ETV Bharat / state

ପଶ୍ଚିମା ଝଡ ଉଜାଡି ଦେଲା ଟମାଟୋ ଚାଷ, ଚିନ୍ତାରେ ଚାଷୀ - ମାଲକାନଗିରି ଚାଷୀ

ପଶ୍ଚିମା ଝଡରେ ଉଜୁଡି ଗଲା ଚାଷୀଙ୍କ ଟମାଟୋ ଚାଷ । ଚିନ୍ତାରେ ଏମ୍ ଭି 15 ଗ୍ରାମର ଚାଷୀ । ଅଧିକ ପଢନ୍ତୁ

tomato farm was destroyed by the storm
tomato farm was destroyed by the storm
author img

By

Published : Mar 27, 2023, 12:26 PM IST

tomato farm was destroyed by the storm

ମାଲକାନଗିରି: ମୁଣ୍ଡ ଝାଳ ତୁଣ୍ଡରେ ମାରି ଟମାଟୋ ଚାଷ କରିଥିଲେ ଚାଷୀ । ଆଶା ରଖିଥିଲେ ଟମାଟୋ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିବେ । କିନ୍ତୁ ଚାଷୀଙ୍କ ସ୍ବପ୍ନ ପୂରଣ ହେବା ପୂର୍ବରୁ ଟମାଟୋ ଚାଷକୁ ଉଜାଡି ଦେଲା ପଶ୍ଚିମା ଝଡ । ଫଳରେ ଚିନ୍ତାରେ ଏବେ ମାଲକାନଗିରି ଜିଲ୍ଲାର ଚାଷୀ । ପଶ୍ଚିମା ଝଡ ଯୋଗୁଁ ଜିଲ୍ଲାର ଏମ୍ ଭି 15 ଗ୍ରାମର 48 ଜଣ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଟମାଟୋ ଚାଷ ଅଦିନିଆ ଝଡରେ ଉଜୁଡିଯିବା ପରେ ଋଣ କରିଥିବା ଟଙ୍କାକୁ କିପରି ସୁଝିବେ ସେନେଇ ଚିନ୍ତାରେ ଚଷା ପୁଅ ।

କେବଳ ଟମାଟୋ ଚାଷ ନୁହଁ ବରଂ କଖାରୁ,କଲରା, ଝୁଡ଼ଙ୍ଗ ଓ ତରଭୁଜ ନଷ୍ଟ ହୋଇଛି । ଏଥିନେଇ ଜିଲ୍ଲା କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନଥିବା କହିଛନ୍ତି ଗ୍ରାମବାସୀ । ତେବେ ପଶ୍ଚିମାଝଡ ଯାଇ ସପ୍ତାହେ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଧା ଚାଷୀଙ୍କ ପାଖରେ ନା ପହଞ୍ଚିଛନ୍ତି କୃଷି ବିଭାଗ ଅଧିକାରୀ ଓ ରାଜସ୍ବ ବିଭାଗର ଅଧିକାରି କର୍ମଚାରୀ । ଏଭଳି ପରିସ୍ଥିତିରେ ସରକାରଙ୍କ ସହାୟତା ଉପରେ ନିର୍ଭର କରିଛନ୍ତି ଚାଷୀ ଭାଇ । ଯଦି ସରକାର ସେମାନଙ୍କୁ ସାହାଯ୍ୟ ନ କରନ୍ତି ତେବେ ଋଣ ସୁଝିନପାରିଲେ ବାଧ୍ୟ ହୋଇ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ଚାଷୀମାନେ । ସରକାର ଏମ୍ ଭି 15 ଗ୍ରାମର ପରିବା ଚାଷୀଙ୍କ ଦୁଃଖ ଶୁଣୁଛନ୍ତି ନା ନାହିଁ ତାହା ଏବେ ଦେଖିବାକୁ ବାକି ରହିଲା ।

କେବଳ ମାଲକାନଗିରିରେ ନୁହଁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଦିନିଆ ଝଡ ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । କୋକସରା ବ୍ଲକରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଚାଷ ନଷ୍ଟ ହୋଇଥିଲା । ଫଳରେ ଗୋତୋ ମୁଣ୍ଡା ପଞ୍ଚାୟତର ଗୋତୋମୁଣ୍ଡା, ପିପଲ ଝାପର, ଥୁଟିବାର, ଚୋରନି ଦୁଆର ଅଞ୍ଚଳର ଚାଷୀମାନେ କ୍ଷତି ସହିଥିଲେ । ପିଆଜ ଅମଳ ସମୟରେ ହଠାତ୍‌ କୁଆପଥର ବର୍ଷା ଯୋଗୁଁ ଚାଷ ଜମିରେ ଅମଳ ହୋଇଥିବା ପିଆଜ ଗୁଣବତ୍ତା ଖରାପ ସହ ସବୁ ପିଆଜ ନଷ୍ଟ ହୋଇଥିବା ଦେଖିବାକୁ ମିଳିଥିଲା ।

ଏନେଇ ଜଣେ ମହିଳା ଚାଷୀ କହିଛନ୍ତି ଯେ, ମୁଁ 4 ଏକର ଟମାଟୋ ଚାଷ କରିଥିଲି । କିନ୍ତୁ ଅଦିନିଆ ଝଡ ଯୋଗୁଁ ତାହା ନଷ୍ଟ ହୋଇଯାଇଛି । କେହି ଜଣେ ସରକାରୀ ଅଧିକାରୀ କିନ୍ତୁ ଏପରଯ୍ୟନ୍ତ ଆମ ଅବସ୍ଥା ଦେଖିବାକୁ ଆସିନାହାନ୍ତି । ବର୍ତ୍ତମାନ ଆମେ କଣ କରିବୁ ସେନେଇ ଚିନ୍ତାରେ ଅଛୁ । ସରକାର ଏ ଦିଗରେ ପଦକ୍ଷେପ ନିଅନ୍ତୁ। ''

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.