ମାଲକାନିରି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମରାମତି କରୁଥିବା ବେଳେ ଅଘଟଣ । ବିଜୁଳି ଆଘାତରେ ମେଡ଼ିକାଲର ଦୁଇ କର୍ମଚାରୀ ଆହତ ହୋଇଛନ୍ତି । ସଟ ସର୍କିଟ ଯୋଗୁଁ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ମଙ୍ଗଳବାର ରାତିରେ ସଦରମହକୁମା ମୁଖ୍ୟ ଚିକିତ୍ସାଳୟ ଗେଟ୍ ପାର୍ଶ୍ଵରେ ଥିବା ଟ୍ରାନ୍ସଫରମର ମରାମତି ଚାଲୁଥିବାବେଳେ ସର୍ଟ ସର୍କିଟ ହେବା କାରଣରୁ ହଟାତ ସେଥିରୁ ନିଆଁ ବାହାରି ଥିଲା । ଏହି ସମୟରେ କାର୍ଯ୍ୟରତ ଥିବା ୨ ବିଦ୍ୟୁତ କର୍ମଚାରୀ ବିଦ୍ୟୁତ ଆଘାତରେ ଆହତ ହୋଇଥିଲେ ।
ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିଥିଲେ । ଆହତ କର୍ମଚାରୀଙ୍କ ଚିକିତ୍ସା ଜାରି ରହିଛି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସୁସ୍ଥ ଥିବା ଜଣାପଡ଼ିଛି । ଅନ୍ୟପଟେ ସର୍ଟ ସର୍କିଟ ଯୋଗୁଁ ଦୀର୍ଘ ସମୟ ଧରି ଚିକିତ୍ସାଳୟ ଅନ୍ଧାର ରହିଥିଲା । ପରେ ବିଦ୍ୟୁତ ବିଭାଗ କର୍ମଚାରୀ ଆସି ଏହାର ମରାମତି କରୁଥିବା ଦେଖିବାକୁ ମିଳିଛି ।
ଇଟିଭି ଭାରତ, ମାଲକାନଗିରି