ETV Bharat / state

ଲାଲଗଡରେ ମାଓ ଅପରେସନ, 2 ନକ୍ସଲ ନିହତ

ସ୍ୱାଭିମାନ ଅଞ୍ଚଳରେ ପୋଲିସ-ନକ୍ସଲ ମଧ୍ୟରେ ଗୁଳି ବିନିମୟ । ପୋଲିସ ଗୁଳିରେ ଟଳିଲେ ୨ ଜଣ ନକ୍ସଲ । ନିହତ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି । ଅଧିକ ପଢନ୍ତୁ...

ଲାଲଗଡରେ ପୋଲିସ-ମାଓ ଗୁଳି ବିନିମୟ, 2 ନକ୍ସଲ ନିହତ

author img

By

Published : Dec 13, 2020, 9:22 AM IST

Updated : Dec 14, 2020, 3:36 PM IST

ମାଲକାନଗିରି: ପୁଣି ଅଶାନ୍ତ ସ୍ବାଭିମାନ ଅଞ୍ଚଳ । ମୁହାଁମୁହିଁ ହୋଇଛନ୍ତି ପୋଲିସ-ମାଓବାଦୀ । ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ 2 ମାଓବାଦୀ ନିହତ ହୋଇଥିବା ବେଳେ, ଜଣେ ମହିଳା ମାଓବାଦୀ ସାମିଲ ଅଛନ୍ତି ।

ଲାଲଗଡରେ ପୋଲିସ-ମାଓ ଗୁଳି ବିନିମୟ, 2 ନକ୍ସଲ ନିହତ

ଘଟଣା ଅନୁଯାୟୀ ଗୁଇନ୍ଦା ସୂତ୍ରରୁ ପୁଲିକୁ ଖବର ମିଳିଥିଲା ଯେ ସ୍ବାଭିମାନ ଅଞ୍ଚଳର ଯୋଡ଼ାମ୍ବ ଥାନା ଅନ୍ତର୍ଗତ ଗାଜଲମାମୁଡି ପଞ୍ଚାୟତର ସିଙ୍ଗାରାମ ଅଞ୍ଚଳରେ ନକ୍ସଲ କ୍ୟାମ୍ପ କରି ରହିଛନ୍ତି । ଖବର ପାଇ ତୁରନ୍ତ ଏସଓଜି ଏବଂ ଡିଭିଏଫ ଯବାନ ଏହି ଅଞ୍ଚଳକୁ ଘେରି ଯାଇଥିଲେ । ତେବେ ରବିବାର ଭୋରୁ ନକ୍ସଲ, ପୋଲିସକୁ ଦେଖି ଅତର୍କିତ ଗୁଳି ଚଳାଇବା ଆରମ୍ଭ କରିଥିଲେ । ପୋଲିସ ମଧ୍ୟ ନିଜକୁ ସୁରକ୍ଷିତ କରି ନକ୍ସଲ ଉପରେ ଗୁଳି ଚଳାଇଥିଲା । ଦୀର୍ଘ ସମୟ ଧରି ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିୟ ଘଟିଛି । ଯାହାଫଳରେ ନକ୍ସଲ ପୋଲିସ ଗୁଳିର ଜବାବ ନଦେଇପାରି ଛତ୍ରଭଙ୍ଗ ଦେଇଥିଲେ । ପରେ ଘଟଣାସ୍ଥଳର ସର୍ଚ୍ଚ ଅପରେସନ କରୁଥିବା ବେଳେ ଦୁଇ ଜଣ ମାଓବାଦଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି ।

ଏଥିସହ ଏସଏଲଆର ଓ ଇନସାସ୍ ବନ୍ଧୁକ, ଡିଟୋନେଟର, ଏନସାସ ଓ ଏସଏଲଆର ମାଗାଜିନ, ଜୀବନ୍ତ ଗୁଳି ସହ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି । ମୃତ ଦୁଇ ନକ୍ସଲ ମଧ୍ୟରୁ ଜଣେ ମହିଳା ଓ ଆଉ ଜଣେ ପୁରୁଷ ନକ୍ସଲ ବୋଲି ଜଣାପଡ଼ିଛି । ତେବେ ସେମାନେ ଯେଉଁ ବନ୍ଧୁକ ଧରିଥିଲେ, ସେଥିରୁ ଅନୁମାନ କରାଯାଏ ଯେ ଏମାନେ କ୍ୟାଡର ନକ୍ସଲ । ମୃତ ନକ୍ସଲମାନଙ୍କର ପରିଚୟ ମିଳିପାରିନଥିବା ବେଳେ ଦୁଇ ନକ୍ସଲ ଛତିଶଗଡର ବୋଲି ଅନୁମାନ କରାଯାଉଛି । ଲଗାତାର ସ୍ବାଭିମାନ ଅଞ୍ଚଳରେ ପୋଲିସକୁ ସଫଳତା ମିଳି ଚାଲିଛି । ନକ୍ସଲଙ୍କ ଗତିବିଧିକୁ ଗୁଇନ୍ଦା ନଜରରେ ରଖି ପୋଲିସକୁ ସୂଚନା ଦେବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ସ୍ୱାଭିମାନ ଅଞ୍ଚଳରେ ନକ୍ସଲଙ୍କ ଉପରେ ଘନ ଘନ ଚଢାଉ ପରେ ସଂଗଠନ ଏକ ପ୍ରକାର ଦୁର୍ବଳ ହେବାକୁ ଲାଗିଛି । ସୁରକ୍ଷାକର୍ମୀଙ୍କ ଠାରୁ ଲୁଚିଛପି ଏଣେତେଣେ ବୁଲୁଥିଲେ ମଧ୍ୟ ସେମାନଙ୍କର ଗତିବିଧ ସମ୍ପର୍କରେ ପୋଲିସ ସବୁ ଖବର ପାଇଯାଉଛି । ବର୍ତ୍ତମାନ ମଧ୍ୟ ଯବାନ ଜଙ୍ଗଲରେ ପଶି ସର୍ଚ୍ଚ ଅପରେସନ ଜୋରଦାର କରୁଛନ୍ତି । ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ଜଳଭଣ୍ଡାରକୁ ଘେରି ରହିଥିବା ଯୋଗୁଁ ଯବାନ ଜଳଭଣ୍ଡାର ଚାରିପଟେ ଘେରି ରହିଥିବା ଜଣାପଡିଛି । ମିଲିସିଆ ଏବଂ ନକ୍ସଲମାନଙ୍କୁ ଆତ୍ମସମର୍ପଣ କରିବା ନେଇ ପୋଲିସ ଅନୁରୋଧ କରିଛି । ମୁଖ୍ୟସ୍ରୋତରେ ସାମିଲ ହୋଇ ସରକାରଙ୍କର ସମସ୍ତ ସୁବିଧା ସୁଯୋଗ ହାତେବାକୁ ମଧ୍ୟ କୁହାଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Dec 14, 2020, 3:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.