ETV Bharat / state

ଲ୍ୟାଣ୍ଡମାଇନ ଠାବ କରି ପ୍ରଶଂସା ସାଉଁଟିଲେ 2 ମହିଳା କମାଣ୍ଡୋ

ମହିଳା କମାଣ୍ଡୋ ମଧ୍ୟ ପୁରୁଷ କମାଣ୍ଡୋଙ୍କ ଠାରୁ କୌଣସି ଗୁଣରେ କମ ନୁହନ୍ତି । ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ଦୁଇ ମହିଳା କମାଣ୍ଡୋ ମାଓ ଆକ୍ରମଣ ଯୋଜନା ପଣ୍ଡ କରିଛନ୍ତି । ଫଳରେ ବିଭିନ୍ନ ମହଲରେ ତାଙ୍କୁ ଭୁରି ଭୁରି ପ୍ରଶଂସାର ସୁଅ ଛୁଟୁଛି ।

author img

By

Published : Oct 7, 2020, 3:52 PM IST

ଲ୍ୟାଣ୍ଡ ମାଇନ ଉଦ୍ଧାର କରି ପ୍ରଶଂସା ସାଉଁଟିଲେ 2 ମହିଳା କମାଣ୍ଡୋ

ମାଲକାନଗିରି: ମହିଳା କମାଣ୍ଡୋ ମଧ୍ୟ ପୁରୁଷ କମାଣ୍ଡୋଙ୍କ ଠାରୁ କୌଣସି ଗୁଣରେ କମ ନୁହନ୍ତି । ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ଦୁଇ ମହିଳା କମାଣ୍ଡୋ ମାଓ ଆକ୍ରମଣ ଯୋଜନା ପଣ୍ଡ କରିଛନ୍ତି । ଫଳରେ ବିଭିନ୍ନ ମହଲରେ ତାଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଛି ।

ଗତକାଲି କୁମ୍ବିଂ ବେଳେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡା ଜିଲ୍ଲା ଟେଲମ ଓ ଟେଟମକୁ ସଂଯୋଗ କରୁଥିବା ରାସ୍ତାରୁ ୧୦ କେଜିର ଲ୍ୟାଣ୍ଡମାଇନକୁ ଠାବ କରିଛନ୍ତି ଦୁଇ ମହିଳା କମାଣ୍ଡୋ । କମାଣ୍ଡୋମାନେ କୁମ୍ବିଂ ସାରି ଫେରିବା ବେଳେ ଗ୍ରାମବାସୀଙ୍କଠାରୁ ଖବର ପାଇ ଡିଟେକ୍ଟର ସାହାଯ୍ୟରେ ଲ୍ୟାଣ୍ଡମାଇନ ଠାବ କରିଥିଲେ । ପରେ ବିସ୍ପୋରଣ କରି ଏହାକୁ ନଷ୍ଟ କରାଯାଇଥିଲା ।

କିଛିଦିନ ହେବ ମାଓ ସଂଗଠନ ଭୁଶୁଡ଼ିବାରେ ଲାଗିଛି । ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିବା ପାଇଁ ଯବାନମାନଙ୍କୁ ଟାର୍ଗେଟ କରୁଥିବା ଅନୁମାନ କରାଯାଉଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.