ETV Bharat / state

Encounter In Dantewada: ଦୁଇ ହାର୍ଡକୋର ମହିଳା ମାଓବାଦୀ ନିହତ

author img

By

Published : Mar 16, 2022, 3:30 PM IST

ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମହିଳା ମାଓବାଦୀଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ହାର୍ଡକୋର ଦୁଇ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Encounter In Dantewada
Encounter In Dantewada

ମାଲକାନଗିରି: ସୁରକ୍ଷାବାହିନୀଙ୍କୁ ସଫଳତା । ମାଲକାନଗିରି ଜିଲ୍ଲା ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ହାର୍ଡକୋର ଦୁଇ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏହା ସହିତ ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ପୋଲିସ ।

Encounter In Dantewada

ସୂଚନାମୁତାବକ ସୁକୁମା ଓ ଦାନ୍ତେୱାଡା ଜିଲ୍ଲାର ଗରେଲି ମୁଠେଲି ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲ । ପରେ ସୁକୁମା ଓ ଦାନ୍ତେୱାଡ଼ାର ଡିଆରଜି ବାହିନୀ ମିଳିତ ଭାବେ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚାଳନା କରିବାରୁ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ଉଭୟ ପକ୍ଷ ମଧ୍ୟରେ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା । ପରେ ମାଓବାଦୀମାନେ ଘଟଣାସ୍ଥଳ ଛାଡି ଚାଲି ଯାଇଥିଲେ ।

ଘଟଣାସ୍ଥଳରୁ ଯବାନମାନେ ସର୍ଚ୍ଚ କରିବାରୁ ଦୁଇ ଟପ ହାର୍ଡକୋର ମହିଳା ମାଓବାଦୀଙ୍କ ମୃତଦେହ ମିଳିଥିଲା। ସରକାରଙ୍କ ପକ୍ଷରୁ ପୂର୍ବରୁ 5 ଲକ୍ଷ ଟଙ୍କା ଅର୍ଥ ରାଶି ଘୋଷିତ ଥିବା ଜଣେ ମଞ୍ଜୁଳା ଓ ଅନ୍ୟ ଜଣେ ଏକ ଲକ୍ଷ ଟଙ୍କା ଘୋଷିତ ଥିବା ମୁଚାକି ଗାଙ୍ଗୀ ବୋଲି ଜଣାପଡିଛି । ଏହାସହ ବନ୍ଧୁକ ଓ ବିପୁଳ ମାଓ ସାମଗ୍ରୀକୁ ମଧ୍ୟ ଯବାନମାନେ ଜବତ କରିଥିବା ନେଇ ସୂଚନା ଦେଇଛନ୍ତି ଦାନ୍ତେୱାଡ଼ା ଏସପି ସିଦ୍ଧାର୍ଥ ତିୱାରୀ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.