ETV Bharat / state

ଭୋଟ ବର୍ଜନ ନେଇ ମାଓବାଦୀଙ୍କ ଧମକ - ତେଲେଗୁ

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ୫ ଗୋଟି ପଞ୍ଚାୟତର ଶତାଧିକ ଆଦିବାସୀ ପ୍ରଜାମେଳି କରିବା ସହ ସମୂହ ନେଇଛନ୍ତି ଭୋଟବର୍ଜନ ନିଷ୍ପତ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Mar 24, 2019, 12:20 AM IST

ମାଲକାନଗିରି: ପୁଣି ସରକାରଙ୍କୁ ମାଓବାଦୀଙ୍କ ଖୋଲା ଧମକ । ରାଜ୍ୟ ସରକାରଙ୍କ ପକ୍ଷପାତିତା ନୀତିକୁ ବିରୋଧ କରି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ୫ ଗୋଟି ପଞ୍ଚାୟତର ଶତାଧିକ ଆଦିବାସୀ ପ୍ରଜାମେଳି କରିବା ସହ ସମୂହ ନେଇଛନ୍ତି ଭୋଟବର୍ଜନ ନିଷ୍ପତ୍ତି । ଯାହାକୁ ନେଇ ଆନ୍ଧ୍ର ଓଡିଶା ବିଶାଖା ଜୋନାଲ କମିଟିର ଟପ ମାଓନେତା ଗଣେଶ ୩ ପୃଷ୍ଠାର ତେଲୁଗୁ ଭାଷାରେ ଲିଖିତ ଏକ ଚିଠି ଗଣମାଧ୍ୟମକୁ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ପ୍ରଥମେ ଆଦିବାସୀଙ୍କ ପ୍ରଜାମେଳି ଆଉ ତାହା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମାଓବାଦୀ। ଚଳିତମାସ ୯ ତାରିଖରେ ସାଧାରଣ ନିର୍ବାଚନକୁ ବିରୋଧ କରି ୫ ଗୋଟି ପଞ୍ଚାୟତର ଶତାଧିକ ଆଦିବାସୀ ପ୍ରଜାମେଳି କରିଥିଲେ । ରାଜ୍ୟ ସରକାରଙ୍କ ଦୀର୍ଘ ୧୮ ବର୍ଷ ଶାସନ ପରେ ବି ଯୋଡାମ୍ବ, ପଣସପୁଟ, ଅଣ୍ଡ୍ରାପାଲ୍ଲୀ, ଯନ୍ତ୍ରୀ, ଓ ଗାଜଲମାମୁଡ଼ି ପଞ୍ଚାୟତର ଆଦିବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି।

ଯେତେ ପର୍ଯ୍ୟନ୍ତ ମୌଳିକ ସମସ୍ୟାର ସମାଧାନ ନ ହେବ, ସେତେ ପର୍ଯ୍ୟନ୍ତ ଏହିସବୁ ପଞ୍ଚାୟତର ବାସିନ୍ଦା ଭୋଟବର୍ଜନ ପାଇଁ ଧମକ ଦେଇଛନ୍ତି । ଏହାସହ ବିଚ୍ଛିନ୍ନାଞ୍ଚଳରେ ଲାଗି ରହିଥିବା ସମସ୍ୟାରେ ନକ୍ସଲଙ୍କ କୌଣସି ଭୂମିକା ନାହିଁ ବଂର ସରକାର ଗୁରୁପ୍ରିୟା ସେତୁ ନିର୍ମାଣ କରି ବିଚ୍ଛିନ୍ନାଞ୍ଚଳର ବିକାଶ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ମାଓ ଚିଠିରେ ଉଲ୍ଲେଖ କରାଯାଇଛି ।

ଅନ୍ୟପକ୍ଷରେ ଆନ୍ଧ୍ର, ଓଡିଶା ଓ ଛତିଶଗଡ ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି ଟପ ମାଓ ନେତା ଆର.କେ । କିଛିଦିନ ପୂର୍ବରୁ ବିଚ୍ଛିନ୍ନାଞ୍ଚଳର ଟପ ମାଓନେତା ସୁଧୀର ଆତ୍ମସମର୍ପଣ କରିବାରୁ ଭାଙ୍ଗି ଯାଇଥିବା ଲାଲ ସଙ୍ଗଠନକୁ ପୁଣିଥରେ ନିଜ ସଂଙ୍ଗଠନକୁ ସକ୍ରିୟ କରିବା ପାଇଁ ଟପ ମାଓ ନେତା ଆର.କେ ପୁଣି ଥରେ ବିଚ୍ଛିନ୍ନାଞ୍ଚଳରେ ପ୍ରବେଶ କରିଥିବା ସୂଚନା ରହିଛି । ତେବେ ଏନେଇ ଜିଲ୍ଲା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.