ମାଲକାନଗିରି: ବିଡ଼ିଓଙ୍କ ବଦଳି ଦାବି ଆନ୍ଦୋଳନ ପ୍ରତ୍ୟାହାର । ଖଇରିପୁଟ ବ୍ଲକରେ ଗତ 2ଦିନ ଧରି ଲାଗି ରହିଥିବା ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି । ନବରଙ୍ଗପୁର ସାଂସଦଙ୍କ ସହ ଆନ୍ଦୋଳନକାରୀଙ୍କ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।
ନବରଙ୍ଗପୁର ସାଂସଦ ରମେଶ ମାଝୀ ଓ ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଛନ୍ତି । ଏକ ସପ୍ତାହ ମଧ୍ୟରେ ଖଇରପୁଟ ଅଞ୍ଚଳବାସୀଙ୍କ ଦାବି ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବେ ବୋଲି ସାଂସଦ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନରୁ ଉଠିଛନ୍ତି । ଗତକାଲି ଠାରୁ ବିଡ଼ିଓଙ୍କୁ ବଦଳି ଦାବିରେ ଶହଶହ ଲୋକେ ଧାରଣା ଦେବା ସହ ଖଇରପୁଟ ବ୍ଲକ ବନ୍ଦ ଡାକରା ଦିଆଯାଇଥିଲା ।
ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ