହଞ୍ଚି ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ସେଠାରେ ଚିକିତ୍ସା ଆରମ୍ଭ କରିଛନ୍ତି । ଏହାକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ । ପୁଣି ଜାପାନୀ ଜ୍ଵର ଫେରିଥିବା ସେମାନେ ଆଶଙ୍କା କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ମାଲକାନଗିରି

ସବୁଠୁ ଚିନ୍ତାର ବିଷୟ ଯେ, ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଫେରିବା ପରେ ପୁଣି ଜ୍ବରରେ ଆକ୍ରାନ୍ତ ହେଉଛନ୍ତି ଶିଶୁମାନେ । ଗତ ୧୫ ଦିନ ମଧ୍ୟରେ ତାପନପାଲ୍ଲି ଗାଁର ୬ ଜଣ ଶିଶୁ ପ୍ରାଣ ହରାଇବା ପରେ ଆଜି ଗାଁରେ ପହଞ୍ଚିଛି ଏକ ଡାକ୍ତରୀ ଦଳ । ଘର ଘର ବୁଲି ପିଲାଙ୍କ ରକ୍ତ ନମୁନା ସଂଗ୍ରହ କରିବା ସହ, ଜ୍ବର ଆକ୍ରାନ୍ତ ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରିଛନ୍ତି । ତେବେ ପିଲାଙ୍କୁ କି ପ୍ରକାର ଜ୍ବର ହେଉଛି ଡାକ୍ତରୀ ଟିମ ସ୍ପଷ୍ଟ କରିନାହିଁ । ତେବେ ଏହାର ଲକ୍ଷଣ ଭାବରେ ପିଲାଙ୍କୁ ପ୍ରଥମେ ଜ୍ବର ହେଉଛି ପରେ ଝାଡା ଓ ବାନ୍ତି ।

ସରକାର କେବଳ ଭାଷଣ ବାଜିରେ ନିଜ ଦାୟିତ୍ବ ସାରିଦେଇଥିବାବେଳେ, ଜିଲ୍ଲାରେ ଶିଶୁ ମୃତ୍ୟୁ ଥମିବାର ନା ଧରୁ ନାହିଁ । ସେପଟେ ଦୁଇବର୍ଷ ତଳେ ମାଲକାନଗିରି ଜିଲ୍ଲାରେ ଜାପାନୀ ଜ୍ବରର ଦୁଃଖ ମନରୁ ଲିଭିନି । ମାତ୍ର 2ମାସ ମଦ୍ୟରେ ଶତାଧିକ ଶିଶୁ ପ୍ରାଣ ହରାଇଥିଲେ । ଅନେକ ମାଆଙ୍କ କୋଳ ଶୂନ୍ୟ ହୋଇଯାଇଥିଲା । ଏହି ଆଦିବାସୀ ଅଞ୍ଚଳର ସଚେତନତା ଅଭାବରୁ ଅନେକ ଶିଶୁ ଅପପୁଷ୍ଟିର ଶୀକାର । ସେଥିପାଇଁ ଏହି ଅଞ୍ଚଳରେ ଏପରି ବିଭିନ୍ନ ଅଜଣା ରୋଗ କାୟା ବିସ୍ତାର କରୁଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲୋକ ଅନ୍ତର୍ଗତ ତାପନପାଲ୍ଲି ଗାଁରେ ଏବେ ଅଜଣା ରୋଗର ଆତଙ୍କ । ଗତ୧୫ ଦିନ ମଧ୍ୟରେ ତାପନପାଲ୍ଲି ଗାଁରେ ୬ଜଣ ଶିଶୁ ପ୍ରାଣ ହରାଇଥିବା ବେଳେ 7 ଜଣ ଗୁରୁତ୍ୱର ଶିଶୁଙ୍କୁ କାଲିମେଳା ମେଡିକାଲକୁ ସ୍ଥାନାନ୍ତର କରାଯାଇ ଥିବା ବେଳେ ଏବେ ମଧ୍ୟ ଅନେକ ଶିଶୁ ଜ୍ବର ଆକ୍ରାନ୍ତ ହୋଇ ଗାଁ ରେ ରହିଛନ୍ତି । ଡାକ୍ତରି ଦଳ ଗାଁରେ ପହଞ୍ଚି ଶିଶୁଙ୍କ ସ୍ବାସ୍ଥ୍ୟ ପରିକ୍ଷା କରିବା ସହ ସେଠାରେ ଚିକିତ୍ସା କରୁଛନ୍ତି । ଏହାକୁ ନେଇ ଭୟବିତ ଅବସ୍ତାରେ ରହିଛନ୍ତି ଆଦିବାସି ଲୋକେ । ପୁଣି ଜାପାନି ଜ୍ଵର ଫେରି ନାହି ତୋ ତାହା ଭାବୁଛନ୍ତି ଆଦିବାସି ମାନେ । Body:ଏ ହେଉଛି ମାଲକାନଗିରି ଜିଲ୍ଲା ତାପନପାଲ୍ଲି ଗାଁର ଦୃଶ୍ୟ । ଘରେ ଘରେ ଶିଶୁ ମାନେ ଜ୍ବର ଆକ୍ରାନ୍ତ ହୋଇ ଶଜ୍ୟାରେ ପଡି ରହିଛନ୍ତି । ଚିକିତ୍ସା ପାଇଁ ଡାକ୍ତର ଖାନାକୁ ଯାଇଥିଲେ ଏମାନେ ହେଲେ ସେଠାରୁ ଫେରିବା ପରେ ପୁଣି ଜ୍ବର ଆକ୍ରାନ୍ତ ହୋଇଛନ୍ତି ଶିଶୁ ମାନେ । ଗତ ୧୫ ଦିନ ମଧ୍ୟରେ ତାପନପାଲ୍ଲି ଗାଁର ୬ ଜଣ ଶିଶୁ ପ୍ରାଣ ହରାଇବା ପରେ ଆଜି ଗାଁରେ ପହଞ୍ଚିଛି ଏକ ଡାକ୍ତରି ଦଳ । ଘର ଘର ବୁଲି ପିଲାଙ୍କ ରକ୍ତ ନମୁନା ସଂଗ୍ରହ କରିବା ସହ ଜ୍ବର ଆକ୍ରାନ୍ତ ଶିଶୁଙ୍କ ସ୍ବାସ୍ଥ୍ୟ ପରିକ୍ଷା ମଧ୍ୟ କରିଛନ୍ତି । ପିଲାଙ୍କୁ କି ରୋଗ ହୋଇଛି ତାହା ଜାଣି ପାରୁ ନାହାନ୍ତି ଡାକ୍ତର ମାନେ । ପିଲାଙ୍କୁ ପ୍ରଥମେ ଜ୍ବର ହେଉଛି ପରେ ଝାଡା ବାନ୍ତି ହୋଇ ଗାଁର ୬ ଜଣ ଶିଶୁ ପ୍ରାଣ ହରାଇଛନ୍ତି ଅନ୍ୟ ଗୁରୁତ୍ୱର ଶିଶୁ ଙ୍କୁ କାଲିମେଳା ଚିକିତ୍ସା କେନ୍ଦ୍ର ରେ ଭର୍ତ୍ତି କରାଯାଇଛି ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅନେକ ଆକ୍ରାନ୍ତ ହୋଇ ରହିଛନ୍ତି । ଯାହାକୁ ନେଇ ଏବେ ଆତଙ୍କିତ ଅବସ୍ତାରେ ରହିଛନ୍ତି ଆଦିବାସି ବାପା ମାଆ । କାରଣ ୨୦୧୭ମସିହାରେ ମାଲକାନଗିରି ଜିଲ୍ଲାରେ ଦେଖା ଦେଇଥିବା ଜାପାନି ଜ୍ବର ପୁଣି ଫେରି ନାହି ତୋ ସେ ଚିନ୍ତାରେ ଅଛନ୍ତି ଆଦିବାସି ମାନେ । Conclusion:ପ୍ରତି ବର୍ଷ ମାଲକାନଗିରି ଜିଲ୍ଲାରେ ଅଜଣା ରୋଗରେ ଅନେକ ଶିଶୁଙ୍କ ଜିବନ ଯାଉଛି । ହେଲେ ସରକାର କେବଳ ଭାଷଣ ବାଜିରେ ନିଜ ଦାୟିତ୍ବ ସମ୍ପନ୍ନ କରୁଛନ୍ତି । ଅନ୍ୟ ପଟେ କିନ୍ତୁ ଜିଲ୍ଲାରେ ଶିଶୁ ମୃତ୍ୟୁ ଥମିବାର ନାଧରୁ ନାହି ।

ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ........
Last Updated : Nov 10, 2019, 6:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.