ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ପୋଡ଼ାକୋଣ୍ଡା ପଞ୍ଚାୟତ ମଙ୍ଗ ଗ୍ରାମରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଘରର ଦୁଇ ଭଉଣୀଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଛି । ବାପା ଓମ ପ୍ରକାଶ ପଡ଼ିଆମୀ ଓ ମାତା ରାମେ ପଡ଼ିଆମୀ ଦିନ ଦ୍ବିପ୍ରହରରେ ଜମିକୁ କାମ କରିବାକୁ ବାହାରି ଯାଇଥିଲେ ।
ଏହି ସମୟରେ ବଡ଼ ଝିଅ ରାଜେଶ୍ୱରୀ ପଡ଼ିଆମୀ (୮) ଓ ସାନ ଝିଅ ଶିବାନୀ ପଡ଼ିଆମୀ (୨) ଖେଳୁଖେଳୁ ଘର ନିକଟସ୍ଥ ପୋଖରୀରେ ପଡିଯାଇଥିଲେ । ଖବର ପାଇ ବାପା ମା’ ଓ ଗ୍ରାମବାସୀ ଖୋଜାଖୋଜି ଦୁଇଜଣଙ୍କୁ ପୋଖରୀରୁ ପାଇଥିଲେ । ପରେ ତାଙ୍କୁ ମାଲକାନଗିରି ମେଡିକାଲ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୁତ ଘୋଷଣା କରିଥିଲେ। ଗୋଟିଏ ଘରର ଦୁଇ ଝିଅର ଏପରି ଅକାଳ ବିୟୋଗ ସ୍ଥାନୀୟ ଅଞ୍ଚଳରେ ଶୋକକୁଳ ପରିବେଶ ସୃଷ୍ଟି କରିଛି ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ