ETV Bharat / state

ଟ୍ରକ-ବାଇକ ମୁହାଁମୁହିଁ ଧକ୍କା, ସିସିଟିଭିରେ କଏଦ ଦୃଶ୍ୟ

author img

By

Published : Feb 19, 2021, 11:41 AM IST

ମାଲକାନଗିରି ଜିଲ୍ଲାର ଥାନା ନିକଟରେ ଟ୍ରକ ମୁହାଁମୁହିଁ ଧକ୍କା ହୋଇ 2 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

Truck clashed with bike in Malkangiri, 2 injured
ଟ୍ରକ-ବାଇକ ମୁହାଁମୁହିଁ ଧକ୍କା, 2 ଗୁରୁତର

ମାଲକାନଗିରି: ଜିଲ୍ଲାର ଏମଭି-3 ଛକ ନିକଟରେ ଏକ ଟ୍ରକ ସହ ବାଇକ ମୁହାଁମୁହିଁ ଧକ୍କା ହୋଇ 2 ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତେବେ ଆହତଙ୍କୁ ସ୍ଥାନୀୟ ଲୋକମାନେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ।

ଟ୍ରକ-ବାଇକ ମୁହାଁମୁହିଁ ଧକ୍କା, 2 ଗୁରୁତର

ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା 2 ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ନାମ ଜହନ ମୁର୍ମୁ ହୋଇଥିବା ବେଳେ ତାଙ୍କ ଘର ଏମଭି 6 ଗ୍ରାମର ବୋଲି ଜଣାପଡ଼ିଛି । ସେପଟେ ଅନ୍ୟ ଆହତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଆହତ 2 ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏହି ଦୁର୍ଘଟଣାର ଦୃଶ୍ୟ ରାସ୍ତାରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଛି । ପୋଲିସ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହିତ ସିସିଟିଭି ଫୁଟେଜକୁ ଦେଖି ତଦନ୍ତ ଆରମ୍ଭ କରିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.