ETV Bharat / state

ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀକୂଳ - ଚାଷୀଙ୍କ ଚିନ୍ତା ବଢାଇଛି ଅଦିନିଆ ବର୍ଷା

ମାଲକାନଗିରି ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଜିଲ୍ଲାର ସମସ୍ତ ଧାନ ମଣ୍ଡିରେ ଖୋଲା ଆକାଶ ତଳେ ଶହ ଶହ ଧାନ ବସ୍ତା ପଡି ରହିଥିବାରୁ ଚାଷୀଙ୍କ ନିଦ ହଜାଇ ଦେଇଛି ଅଦିନିଆ ବର୍ଷା ।

od_mkg_paddy
ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀକୂଳ
author img

By

Published : Jan 5, 2020, 2:24 PM IST

ମାଲକାନଗିରି: ଅଦିନିଆ ବର୍ଷାରେ ମାଡ ଖାଇଲା ଫସଲ ଅମଳ । ଚାଷୀର ସମସ୍ତ ପରିଶ୍ରମକୁ ଧୋଇନେଇଛି ଏଥରର ଶୀତୁଆ ବର୍ଷା । ମାଲକାନଗିରିରେ ଗତକିଛି ଦିନ ଧରି କୋହଲା ପାଗ ଓ ଅଦିନିଆ ବର୍ଷା ଏବେ ଚାଷୀଙ୍କ ଚିନ୍ତା ବଢାଇଛି । ଜିଲ୍ଲାର ସମସ୍ତ ଧାନମଣ୍ଡି ମୁକୁଳା ପଡିଥିବାବେଳେ ଶହ ଶହ ଧାନବସ୍ତା ପଡି ପଡି ଗଜା ହେବାର ଲାଗିଲାଣି । ଫଳରେ ଧାନ ବିକ୍ରି କିପରି କରିବେ ସେ ଚିନ୍ତାରେ ଭୋକ ଶୋଷ ଭୁଲି ଗଲେଣି ଚାଷୀ ।

ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀକୂଳ

ଦିନ ରାତି ଏକ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାନ ଫସଲ କରିଥିଲେ । ହେଲେ ପାଗରେ ପରିବର୍ତ୍ତନ ଯୋଗୁଁ ମୁଣ୍ଡରେ ହାତ ଦେଇବସିଛି ଚାଷୀ । ଗୋଟିଏ ପଟେ ଅଦିନିଆ ବର୍ଷା ଚାଷୀ କନ୍ଦେଇବାରେ ଲାଗିଛି ତ ଅନ୍ୟପଟେ ଜିଲ୍ଲାର ଅଧିକାଂଶ ଚାଷୀଙ୍କୁ ଏଯାଏଁ ଟୋକେନ ମିଳିପାରି ନାହିଁ । ତେବେ ବାରମ୍ବାର ଧାନ ଉଠାଇବାକୁ ଜିଲ୍ଲାପାଳଙ୍କୁ ଦାବି ଜଣାଇଥିଲେ ମଧ୍ୟ ଜିଲ୍ଲାରେ ଅଧା ଚାଷୀଙ୍କ ଧାନ ବିକ୍ରି ହୋଇପାରିନାହିଁ । ସେପଟେ, ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି ମାଲକାନଗିରି ଉପଜିଲ୍ଲାପାଳ ।

ପ୍ରଥମେ ଟୋକେନ୍ ବ୍ୟବସ୍ଥା ତା ପରେ ଅଦିନିଆ ବର୍ଷା ଚିନ୍ତା । ତେଣୁ ସରକାର ତୁରନ୍ତ ଚାଷୀଙ୍କ ଧାନ ଉଠାଇବା ଲାଗି ଦାବି କରାଯାଇଛି । ତେବେ ଯଦି ଏଥିରେ ବିଳମ୍ବ ହୁଏ ଆଗାମୀ ଦିନରେ ଜିଲ୍ଲା ବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଧମକ ଦେଇଛନ୍ତି ଚାଷୀମାନେ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଜିଲ୍ଲାର ସମସ୍ତ ଧାନ ମଣ୍ଡିରେ ଖୋଲା ଆକାଶ ତଳେ ଶହ ଶହ ଧାନ ବସ୍ତା ପଡି ରହିଥିବାରୁ ଚାଷୀଙ୍କ ନିଦ ହଜାଇ ଦେଇଛି ଅଦିନିଆ ବର୍ଷା । ଫଳରେ କ୍ୟୁନିଟାଲ କ୍ୟୁନିଟାଲ ଧାନ କିପରି ବିକ୍ରି ହେବ ଭୋକ ଶୋଷ ଭୁଲି ସେଇ ଚିନ୍ତାରେ ଚାଷୀ ।

Body:ଭି.ଓ -୧- ଦିନ ରାତି ଏକ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାନ ଫସଲ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । କାରଣ ଜିଲ୍ଲାର ଅଧିକାଂଶ ଚାଷୀ ମାନେ ଏ ଯାଏଁ ଟୋକେନ୍ ପାଇ ନାହାନ୍ତି । ତେବେ ଅନ୍ୟ ପଟେ ଏବେ ଅଦିନିଆ ବର୍ଷା କାରଣରୁ ଚିନ୍ତାରେ ମାଲକାନଗିରି ର ଚାଷୀ କୁଳ। ମଣ୍ଡିରୁ ଧାନ ଶୀଘ୍ର ଉଠାଇବା ଲାଗି ପୂର୍ବରୁ ବାରମ୍ବାର ଚାଷୀ ମାନେ ଜିଲ୍ଲାପାଳଙ୍କୁ ଦାବି ଜଣାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ଅଧା ଚାଷୀଙ୍କ ଧାନ ବିକ୍ରି ହୋଇ ପାରି ନାହିଁ ।ଏବେ ବର୍ଷା ଆସିଥିବା ବେଳେ ଧାନକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ଜିଲ୍ଲାର ହଜାର ହଜାର ଚାଷୀ ।

ବାଇଟ ୧- ରାମ ଖିଲ, ଚାଷୀ

ଭି.ଓ-୨- ତେବେ ଏ ନେଇ ଆମେ ମାଲକାନଗିରି ଉପଜିଲ୍ଲାପାଳ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଚାଷୀଙ୍କ ଲାଗି ଜିଲ୍ଲା ପ୍ରଶାସନ ଯୁଦ୍ଧ କାଳୀନ ଭିତ୍ତିରେ ସମସ୍ତ ପଦକ୍ଷେପ ଗ୍ରହଣ କରିଛି ।

ବାଇଟ- ରାମେଶ୍ୱର ପ୍ରଧାନ, ମାଲକାନଗିରି ଉପ ଜିଲ୍ଲାପାଳ

Conclusion:ଫା.ଭି.ଓ- ପ୍ରଥମେ ଟୋକେନ୍ ବ୍ୟବସ୍ଥା ତା ପରେ ଅଦିନିଆ ବର୍ଷା ଚିନ୍ତା ତେଣୁ ସରକାର ତୁରନ୍ତ ଚାଷୀଙ୍କ ଧାନ ଉଠାଇବା ଲାଗି ଦାବି ହୋଇଛି ନହେଲେ ଜିଲ୍ଲା ବ୍ୟାପି ଆନ୍ଦୋଳନ କରାଯିବ ବୋଲି ଚାଷୀ ମାନେ ଧମକ ଦେଇଥିବା ବେଳେ ଏଭଳି ଏକ ଘଡି ସନ୍ଧି ମୁହର୍ତ୍ତରେ ଆଗାମି ସମୟ ହିଁ କହିବ କଣ ହେବ ମାଲକାନଗିରି ର ଭବିଷ୍ୟତ ।

ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.