ETV Bharat / state

ପରମ୍ପରାର ପୁରୋଧା ମାଲକାନଗିରି, ଲୋକକଳାକୁ ମୁଖ୍ୟସ୍ରୋତକୁ ଆଣିବାକୁ ପ୍ରୟାସ

ଗୋଟିଏ ଡୋରରେ ଭିନ୍ନଭିନ୍ନ କଳାକାରଙ୍କୁ ଯୋଡିବା ଲକ୍ଷ୍ୟରେ ମାଲକାନଗିରିରେ ସଂସ୍କୃତି ପରିଷଦର ପ୍ରଚେଷ୍ଟା । ଏଥିଯୋଗୁଁ ଶନିବାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଭା ଗୃହରେ 2019 ଲୋକକଳା ଦିବସ ପାଳନ କରାଯାଇଛି ।

author img

By

Published : Jun 15, 2019, 3:05 PM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଆଦିବାସୀ ଲୋକ ପରମ୍ପରା ଓ ସସ୍କୃତିର ଗନ୍ତାଘର ମାଲକାନଗିରିରେ ପାଳିତ ହୋଇଛି 2019 ଲୋକକଳା ଦିବସ । ଶନିବାର ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଗ୍ରାମ୍ୟ ଉନ୍ନୟନ ସଭା ଗୃହରେ ଏହା ସୁରୁଖୁରୁରେ ଶେଷ ହୋଇଛି । କଳାର ଉନ୍ନତି ଲାଗି କଳାକାରଙ୍କୁ ଆଗକୁ ଆଣିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ମାଲକାନଗିରି

ବିଶେଷତଃ ଜିଲ୍ଲାରେ ପ୍ରାୟ 32ଟି ପ୍ରଜାତିର ଆଦିବାସୀ ବାସ କରନ୍ତି। ସେମାନଙ୍କ ମଧ୍ୟରୁ ବଣ୍ଡା, କୋୟା ଓ ଡିଡାଇ ଜନଜାତି ହେଉଛନ୍ତି ଅତି ପ୍ରାଚୀନ ଆଦିବାସୀ । ସମସ୍ତଙ୍କ ପାଖରେ ନିଜ ନିଜର ଭିନ୍ନ ପରମ୍ପରା ରହିଛି । ବେଶ ଭୂଷା ସହ ବାଦ୍ୟ ଯନ୍ତ୍ର ଓ ନାଚ ଗୀତ ମଧ୍ୟ ଗୋଟିଏ ସମ୍ପ୍ରଦାୟ ଠାରୁ ଅନ୍ୟ ସମ୍ପ୍ରଦାୟର ସମ୍ପୂର୍ଣ୍ଣ ଭିନ୍ନ । ଏଥିଯୋଗୁଁ ତ ସମସ୍ତ ଆଦିବାସୀଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବା ଲାଗି ବିଭିନ୍ନ ଲୋକ ପର୍ବ ସହ ଜିଲ୍ଲା ଓ ବ୍ଲକସ୍ତରୀୟ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଯାହା ମଧ୍ୟରେ ଜିଲ୍ଲାର ଲୋକ ପର୍ବ ତଥା ସାଂସ୍କୃତିକ ପର୍ବ ମାଲ୍ୟବନ୍ତ ମହୋତ୍ସବ ଅନ୍ୟତମ ।

କେଉଁ ଆବାହନ କାଳରୁ ରହିଥିବା ଲୋକକଳା ଧୀରେଧୀରେ ବିଲୋପ ହେବାକୁ ବସିଥିବା ବେଳେ ରାଜ୍ୟ ସରକାର ଏହାର ପୁନଃ ଉତ୍ଥାନ କରିବା ଲାଗି ପ୍ରୟାସ କରୁଛନ୍ତି । ଏଥି ସହ କଳାର ଉନ୍ନତି ଲାଗି କଳାକାରଙ୍କୁ ସରକାର ଭତ୍ତା ପ୍ରଦାନ କରିବାର ବ୍ୟବସ୍ତା କରିଛନ୍ତି । ମାଲକାନଗିରି ଜିଲ୍ଲାର କଳାକାରମାନେ କିପରି ଅଧିକରୁ ଅଧିକ କାଳକାର ଭତ୍ତା ପାଇବେ, ତାହା ପ୍ରତି ଜିଲ୍ଲା ପ୍ରଶାସନ ପ୍ରଚେଷ୍ଟା ଜାରି ରଖିଥିବା ଭାରପ୍ରାପ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ କହିଛନ୍ତି ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ଏପିଡ଼ି ତଥା ଭାର ପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ ମିଶ୍ର ପ୍ରମୁଖଙ୍କ ସହ ଅନେକ ଜନଜାତିର ନାଟ୍ୟଗୁରୁ ଯୋଗ ଦେଇଥିଲେ ।

ମାଲକାନଗିରି ରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.