ETV Bharat / state

ଗଞ୍ଜେଇ ଜବତ ବେଳେ ମହିଳାଙ୍କୁ ମାଡ ମାମଲା: SDPOଙ୍କ ନାଁରେ ଦୁଇଟି ମାମଲା ରୁଜୁ

author img

By

Published : Jul 27, 2022, 9:19 AM IST

ଗଞ୍ଜେଇ ଜବତ ବେଳେ ମହିଳାଙ୍କୁ ମାଡ଼ ମାରିବା ଘଟଣାରେ ଚିତ୍ରକୋଣ୍ଡା ଏସଡିପିଓଙ୍କ ବିରୁଦ୍ଧରେ ଦୁଇଟି ମାମଲା ରୁଜୁ । ଅଧିକ ପଢନ୍ତୁ

ଗଞ୍ଜେଇ ଜବତ ବେଳେ ମହିଳାଙ୍କୁ ମାଡ ମାମଲା: SDPO ନାଁରେ ଦୁଇଟି ମାମଲା ରୁଜୁ

ମାଲକାନଗିରି: ଗଞ୍ଜେଇ ଜବତ ବେଳେ ମହିଳାଙ୍କୁ ଏସଡିପିଓଙ୍କ ମାଡ଼ ଦେବା ଘଟଣା । ଏହାକୁ ନେଇ ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ବିରୁଦ୍ଧରେ ଚିତ୍ରକୋଣ୍ଡା ଥାନାରେ ଦୁଇଟି ମାମଲା ରୁଜୁ ହେଇଛି । ଜିଆର କେସ୍ ନମ୍ବର 468 ଓ 469ରେ ଆଇପିସିର ଧାରା 294, 323, 506, 354, 458, 460 ଓ 34 ସହ SC ST ଆଇନ ଅନୁଯାଇ ଏହି ମାମଲା ଗୁଡିକ ରୁଜୁ ହୋଇଛି ।

ସୂଚନା ଅନୁଯାୟୀ, ମାଲକାନଗିରି RAC13 ଗ୍ରାମରେ ରାତି ଅଧିଆ ଗଞ୍ଜେଇ ଜବତ ବେଳେ ଏସଡିପିଓ ଅଂଶୁମାନ ଦୁଇ ମହିଳାଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିଲେ । ଏହି ଘଟଣାରେ ପରେ ସେ ଖୁବ୍ ବିବାଦୀୟ ହୋଇପଡିଥିଲେ । ଏହାପରେ ଦୁର୍ବ୍ୟବହାରର ଶିକାର ହୋଇଥିବା ସମ୍ପୃକ୍ତ ଦୁଇ ମହିଳାଙ୍କ ଅଭିଯୋଗ ଆଧାରରେ ଅଂଶୁମାନ ଦ୍ବିବେଦୀଙ୍କ ବିରୁଦ୍ଧରେ ଏତଲା ରୁଜୁ କରିବା ଲାଗି ଚିତ୍ରକୋଣ୍ଡା ଥାନାକୁ ନିର୍ଦ୍ଦେଶ ଦେଇଥିଲେ ମାଲକାନଗିରି ଏସଡିଜେଏମ କୋର୍ଟ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.