ETV Bharat / state

ପୋଖରୀରେ ବୁଡି ୩ ବର୍ଷୀୟ ଶିଶୁର ମୃତ୍ୟୁ

author img

By

Published : Jun 16, 2022, 1:50 PM IST

ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଭେଙ୍କଟପଲ୍ଲମ ପଞ୍ଚାୟତ ଅନ୍ତର୍ଗତ ଏମପିଭି 29 ଗ୍ରାମରେ ପୋଖରୀରେ ପଡି ଜଣେ ଶିଶୁର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ପୋଖରୀରେ ବୁଡି ୩ ବର୍ଷୀୟ ଶିଶୁର ମୃତ୍ୟୁ
ପୋଖରୀରେ ବୁଡି ୩ ବର୍ଷୀୟ ଶିଶୁର ମୃତ୍ୟୁ

ମାଲକାନଗିରି: ଘରେ ସମସ୍ତେ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ୩ ବର୍ଷର ପିଲାଟି ଖେଳୁଖେଳୁ ନିକଟରେ ଥିବା ପୋଖରୀରେ ପଡି ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଭେଙ୍କଟପଲ୍ଲମ ପଞ୍ଚାୟତ ଅନ୍ତର୍ଗତ ଏମପିଭି 29 ଗ୍ରାମରେ । ସୂଚନା ଅନୁଯାୟୀ, ଗ୍ରାମର ଜଗନ୍ନାଥ ସର୍ଦ୍ଦାରଙ୍କ 3 ବର୍ଷର ପୁଅକୁ ତାଙ୍କ ମା ମଧ୍ୟାହ୍ନ ସମୟରେ ଖୁଆଇ ଶୁଆଇ ଦେଇଥିଲେ ।

ପରେ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ପୁଅ ଅଭୟ ଘର ଦାଣ୍ଡରେ ଖେଳୁଖେଳୁ ଘରଠାରୁ କିଛି ଦୂରରେ ଥିବା ପୋଖରୀ ନିକଟକୁ ଚାଲିଯାଇଥିଲା ଏବଂ ସେହି ପୋଖରୀରେ ପଡିଯାଇଥିଲା । କିଛି ସମୟ ପରେ ମାଆ ସରଳା ପୁଅକୁ ଦେଖିବାକୁ ନପାଇ ବହୁ ଜାଗାରେ ଖୋଜାଖୋଜି କରିଥିଲେ । ହେଲେ ନପାଇବାରୁ ପରିବାରବର୍ଗ ସମସ୍ତେ ମିଶି ଖୋଜାଖୋଜି କରିଥିଲେ । ଶେଷରେ ପୋଖରୀରେ ପଡ଼ିଥିବା ଦେଖିବାକୁ ପାଇଥିଲେ ।

ସଙ୍ଗେ ସଙ୍ଗେ ସନ୍ଧାନକୁ ଉଦ୍ଧାର କରି କାଲିମେଳା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ, ହେଲେ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ପୁଅକୁ ହରାଇ ମାଆ-ବାପା ଏବଂ ପରିବାର ବର୍ଗ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବାବେଳେ, ଆତ୍ମୀୟ ସ୍ବଜନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.