ମାଲକାନଗିରି: ସୀମାନ୍ତରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । 2 ମାଓବାଦୀ ମୃତ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ।
ମାଲକାନଗିରି ସୀମାନ୍ତ ଛତିଶଗଡ ଦାନ୍ତେୱାଡା ଜିଲ୍ଲା କୋଟକଲ୍ୟାଣ ଥାନା ଅନ୍ତର୍ଗତ ମୁନିଗା ଜଙ୍ଗଲରେ ମାଓ କ୍ୟାମ୍ପ ଲାଗିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଡିଆରଜି ଯବାନ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କ ଆସିବା ଦେଖି ମାଓବାଦୀମାନେ ଗୁଲି ଚାଳନା କରିବାରୁ ଯବାନମାନେ ପାଲଟା ଆକ୍ରମଣ କରିଥିଲେ ।

ଦୀର୍ଘ 1 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଉଭୟ ପକ୍ଷରୁ ଗୁଳି ବିନିମୟ ହେବା ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ । ପରେ ଯବାନମାନେ ଘଟଣାସ୍ଥଳରେ ସର୍ଚ୍ଚ କରିବାରୁ 2 ମାଓବାଦୀଙ୍କ ମୃତଦେହ ମିଳିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ଦନ୍ତେୱାଡା ଏସପି ଅଭିଶେକ ପଲ୍ଲଭ ସୂଚନା ଦେଇଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ