ETV Bharat / state

ମେଡିକାଲରୁ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଠପ ରୋଗୀ ସେବା

ରାଜ୍ୟରେ କୋରୋନା ବିଭୀଷିକା । ହସ୍ପିଟାଲରୁ ମଧ୍ୟ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ସଂକ୍ରମଣ ବିସ୍ତାର ରୋକିବାକୁ ମାଲକାନଗିରିରେ ଓପିଡି ସେବାକୁ ବନ୍ଦ ରଖାଯାଇଛି । ଅଧିକ ପଢନ୍ତୁ...

author img

By

Published : Jul 13, 2020, 12:40 PM IST

ମେଡିକାଲରୁ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଠପ ରୋଗୀ ସେବା
ମେଡିକାଲରୁ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଠପ ରୋଗୀ ସେବା

ମାଲକାନଗିରି: ମେଡିକାଲରୁ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଠପ ହୋଇଛି ରୋଗୀ ସେବା । କୋରୋନା ଯୋଗୁଁ ଏବେ ଖାଁ ଖାଁ ମେଡିକାଲ ପରିସର । ଉପାନ୍ତ ଜିଲ୍ଲା ମାଲକାନଗିରିର ମୁଖ୍ୟ ଚିକିତ୍ସାଳୟ ପାଲଟିଛି ଜନଶୂନ୍ୟ ।

ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖା ବଢୁଥିବାରୁ ଓପିଡି ଗୁଡିକ ବନ୍ଦ ରଖାଯାଇଛି । କେବଳ ମେଡିକାଲ ପଛ ପଟେ ଏମରଜେନ୍ସି ଓପିଡି ଚାଲୁରହିଛି । ସେପଟେ ହସ୍ପିଟାଲରୁ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ମିଶାଇ 40 ଜଣ ଆଇସୋଲେସନରେ । ଫଳରେ ରୋଗୀ ସେବାରେ ବାଧା ଉପୁଜିଛି । କୋରୋନା ଭୟରେ ମଧ୍ୟ କେତେକ ହସ୍ପିଟାଲ ଆସିବାକୁ ନାରାଜ ।

୩୦୦ ଶର୍ଯ୍ୟା ବିଶିଷ୍ଟ ଏହି ଅଣ କୋଭିଡ ହସ୍ପିଟାଲରେ ଦିନେ ସହ ସହ ଲୋକଙ୍କର ଲମ୍ବା ଲାଇନ ଲାଗୁଥିଲା । ଏଠାରେ ଏବେ ଜରୁରୀ ସେବା ବ୍ୟତୀତ ମୁଖ୍ୟ ଓପିଡି ବନ୍ଦ ରଖାଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.