ETV Bharat / state

ପୋଷ୍ଟର ମାଧ୍ୟମରେ ଗର୍ଜିଲେ ସ୍ବାଭିମାନ ଅଞ୍ଚଳର ବିପ୍ଲବୀ ଚାଷୀ - ସ୍ବାଭିମାନ ଅଞ୍ଚଳର ବିପ୍ଳବୀ ଚାଷୀ

କିଛି ଦିନର ବିରତି ପରେ ପୁଣି ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳବାସୀ ଦେଇଛନ୍ତି କଡା ଚେତାବନୀ । ପୋଷ୍ଟର ମାଧ୍ୟମରେ ସମ୍ପୃକ୍ତ ଅଞ୍ଚଳର ବିପ୍ଳବୀ ଚାଷୀ ମୂଲିଆ ସଙ୍ଗଠନ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Oct 4, 2019, 12:13 PM IST

ମାଲକାନଗିରି: କିଛି ଦିନର ବିରତି ପରେ ପୁଣି ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳବାସୀ ଦେଇଛନ୍ତି କଡା ଚେତାବନୀ । ପୋଷ୍ଟର ମାଧ୍ୟମରେ ସମ୍ପୃକ୍ତ ଅଞ୍ଚଳର ବିପ୍ଳବୀ ଚାଷୀ ମୂଲିଆ ସଙ୍ଗଠନ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି । ବାଲିମେଳା ଜଳଭଣ୍ଡାରରେ ସର୍ବୋଚ୍ଚ ସ୍ତରରେ ଜଳସ୍ତର ପହଞ୍ଚି ସାରିଛି । ଫଳରେ ଫସଲ ଆଦି ନଷ୍ଟ ହେବାକୁ ବସିଲାଣି । ତେଣୁ ତୁରନ୍ତ ଜଳସ୍ତର ହ୍ରାସ କରିବା ପାଇଁ ଏଠାକାର ଚାଷୀ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଗତବର୍ଷ ମଧ୍ୟ ଡ୍ୟାମରେ ଏପରି ଜଳସ୍ତର ବୃଦ୍ଧି ପାଇଥିବାରୁ ଅଞ୍ଚଳବାସୀଙ୍କ ଫସଲ ଯଥା ଧାନ, ମାଣ୍ଡିଆ, ସୁଆଁ, ବିରି ଓ ମୁଗ ଆଦି ନଷ୍ଟ ହୋଇଥିଲା । ଚଳିତ ବର୍ଷ ମଧ୍ୟ ଏପରି ଅବସ୍ଥା ସୃଷ୍ଟି ହେବାରୁ ତେଜିଛି ଚାଷୀଙ୍କ ଅସନ୍ତୋଷ । ଏଥିପାଇଁ ଆଦିବାସୀ ଚାଷୀ ବାରମ୍ବାର କ୍ଷତିଗ୍ରସ୍ତ ହେଉଥିବା ବେଳେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ସହାୟତା ଦିଆ ଯାଉନଥିବା ଅଭିଯୋଗ ହୋଇଛି । ତୁରନ୍ତ ବାଲିମେଳା ଡ୍ୟାମର ଜଳସ୍ତର ହ୍ରାସ ନକଲେ ଆନ୍ଦୋଳନର ଓହ୍ଲାଇବା ନେଇ ଧମକ ଦେଇଛି ଚାଷୀ ସଙ୍ଗଠନ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳବାସୀଙ୍କ କଡା ଚେତାବନୀ । ପୋଷ୍ଟେର ମାଧ୍ୟମରେ କଡା ଚେତାବନୀ ଦେଇଛନ୍ତି ସ୍ୱାଭିମାନ ଅଂଚଳର ବିପ୍ଲବୀ ଚାଷୀ ମୂଲିଆ ସଂଘଟନ।Body: ଏହି ସଂଘଟନ ପୋଷ୍ଟରରେ ଉଲେଖ କରିଛନ୍ତି ବାଲିମେଳା ଜଳଭଣ୍ଡାରରେ ସର୍ଵ ଉଚ୍ଚସ୍ତର ପର୍ଯ୍ୟନ୍ତ ଜଳ ବୃଦ୍ଧି ପାଇଛି।ଗତ ବର୍ଷ ପରି ଚଳିତ ବର୍ଷ ସ୍ୱାଭିମାନ ଅଞ୍ଚଳବାସୀଙ୍କ ଫସଲ ଧାନ,ମାଣ୍ଡିଆ, ସୁଆଁ,ବିରି,ମୁଗ ଆଦି ନଷ୍ଟ ହୋଇଗଲାଣି। ଯାହାକି ଆଦିବାସୀ ମାନେ ବହୁତ କ୍ଷତିଗ୍ରସ୍ତ ହୋଉଛନ୍ତି ଓ ସରକାର କୌଣସି ପ୍ରକାର ସାହାଯ୍ୟ ସହାୟତା ଯୋଗାଇ ଦେଉ ନାଂହାନ୍ତି। ବାଲିମେଳା ଡେମରେ ଜଳସ୍ତର ବୃଦ୍ଧି କରି ଅଧିକା ବିଦ୍ୟୁତ ଉତ୍ପାଦନ କରି ବଡ଼ ବଡ଼ କମ୍ପାନୀ ଏବଂ ସରକାର ଲାଭବାନ ହେଉଛନ୍ତି। ତେଣୁ ତୁରନ୍ତ ଡେମରୁ ପାଣି କମାନ୍ତୁ ନହେଲେ ଆଦିବାସୀ ବିପ୍ଲବୀ ଚାଷୀ ସଂଘଟନ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଧମକ ଦେଇଛନ୍ତି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.